ମୁୁମ୍ବାଇ: ରାଜନୀତି ପରେ ଏବେ ଆଉ ଏକ ନୂଆ ଦୁନିଆରେ ପାଦ ରଖିଛନ୍ତି ବଲିଉଡରେ ବର୍ଷିଆନ୍ ଅଭିନେତ୍ରୀ ଜୟା ବଚ୍ଚନ। ସ୍ୱାମୀ ଅମିତାଭ ବଚ୍ଚନ ଓ ପୁଅ ଅଭିଷେକ ବଚ୍ଚନ ପରେ ମା’ ଜୟ ବଚ୍ଚନ ଏବେ ଡିଜିଟାଲରେ ଡେବ୍ୟୁ କରିବେ। ଏଥିପାଇଁ ସେ ଆରମ୍ଭ କରିଦେଇଛନ୍ତି ପ୍ରସ୍ତୁତି।
ରିପୋର୍ଟ ମୁତାବକ, ଜୟା ବଚ୍ଚନ ୱେବ୍ ସିରିଜରୁ ଡିଜିଟାଲରେ ଡେବ୍ୟୁ କରିବେ। ଏହି ୱେବ୍ ସିରିଜର ଅସ୍ଥାୟୀ ନାଁ ‘ସଦାବାହାର’ ରଖାଯାଇଛି। ଏଥିରେ ତାଙ୍କୁ ଏକ ଦମଦାର ଭୂମିକାରେ ଦେଖିବାକୁ ମିଳିବ।
ଏହି ୱେବ୍ ସିରିଜ ପାଇଁ ସୁଟିଂ ମଧ୍ୟ ଆରମ୍ଭ ହୋଇସାରିଛି। ଚଳିତ ବର୍ଷ ଫେବ୍ରୁଆରୀ ମାସରେ ଜୟା, ଏଥିପାଇଁ ସୁଟିଂ ଆରମ୍ଭ କରିଦେଇଥିଲେ । ତେବେ ମହାମାରୀ କରୋନାର ଦ୍ୱିତୀୟ ଲହର ଯୋଗୁଁ ସୁଟିଂକୁ ଅଧାରୁ ଅଟକାଇବାକୁ ପଡିଥିଲା। ସଂକ୍ରମଣ କମିବା ପରେ ଏବେ ପୁଣି ଥରେ ୱେବ୍ ସିରିଜର ସୁଟିଂ ଆରମ୍ଭ ହୋଇଛି। ବାୟୋ ବବଲ୍ ଫର୍ମାଟରେ ଏହାର ସୁଟିଂ ଚାଲିଛି।
ଏହି ୱେବ୍ ସିରିଜ ଜରିଆରେ ଦୀର୍ଘ ୫ ବର୍ଷ ପରେ ପୁଣି ଜୟା ବଚ୍ଚନଙ୍କୁ ପରଦାରେ ଦେଖିବାକୁ ମିଳିବ। ଶେଷଥର ପାଇଁ ସେ କରିନା କପୁର ଖାନ୍ ଓ ଅର୍ଜୁନ କପୁର ଅଭିନୀତ ଫିଲ୍ମ ‘କି ଆଣ୍ଡ କା’ରେ ନଜର ଆସିଥିଲେ। ଏଥିରେ ସେ ଅମିତାଭ ବଚ୍ଚନଙ୍କ ସହ ଗେଷ୍ଟ ଏପିୟରେନ୍ସ ଦେଇଥିଲେ।
The post ୱେବ୍ ସିରିଜ ପାଇଁ ସଜବାଜ ମିସେସ୍ ବଚ୍ଚନ appeared first on Odisha Reporter.
from Odisha Reporter https://ift.tt/3gYqZeg
No comments:
Post a Comment