ଲୁଚାଉଥିଲେ କରୋନା ମୃତ୍ୟୁ ସଂଖ୍ୟା, ହାଇକୋର୍ଟଙ୍କ ଛାଟ ବାଜିବା ପରେ ସତ ଓଗାଳିଲେ ସରକାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, June 9, 2021

ଲୁଚାଉଥିଲେ କରୋନା ମୃତ୍ୟୁ ସଂଖ୍ୟା, ହାଇକୋର୍ଟଙ୍କ ଛାଟ ବାଜିବା ପରେ ସତ ଓଗାଳିଲେ ସରକାର

ପାଟନା: କରୋନା ମୃତ୍ୟୁ ସଂଖ୍ୟା ଲୁଚାଉଥିଲେ ନୀତୀଶ ସରକାର। ହାଇକୋର୍ଟଙ୍କ ଛାଟ ବାଜିବା ପରେ ଅସଲ ରିପୋର୍ଟ ସାମ୍ନାକୁ ଆସିଛି। ଯାହାକି ଦେଶର ମୃତ୍ୟୁ ସଂଖ୍ୟାକୁ ବଢ଼ାଇ ଦେଇଛି। ବିହାରରେ ଏବେ ମୋଟ୍ ମୃତ୍ୟୁ ସଂଖ୍ୟା ୯ ହଜାରକୁ ଛୁଇଁଛି। ବିଗତ ରିପୋର୍ଟ ତୁଳନାରେ ଏବେ ବିହାରର ମୃତ୍ୟୁ ସଂଖ୍ୟା ୭୨ ପ୍ରତିଶତ ବୃଦ୍ଧି ପାଇଛି।

ନିକଟରେ କରୋନା ସଂକ୍ରମଣ ଓ ମୃତକଙ୍କ ସଂଖ୍ୟା ରାଜ୍ୟ ସରକାର ଲୁଚାଉଥିବା ଅଭିଯୋଗ ଆସିଥିଲା। ପରେ ମାମଲା ପାଟନା ହାଇକୋର୍ଟରେ ପହଞ୍ଚିଥିଲା। କୋର୍ଟ ଏହି ମାମଲାରେ ସରକାରଙ୍କୁ ତାଗିଦ କରିବା ସହ ସରକାରଙ୍କ ମୃତ୍ୟୁ ସଂଖ୍ୟା ଏବଂ ଶ୍ମଶାନରେ ଶବ ଦାହ ସଂଖ୍ୟାରେ କାହିଁକି ତାଳମେଳ ରହୁନି ବୋଲି ହାଇକୋର୍ଟ ସରକାରକୁ ପଚାରିଥିଲେ।

ରାଜ୍ୟ ସରକାର ଏହାପରେ ସମସ୍ତ ଜିଲ୍ଲାକୁ ତଦନ୍ତ କରି ସଠିକ୍ ମୃତ୍ୟୁ ସଂଖ୍ୟା ଜାରି କରିବାକୁ କହିଥିଲେ। ତିନି ସପ୍ତାହ ଧରି ମୃତ୍ୟୁ ସଂଖ୍ୟାକୁ ନେଇ ଅଡିଟ ହୋଇଥିଲା। ଏହାପରେ ନୂଆ ରିପୋର୍ଟ ସରକାର ଜାରି କରିଛନ୍ତି। ଯେଉଁଥିରେ ଜଣାପଡ଼ିଛି ମାର୍ଚ୍ଚ ୨୦୨୦ରୁ ୨୦୨୧ ମଧ୍ୟରେ ବିହାରରେ ୧୬୦୦ ଜଣଙ୍କର କରୋନାରେ ମୃତ୍ୟୁ ଘଟିଛି। ସେହିପରି ଚଳିତ ବର୍ଷ ଏପ୍ରିଲରୁ ଜୁନ ମଧ୍ୟରେ ୭,୭୭୫ ଜଣଙ୍କର ମୃତ୍ୟୁ ଘଟିଛି। ଏହି ସଂଖ୍ୟା ପୂର୍ବ ବର୍ଷ ତୁଳନାରେ ୬ ଗୁଣା ଅଧିକ। ସେହିପରି ୨୪ ଘଣ୍ଟା ମଧ୍ୟରେ ପୁରୁଣା ସଂଖ୍ୟା ଯୋଡିବା ପରେ ଏହା ସିଧାସଳଖ ୫,୪୫୮ ରୁ ୯,୪୨୯କୁ ବୃଦ୍ଧି ପାଇଛି। ଏହି ସଂଖ୍ୟା ସିଧାସଳଖ ୭୩% ବୃଦ୍ଧି ପାଇଛି। ଏଭଳି ପରିସ୍ଥିତିରେ ରାଜ୍ୟ ସରକାର ମୃତ୍ୟୁସଂଖ୍ୟାକୁ ଲୁଚାଇ ରଖିଛନ୍ତି କି ନାହିଁ ବୋଲି ପ୍ରଶ୍ନ ଉଠିଛି। ଲୋକମାନେ କିନ୍ତୁ କହିଛନ୍ତ ଯେ ଯଦି ଆମେ ଡାକ୍ତରଖାନା ଏବଂ ଶବଦାହର ଆକଳନରୁ ଆକଳନ କରୁ, ତେବେ ଏହି ସଂଖ୍ୟା ଅଧିକ ହେବ।

ତେବେ କେଉଁ ଜିଲ୍ଲାରୁ ସର୍ବାଧିକ ମୃତ୍ୟୁ ଘଟିଛି ସେ ବାବଦରେ ସବିଶେଷ ତଥ୍ୟ ଆସିନାହିଁ। ହେଲେ ଦ୍ୱିତୀୟ ଲହରରେ ରାଜଧାନୀ ପାଟଣାରୁ ୨,୩୦୩ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। କିନ୍ତୁ ପାଟଣାରେ ଥିବା ତିନି ସରକାରୀ ଶ୍ମଶାନ ଘାଟରୁ ମିଳିଥିବା ସୂଚନା ଅନୁଯାୟୀ ଏଯାବତ ୩,୨୪୩ ଜଣ କୋଭିଡ ମୃତକଙ୍କ ଶବ ଦାହ ଏଠି କରାଯାଇଛି।

ବିହାର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରତୀକ ଅମୃତ କହିଛନ୍ତି ଜଣେ ମୃତକ ଅଲଗା ଜିଲ୍ଲାର ହୋଇଥିବେ ଯଦି ପାଟଣା ଶ୍ମଶାନରେ ଶବ ଦାହ କରିଥିବେ ତାହେଲେ ସରକାରଙ୍କ ରିପୋର୍ଟ ଓ ଶ୍ମଶାନ ରିପୋର୍ଟରେ ଓଲଟ ପାଲଟ ହେବା ସ୍ୱାଭାବିକ। ତେବେ ସେ ସ୍ୱୀକାର କରିଛନ୍ତି ଯେ କରୋନା କାରଣରୁ ମୃତ୍ୟୁର ପ୍ରକୃତ ରିପୋର୍ଟ ପ୍ରକାଶ ପାଇନଥିଲା। ଯେଉଁମାନେ ରିପୋର୍ଟ ଠିକ୍ ଭାବରେ ଦର୍ଶାଇନଥିଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। ତେବେ ପାଟଣାରେ ଶ୍ମଶାନ ଘାଟରେ ଅଧିକ କରୋନା ମୃତକଙ୍କ ଶବ ଦାହ କରାଯାଇଛି ପ୍ରସଙ୍ଗରେ ସେ କହିଛନ୍ତି।

The post ଲୁଚାଉଥିଲେ କରୋନା ମୃତ୍ୟୁ ସଂଖ୍ୟା, ହାଇକୋର୍ଟଙ୍କ ଛାଟ ବାଜିବା ପରେ ସତ ଓଗାଳିଲେ ସରକାର appeared first on Odisha Reporter.



from Odisha Reporter https://ift.tt/3wdcBnn

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages