୫ ବର୍ଷ ହେଲାଣି ମିଳୁନି ଦରମା, ଜଳ ସେଚନ ବିଭାଗ କର୍ମଚାରୀଙ୍କ ଆତ୍ମାହୂତି ଉଦ୍ୟମ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, June 26, 2021

୫ ବର୍ଷ ହେଲାଣି ମିଳୁନି ଦରମା, ଜଳ ସେଚନ ବିଭାଗ କର୍ମଚାରୀଙ୍କ ଆତ୍ମାହୂତି ଉଦ୍ୟମ

ବାସୁଦେବପୁର (କିରୀଟି ଦାସ): ୫ ବର୍ଷ ହେଲାଣି ଦରମା ମିଳି ନଥିବାରୁ ଜଳ ସେଚନ ବିଭାଗର ଜଣେ ଠିକା କର୍ମଚାରୀ ଆଜି ଆତ୍ମାହୂତି ଉଦ୍ୟମ କରିଛନ୍ତି। ପୁଲିସ୍‌ ତାଙ୍କୁ ଉଦ୍ଧାର କରି ଅଟକ ରଖିଛି। ଘଟଣାଟି ଘଟିଛି ଭଦ୍ରକ ଜିଲ୍ଲା ବାସୁଦେବପୁରେ।

ଆତ୍ମାହୁତି ଉଦ୍ୟମ କରିଥିବା ଏହି ଠିକା କର୍ମଚାରୀଙ୍କ ନାଁ ଦିବାକର ଦାସ। ସେ ବାସୁଦେବପୁର ସ୍ଥିତ ଜଳ ସେଚନ ଉପବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟ କରନ୍ତି। ୧୯୮୩ ମସିହାରେ ସେ ଚାକିରିରେ ଯୋଗ ଦେଇଥଲେ। ୧୯୮୯ରେ ତାଙ୍କୁ ଛଟେଇ କରି ଦିଆଯାଇଥିଲା। ଏହା ବିରୋଧରେ ସେ କୋର୍ଟଙ୍କ ଆଶ୍ରୟ ନେଇଥିଲେ। ଏହା ପରେ ୨୦୧୬ ରେ ତାଙ୍କୁ ପୁନଃନିଯୁକ୍ତି ମିଳିଥିଲା। କିନ୍ତୁ ସେହି ଦିନଠାରୁ ସେ ଦରମା ପାଇନାହାନ୍ତି।

ଦରମା ପାଇଁ ୨୦୧୮ ମସିହାରେ ଆମରଣ ଅନଶନରେ ବସିଥିଲେ ଦିବାକର। ଏହା ପରେ ଦରମା ଦେବାକୁ ଉଚ୍ଚ କର୍ତ୍ତୃପକ୍ଷଙ୍କ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଉଚ୍ଚ କର୍ତ୍ତୃପକ୍ଷ ତାଙ୍କ ପ୍ରତିଶ୍ରୁତି ରକ୍ଷା କଲେ ନାହିଁ।

ଆଜି ପର୍ଯ୍ୟନ୍ତ ନିଜ ଦାୟିତ୍ୱ ଠିକ୍‌ରେ ତୁଳାଇ ଆସୁଥିବା ବେଳେ ଦିବାକରଙ୍କୁ ୫ ବର୍ଷ ହେଲାଣି ଦରମା ମିଳିନି। ସବୁଆଡ଼ୁ ନିରାଶ ହେବା ପରେ ଶେଷରେ ସେ ବାସୁଦେବପୁର ସ୍ଥିତ ଜଳ ସେଚନ ଉପବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମାହୂତି ଉଦ୍ୟମ କରିଥିଲେ। ସେ ଦେହରେ କିରାସିନି ଢାଳି ଦେଇଥିଲେ। ତେବେ ନିଆଁ ଲଗାଇବା ପୂର୍ବରୁ ପୁଲିସ୍ ତାଙ୍କୁ ଧରି ପକାଇଥିଲା।

ଦିବାକର କହିଛନ୍ତି, ବର୍ଷ ବର୍ଷ ଧରି ମୁଁ ଦରମା ପାଉନି। ସକାଳୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଡ୍ୟୁଟି କରୁଛି। କିନ୍ତୁ ଟଙ୍କାଟେ ଦେଉ ନାହାନ୍ତି। ମୁଁ ବଞ୍ଚିବି କେମିତି। ମୋ ଆତ୍ମାକୁ ଖୁବ୍ ବାଧୁଛି।

ବାସୁଦେବପୁର ଏସ୍‌ଡିଓ ଅଜୟ କୁମାର ଗିରି, ଆମେ ତାଙ୍କ ସମସ୍ୟା ସଂପର୍କରେ ଉପର ଅଧିକାରୀଙ୍କୁ ଅବଗତ କରାଇଛୁ। ରିମାଇଣ୍ଡର ବି ଦିଆଯାଇଛି। ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ବଜେଟ୍‌ର ବ୍ୟବସ୍ଥା ହେଲେ ସେ ତାଙ୍କ ଦରମା ପାଇବେ। ତେବେ ଏହି ପ୍ରକ୍ରିୟାରେ କାହିଁକି ବିଳମ୍ବ ହେଉଛି, ତାହା କେବଳ ଉପର ଅଫିସ୍‌ ହିଁ କହିପାରିବ।

The post ୫ ବର୍ଷ ହେଲାଣି ମିଳୁନି ଦରମା, ଜଳ ସେଚନ ବିଭାଗ କର୍ମଚାରୀଙ୍କ ଆତ୍ମାହୂତି ଉଦ୍ୟମ appeared first on Odisha Reporter.



from Odisha Reporter https://ift.tt/3jcHKnm

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages