ସୋର (ଓଡ଼ିଶା ରିପୋର୍ଟର): ଟ୍ୟୁସନ ଯିବା ବେଳେ ଜଣେ ନାବାଳିକାକୁ ଖଣ୍ଡାରେ ହାଣିଲା ଜଣେ ଯୁବକ। ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅନ୍ତର୍ଗତ ତୁଟ ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା।
ସୂଚନା ଅନୁଯାୟୀ, ଆକ୍ରମଣ ଶିକାର ହୋଇଥିବା ନାବାଳିକା ଜଣଙ୍କ ଦଶମ ଶ୍ରେଣୀରେ ପଢ଼ନ୍ତି। ସେ ଆଜି ସକାଳେ ଟ୍ୟୁସନ ଯାଉଥିବା ବଳେ ବାଟରେ ଏକ ଗଛ ପାଖରେ ଲୁଚି ରହିଥିବା ଅଭିଯୁକ୍ତ ଯୁବକ ତାଙ୍କୁ ଅତର୍କିତ ଭାବେ ଖଣ୍ଡାରେ ଆକ୍ରମଣ କରିଥିଲା। ନାବାଳିକାଙ୍କ ମୁଣ୍ଡ, ବେକ ଓ ହାତରେ ଆଘାତ ଲାଗିଛି। ନାବାଳିକା ଜଣଙ୍କ ରକ୍ତାକ୍ତ ହୋଇ ପଡ଼ିଯିବା ପରେ ଅଭିଯୁକ୍ତ ସେଠାରୁ ଫେରାର ହୋଇଯାଇଥିଲା।
ଖବର ପାଇ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଝିଅକୁ ଉଦ୍ଧାର କରି ସେମାନେ ଖଇରା ଡାକ୍ତରଖାନାକୁ ନେଇ ଥିଲେ। ତେବେ ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ତାଙ୍କୁ ପଠାଇ ଦିଆଯାଇଛି।
ଅନ୍ୟପକ୍ଷରେ ପୁଲିସ୍ ଅଭିଯୁକ୍ତକୁ ଗିରଫ କରିଛି। ଅଭିଯୁକ୍ତ ସେହି ଗାଁର ବୋଲି ଜଣାପଡ଼ିଛି। ତେବେ କେଉଁ କାରଣରୁ ଏମିତି ଏକ କାଣ୍ଡ ଘଟିଲା, ତାହା ଜଣାପଡ଼ିନାହିଁ।
The post ଟ୍ୟୁସନ୍ ଯିବା ବେଳେ ନାବାଳିକାଙ୍କୁ ଖଣ୍ଡାରେ ଆକ୍ରମଣ appeared first on Odisha Reporter.
from Odisha Reporter https://ift.tt/3wcq8eS
No comments:
Post a Comment