ପାଓ୍ୱାର-ପ୍ରଶାନ୍ତଙ୍କ ଭେଟଘାଟର ଭିତିରି କଥା କ’ଣ ହୋଇପାରେ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, June 12, 2021

ପାଓ୍ୱାର-ପ୍ରଶାନ୍ତଙ୍କ ଭେଟଘାଟର ଭିତିରି କଥା କ’ଣ ହୋଇପାରେ?

ମୁମ୍ୱାଇ: ଶୁକ୍ରବାର ମୁମ୍ୱାଇରେ ଏନସିପି ସୁପ୍ରିମୋ ଶରଦ ପାଓ୍ୱାରଙ୍କୁ ଭେଟିଥିଲେ ପ୍ରଶାନ୍ତ କିଶୋର। ହଠାତ୍ ପ୍ରଶାନ୍ତ ଓ ଶରଦଙ୍କ ଭେଟଘାଟକୁ ନେଇ ଅନେକ ରାଜନୀତିକ ଚର୍ଚ୍ଚା ଜାରି ରହିଛି। ଏହା ସ୍ୱାଭାବିକ ମଧ୍ୟ। ଏହି ଭେଟଘାଟ ପାଖାପାଖି ୩ ଘଣ୍ଟା ସମୟର ଥିଲା। ଯଦିଓ ପ୍ରଶାନ୍ତ କିଶୋର ଟେକ୍ଟ ମେସେଜ ଜରିଆରେ କହିଛନ୍ତି ସେ କେବଳ ମଧ୍ୟାହ୍ନ ଭୋଜନ ପାଇଁ ନିମନ୍ତ୍ରିତ ହୋଇଥିଲେ। ଏଥିରେ ରାଜନୀତିକ ଚର୍ଚ୍ଚା ହୋଇନି। ହେଲେ ରାଜନୀତିର ମହାଗୁରୁ କୁହାଯାଉଥିବା ଶରଦ ପାଓ୍ୱାରଙ୍କ ଏହି ବୈଠକ କିନ୍ତୁ ମିଶନ ୨୦୨୪ ବୋଲି ଜଣାପଡ଼ିଛି।

ଲଗାତର ଦ୍ୱିତୀୟ ଥର କେନ୍ଦ୍ରରେ କ୍ଷମତାକୁ ଆସିଥିବା ବିଜେପିକୁ ୨୦୨୪ରେ ଚେକ୍ ଦେବାକୁ ବିରୋଧୀ ଦଳ ଏକଜୁଟ ହେବା ଆବଶ୍ୟକ। କାରଣ କଂଗ୍ରେସର ସାମର୍ଥ୍ୟ ନାହିଁ ଏକୁଟିଆ ବିଜେପିକୁ ଗାଦିଚ୍ୟୁତ କରିପାରିବ। ତେଣୁ ପାୱାର କ୍ରମାଗତ ଭାବରେ ବିଜେପିର ବିକଳ୍ପ ମଞ୍ଚ ନେଇ ତର୍ଜମା କରୁଛନ୍ତି। ପ୍ରଶାନ୍ତ କିଶୋର ଡିଏମକେ, ଟିଏମସି, ଓ୍ୱାଇଏସଆର କଂଗ୍ରେସ, କଂଗ୍ରେସ ପାଇଁ ନିର୍ବାଚନ ରଣନୀତିକାର ଭାବରେ କାମ କରି ସାରିଛନ୍ତି। ଅନ୍ତିମ ଥର ୟୁପି ବିଧାନସଭା ନିର୍ବାଚନକୁ ଛାଡ଼ି ଦେଲେ ପ୍ରାୟତଃ ତାଙ୍କ ରଣନୀତି ଆଗରେ ବିଜେପି ମାଟି କାମୁଡିଛି। ତେଣୁ ପାଓ୍ୱାର ଏହି ସବୁ ଦେଳର ମୁଖିଆ ତଥା ମୁଖ୍ୟମନ୍ତ୍ରୀଙ୍କୁ ଏକାଠି କରାଇ ମୋଦିଙ୍କ ବିରୋଧରେ ଗୋଟିଏ ବଡ଼ ବିକଳ୍ପ ମଞ୍ଚ ତିଆରି କରିବାକୁ ଯୋଜନା କରୁଥିବା ସୂଚନା ରହିଛି।

ଏହି ସମସ୍ତ ଦଳ ସହ କିଭଳି ଯୋଗସୂତ୍ର ରହିବ ସେ ଦାୟିତ୍ୱ ପ୍ରଶାନ୍ତ ହିଁ ଭଲ ଭାବରେ ତୁଲାଇ ପାରିବେ ବୋଲି ପାଓ୍ୱାର ଚିନ୍ତା କରୁଥିବା ସୂଚନା ରହିଛି। ଏହି ମେଣ୍ଟରେ କେରଳର ସିପିଆଇ ଏମକୁ ମଧ୍ୟ ସାମିଲ କରିବାକୁ ପାଓ୍ୱାର ଚିନ୍ତା କରୁଛନ୍ତି। ଏହାବାଦ ଯଦିଓ ଏବେ ସମ୍ଭବ ନୁହେଁ କିନ୍ତୁ ପରବର୍ତ୍ତୀ ସମୟରେ ଜେଡିୟୁ ତଥା ନୀତୀଶ କୁମାରଙ୍କୁ ପାଓ୍ୱାର ନିଜ ସପକ୍ଷରେ ଆଣିବାକୁ ଯୋଜନା କରୁଛନ୍ତି। ସେହିପରି ଆରଜେଡି, ସମାଜବାଦ ପାର୍ଟି, ବିଏସପି, ପିଡିପି ଓ ନ୍ୟାଶନାଲ କନଫରେନସ ମଧ୍ୟ ଏହି ମଞ୍ଚରେ ସାମିଲ କରିବାକୁ ପାଓ୍ୱାର ଯୋଜନା ରଖିଥିବା ସୂଚନା ରହିଛି।

ଯଦି ଏହା ହେବ ତାହେଲେ ବିଜେପି ବିରୋଧରେ ଗୋଟିଏ ବଡ଼ ବର୍ଗ ଛିଡ଼ା ହୋଇପାରିବ। ସାଧାରଣ ନିର୍ବାଚନକୁ ଆହୁରି ତିନି ବର୍ଷ ବାକି ରହିଛି। ଏହା ପୂର୍ବରୁ ୟୁପି ବିଧାନସଭା ନିର୍ବାଚନ ରହିଛି। ଯଦି ଏଠି ବିଜେପି ଭଲ ପ୍ରଦର୍ଶନ କରିବ ତାହେଲେ ସାଧାରଣ ନିର୍ବାଚନରେ ବିଜେପି ନିରାଶ ହେବା କାଠିକାର ହୋଇପଡ଼ିବ। ତେଣୁ ବେଳ ଥାଉ ଥାଉ ବହୁ ଆଗରୁ ଏକ ମୋର୍ଚ୍ଚା ତିଆରି କରି ପାଓ୍ୱାର ମୋଦି ଓ ଶାହଙ୍କ ନୀତିକୁ ଚେକ ଦେବାକୁ ଚିନ୍ତା କରୁଥିବା ଚର୍ଚ୍ଚା ହେଉଛି। ତେବେ ୨୦୧୯ ସାଧାରଣ ନିର୍ବାଚନର ଅଳ୍ପ ମାସ ପୂର୍ବରୁ ମଧ୍ୟ ବିଜେପି ବିରୋଧରେ ଏହିଭଳି ମହାମେଣ୍ଟ ତିଆରି ହୋଇଥିଲା ହେଲେ ଏହାର ସଫଳତା କମ୍ ବିଫଳତା ଏହି ଦଳକୁ ଅଧିକ ମିଳିଛି। ବିଜେପି ୨୦୧୪ ତୁଳନାରେ ୨୦୧୯ରେ ଅଧିକ ଆସନରେ ବିଜୟୀ ହୋଇଛି।

ତେବେ ପ୍ରଶାନ୍ତ ଏବଂ ପାଓ୍ୱାରଙ୍କ ବୈଠକ ପୂର୍ବରୁ ଏପରି କିଛି ଘଟିଛି ଯାହାକୁ ନେଇ ମହାରାଷ୍ଟ୍ର ରାଜନୀତି ମଧ୍ୟ ହଲଚଲ ହୋଇଛି। ପ୍ରଥମେ ଶିବସେନା ନେତା ସଞ୍ଜୟ ରାଉତ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଶଂସା କରିଥିଲେ। ମୋଦିଙ୍କୁ ଦେଶର ସର୍ବୋଚ୍ଚ ନେତା ବୋଲି ସଞ୍ଜୟ କହିଥିଲେ ଏବଂ ପରେ ଉଦ୍ଧବ ଠାକରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଦିଲ୍ଲୀରେ ବ୍ୟକ୍ତିଗତ ଭାବେ ଭେଟିଥିଲେ। ଏହାପରେ ଶିବସେନା ଏବେ ବିଜେପି ଆଡକୁ ଢଳୁଥିବା ଆକଳନ କରାଯାଉଛି।

The post ପାଓ୍ୱାର-ପ୍ରଶାନ୍ତଙ୍କ ଭେଟଘାଟର ଭିତିରି କଥା କ’ଣ ହୋଇପାରେ? appeared first on Odisha Reporter.



from Odisha Reporter https://ift.tt/3zlToSE

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages