ବୈଜ୍ଞାନିକ ଦମ୍ପତିିଙ୍କ ଦାବି, ଉହାନ ଲ୍ୟାବ୍‌ରୁ ଲିକ୍ ହୋଇଛି କରୋନା ଭୂତାଣୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, June 6, 2021

ବୈଜ୍ଞାନିକ ଦମ୍ପତିିଙ୍କ ଦାବି, ଉହାନ ଲ୍ୟାବ୍‌ରୁ ଲିକ୍ ହୋଇଛି କରୋନା ଭୂତାଣୁ

ନୂଆଦିଲ୍ଲୀ: କେଉଁଠୁ ଆସିଲା କରୋନା ଭୂତାଣୁ? ଲ୍ୟାବ୍‌ରୁ ତିଆରି ହୋଇଛି ନା ଜୀବରୁ ବ୍ୟାପିଛି? ଯଦି ଲ୍ୟାବ୍‌ରେ ତିଆରି ହୋଇଛି ତେବେ ଭୂତାଣୁକୁ ତିଆରି କରିଛି କିଏ? ପ୍ରାୟ ଦେଢ଼ ବର୍ଷ ହେଲା କରୋନା ମହାମାରୀରେ ଘାଣ୍ଟି ହେଉଥିବା ସାରା ବିଶ୍ୱକୁ ଏହି ପ୍ରଶ୍ନ ଆନ୍ଦୋଳିତ କରୁଛି । ବଡ ବଡ ବୈଜ୍ଞାନିକ ଜାଣିବାକୁ ଚାହୁଁଛନ୍ତି, ଭୂତାଣୁ ଆସିଲା କେଉଁଠୁ । ଏହାରି ଭିତରେ ଚୀନ୍‌ର ଲ୍ୟାବ୍‌ରୁ ଏହି ଭୂତାଣୁକୁ ତିଆରି କରାଯାଇଥିବା କିଛି ବୈଜ୍ଞାନିକ ଦାବି କରୁଛନ୍ତି । ଏବେ ପୁଣେ ବୈଜ୍ଞାନିକ ଦମ୍ପତି ଏହି ଦାବିକୁ ଦୋହରାଇଛନ୍ତି ।ପୁଣେର ଡକ୍ଟର ରାହୁଲ ବାହୁଲିକର ଏବଂ ତାଙ୍କ ପତ୍ନୀ ଡକ୍ଟର ରାହାଲକର । ଦୁନିଆର ବିଭିନ୍ନ ଦେଶରେ ଅଜ୍ଞାତ ବ୍ୟକ୍ତିଙ୍କ ସହ କଥାବାର୍ତ୍ତା ସହ ଇଣ୍ଟରନେଟରୁ ଏହି ତଥ୍ୟ ସଂଗ୍ରହ କରି ଏହି ଏକ ରିପୋର୍ଟ ପ୍ରସ୍ତୁତ କରିଛନ୍ତି।

ସେମାନଙ୍କ କହିବା ଅନୁସାରେ, ଏପ୍ରିଲ ୨୦୨୦ରେ ସେମାନେ ଗବେଷଣା ଆରମ୍ଭ କରିଥିଲେ । ଏଥିରୁ ଜଣାପଡିଥିଲା ଯେ, ଦକ୍ଷିଣ ଚୀନ୍‌ର ୟୁନାନ ପ୍ରଦେଶର ମୋଜିଆଙ୍ଗ ଖଣିରୁ ଉହାନ୍ ଲ୍ୟାବ୍ ଦ୍ୱାରା ସାର୍ସ-କୋଭ୍‌-୨ ଆର୍‌ଏଟିଜି-୧୩ ଅର୍ଥାତ କରୋନା ଭୂତାଣୁ ସଂଗ୍ରହ କରାଯାଇଥିଲା । ଖଣି ଖନନ ସମୟରେ ସେଠାରେ ଥିବା ବାଦୁଡି ବସା ସଫା କରିବା ପାଇଁ ୬ଜଣ ଶ୍ରମିକ କାମ କରୁଥିଲେ । ପରେ ସେମାନେ ନିମୋନିଆ ଭଳି ରୋଗର ଶିକାର ହୋଇଥିଲେ । ଚୀନର ଏକ ଡକ୍ୟୁମେଣ୍ଟକୁ ଅନୁବାଦ କରି ଏହା ଉପରେ ଏବେ ସେମାନେ ଅନୁସନ୍ଧାନ ଜାରି ରଖିଥିବା ଭାରତୀୟ ବୈଜ୍ଞାନିକ କହିଛନ୍ତି ।

ଉହାନ୍ ଲ୍ୟାବରୁ ଜାଣିଶୁଣି କରୋନା ଭୂତାଣୁର ଲିକ୍ କରାଯାଇଛି କି ନାହିଁ ସେନେଇ କିଛି ସଠିକ୍ ସୂଚନା ମିଳିନଥିଲେ ମଧ୍ୟ ଗବେଷଣାରୁ ମିଳିଥିବା ତଥ୍ୟ ଅନୁସାରେ ଏଭଳି କରାଯାଇଥିବା ଅନୁମାନ କରାଯାଉଛି ବୋଳି ବୈଜ୍ଞାନିକ ଦମ୍ପତି କହୁଛନ୍ତି ।

ପୂର୍ବରୁ ବୈଜ୍ଞାନିକ ଦମ୍ପତିଙ୍କ ପକ୍ଷରୁ ପ୍ରସ୍ତୁତ ହୋଇଥିବା ଡିସେଣ୍ଟ୍ରାଲାଇଜ୍ ରେଡିକାଲ ଅଟୋମୋନସ୍ ସର୍ଚ୍ଚ ଟିମ୍ ଇନ୍‌ଭେଷ୍ଟିଗେଟିଙ୍ଗ କୋଭିଡ-୧୯ରେ କରୋନା ଭୂତାଣୁ ଉହାନ୍ ଲ୍ୟାବରୁ ଲିକ୍ ହୋଇଥିବା ନେଇ ଦର୍ଶାଯାଇଥିଲା । ତେବେ ଏହାକୁ ପ୍ରଥମେ ଏକ ଷଡଯନ୍ତ୍ର ବୋଲି କୁହାଯାଉଥିଲା । ମାତ୍ର ଏବେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ଚୀନ୍‌ର ଉହାନ୍ ଲ୍ୟାବ୍ ପ୍ରତି ଥିବା କଡା ଆଭିମୁଖ୍ୟ ପ୍ରକାଶ ପାଇବା ପରେ ଭାରତୀୟ ବୈଜ୍ଞାନିକ ଦମ୍ପତିଙ୍କ ଏହି ରିପୋର୍ଟ ପୁଣି ଥରେ ଚର୍ଚ୍ଚାକୁ ଆସିଛି ।

The post ବୈଜ୍ଞାନିକ ଦମ୍ପତିିଙ୍କ ଦାବି, ଉହାନ ଲ୍ୟାବ୍‌ରୁ ଲିକ୍ ହୋଇଛି କରୋନା ଭୂତାଣୁ appeared first on Odisha Reporter.



from Odisha Reporter https://ift.tt/3vYj1qf

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages