ବିଶ୍ୱବିଦ୍ୟାଳୟରେ ଆଡମିଶନ କଲେ ସେକ୍ସ କରିବାକୁ ସୁଯୋଗ ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, June 9, 2021

ବିଶ୍ୱବିଦ୍ୟାଳୟରେ ଆଡମିଶନ କଲେ ସେକ୍ସ କରିବାକୁ ସୁଯୋଗ !

ବେଜିଂ: ବିଶ୍ୱବିଦ୍ୟାଳୟରେ ଆଡମିଶନ କରାଇଲେ ସେକ୍ସ କରିବାକୁ ସୁଯୋଗ ଦିଆଯିବ। ବାହାର ଦେଶର ଛାତ୍ରଙ୍କୁ ଆକର୍ଷିତ କରିବା ପାଇଁ ଏଭଳି ଆଡମିଶନର ଅଫର ଦେଇଛି ଚାଇନାର ଏକ ବିଶ୍ୱବିଦ୍ୟାଳୟ। ପ୍ରଥମେ ସମ୍ପର୍କ ସ୍ଥାପନ କରିବା ପରେ ଋଣ ଦେଇ ପଡ଼ୋଶୀ ଦେଶକୁ ଦେବାଳିଆ କରୁଥିବା ଚାଇନା ନିଜ ଉଦ୍ଦେଶ୍ୟ ପାଇଁ ବିଶ୍ୱରେ ସମାଲୋଚିତ। ଏବେ ସେହି ଚାଇନାର ଏକ ବିଶ୍ୱବିଦ୍ୟାଳୟ ଆଡମିଶନ ପାଇଁ ଶାରୀରିକ ସମ୍ପର୍କର ଲୋଭ ଦେଖାଇଛି।  ଚାଇନାର ଏହି ଅନ୍ୟତମ ଶୀର୍ଷ ବିଶ୍ୱବିଦ୍ୟାଳୟ ହେଉଛି ନାନାଜିଙ୍ଗ ୟୁନିଭର୍ସିଟି (ଏନଜେୟୁ)।

ଏହି ବିଶ୍ୱବିଦ୍ୟାଳୟ ତାର ଅଫିସିଆଲ ଓ୍ୱେବସାଇଟରେ ଏଭଳି ବିଜ୍ଞପ୍ତି ପ୍ରକାଶ କରିଛି। ଯେଉଁଥିରେ ଜଣେ ସେହି ବିଶ୍ୱବିଦ୍ୟାଳୟର ଛାତ୍ରୀ ସାଇନ ବୋର୍ଡ ଧରି ଛିଡା ହୋଇଛି। ଏହି ସାଇନ ବୋର୍ଡରେ ଉଲ୍ଲେଖ ରହିଛି ଆଡମିଶନ କଲେ ସେକ୍ସ କରିବାକୁ ସୁଯୋଗ ଦିଆଯିବ। ଏହାକୁ ନେଇ ସୋଶାଲ ମିଡିଆରେ ବେଜିଂକୁ ମନ ଇଚ୍ଛା ସମାଲୋଚନା କରାଯାଇଛି। ମହିଳାଙ୍କୁ ଏକ ଅବଜେକଟିଭ ଭାବରେ ଏହି ବିଶ୍ୱବିଦ୍ୟାଳୟ ବ୍ୟବହାର କରୁଛି ବୋଲି ସୋଶାଲ ମିଡିଆ ୟୁଜର ମତ ରଖିଛନ୍ତି।

ଚାଇନାର ଜାତୀୟ କଲେଜ ପ୍ରବେଶିକା ପରୀକ୍ଷା ଅବସରରେ ଏହି କୁତ୍ସିତ ବିଜ୍ଞାପନ ସାମ୍ନାକୁ ଆସିଛି। ଏହି ବିଜ୍ଞାପନ ଏକ ଆପରେ ପ୍ରଦର୍ଶିତ ହୋଇଛି। ସାଉଥ ଚାଇନା ମର୍ଣ୍ଣିଂ ପୋଷ୍ଟ ଅନୁଯାୟୀ ଏହି ଆପର ବିଜ୍ଞାପନରେ କଲେଜ କ୍ୟାମ୍ପସର ଆଗରେ ଛଅ ଜଣ ପୁଅ ଏବଂ ଝିଅ ସାଇନ୍ ବୋର୍ଡ ଧରି ଛିଡ଼ା ହୋଇଛନ୍ତି। ସେଥିମଧ୍ୟରୁ ଦୁଇ ଛାତ୍ରୀ ଧରିଥିବା ବିଜ୍ଞାପନ ବିବାଦୀୟ ପରିସ୍ଥିତିକୁ ପ୍ରୋତ୍ସାହିତ କରିଛି। ଜଣେ ଛାତ୍ରୀ ସାଇନ ବୋର୍ଡ ଧରି ଛିଡା ହୋଇଛନ୍ତି ସେଥିରେ ଉଲ୍ଲେଖ ରହିଛି ଆପଣ ମୋ ସହିତ ସକାଳରୁ ସଂଧ୍ୟା ଲାଇବ୍ରେରୀରେ କଟାଇବାକୁ ଇଚ୍ଛୁକ କି? ସେହିପରି ଆଉ ଜଣେ ଛାତ୍ରୀ ଧରିଥିବା ସାଇନ ବୋର୍ଡରେ ଉଲ୍ଲେଖ ରହିଛି ଆପଣ ମୋ ଯୌବନର ପାର୍ଟନର ହେବେ କି? ତେବେ ପୁଅମାନେ ଯେଉଁ ସାଇନ ବୋର୍ଡ ଧରିଛନ୍ତି ସେଥିରେ କୌଣସି ବିବାଦୟୀ କଥା ଲେଖା ନାହିଁ ବରଂ ପାଠ ପଢ଼ିବାକୁ ନେଇ ଉଲ୍ଲେଖ ରହିଛି।

The post ବିଶ୍ୱବିଦ୍ୟାଳୟରେ ଆଡମିଶନ କଲେ ସେକ୍ସ କରିବାକୁ ସୁଯୋଗ ! appeared first on Odisha Reporter.



from Odisha Reporter https://ift.tt/3wgJmAk

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages