ନୂଆଦିଲ୍ଲୀ: ସିବିଏସଇ ସ୍କୁଲ ଗୁଡିକ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି। ନୂଆ ଶିକ୍ଷାବର୍ଷ ଆରମ୍ଭ ହେବା ପୂର୍ବରୁ ମୋଦି ସରକାରର ନୂଆ ଶିକ୍ଷା ନୀତି ଅନୁୟାୟୀ ଏଣିକି ସିବିଏସଇ ସ୍କୁଲରେ କୋଡିଂ ଏବଂ ଡାଟା ସାଇନ୍ସ ପାଠ୍ୟକ୍ରମ ସାମିଲ୍ ହୋଇଛି। ନୂଆ ଶିକ୍ଷାନୀତି ଅନୁଯାୟୀ ସରକାରଙ୍କର ଏହା ପ୍ରତିଶ୍ରୁତି ଥିଲା ବୋଲି ଶୁକ୍ରବାର ଟ୍ୱିଟ୍ କରି କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ୍ ନିଶଙ୍କ।
ସେ କହିଛନ୍ତି ମାଇକ୍ରୋସଫ୍ଟ ସହ ମିଶି ଭାରତ ସରକାର ଏହି କୋଡିଂ ଏବଂ ଡାଟା ସାଇନ୍ସ ପାଠ୍ୟକ୍ରମକୁ ଆଣିଛନ୍ତି। ଏହାଦ୍ୱାରା ଛାତ୍ରଛାତ୍ରୀ ନୂଆ ପାଠକୁ ପଢିବାରେ ସୁଯୋଗ ପାଇବେ। ଏହାଦ୍ୱାରା ସିବିଏସଇର ଚାହିଦା ବଢ଼ିବ। ଦେଶ ଯେଉଁଭଳି ଆଧୁନିକୀକରଣ ହେଉଛି ଏହି ପାଠ୍ୟକ୍ରମ ଛାତ୍ରଛାତ୍ରୀଙ୍କୁ ସହାୟକ ହେବ ବୋଲି ମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି।
Under #NEP2020, we promised to introduce coding & data science in schools. Today, I'm happy to see #CBSE fulfilling the promise right in the session of yr 2021 itself. In association with @Microsoft, @cbseindia29 is empowering India's future generations with new-age skills. Kudos pic.twitter.com/VJIWwi2GNW
— Dr. Ramesh Pokhriyal Nishank (@DrRPNishank) June 4, 2021
ସିବିଏସଇ କହିଛି ଯେ ଷ୍ଟାଣ୍ଡାର୍ଡ ୬ ରୁ ୮ ଯାଏ ୧୨ ଘଣ୍ଟିଆ ସ୍କିଲ୍ ମଡ୍ୟୁଲ୍ ଭାବରେ କୋଡିଂ ଅନ୍ତର୍ଭୂକ୍ତ କରାଯିବ। ଏହା ପିଲାମାନଙ୍କର ଯୁକ୍ତିଯୁକ୍ତ ଭାବରେ ଚିନ୍ତା କରିବାର କ୍ଷମତା ବୃଦ୍ଧି କରିବ। ସେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବିଷୟରେ ଜାଣିବାକୁ ଅଧିକ ସମର୍ଥ ହେବେ। ଡାଟା ସାଇନ୍ସ ବିଷୟ ଷ୍ଟାଣ୍ଡାର୍ଡ ୮ରୁ ୧୨ ଘଣ୍ଟାର ସ୍କିଲ୍ ମଡ୍ୟୁଲ୍ ଭାବରେ ଅନ୍ତର୍ଭୂକ୍ତ ହୋଇଥିବା ବେଳେ ଏହା ଏକାଦଶ ଏବଂ ଦ୍ୱାଦଶ ଶ୍ରେଣୀରେ ଏକ ସ୍କିଲ୍ (ଦକ୍ଷତା) ପାଠ୍ୟକ୍ରମ ଭାବରେ ଅନ୍ତର୍ଭୂକ୍ତ ହେବ।
କେନ୍ଦ୍ର ସରକାର ଦେଶରେ ଶିକ୍ଷା ନୀତିରେ ପରିବର୍ତ୍ତନ ଆଣିବାକୁ ଯାଇ ଗତବର୍ଷ ନୂଆ ଶିକ୍ଷାନୀତି ଆଣିଥିଲେ। ଏହି ନୀତିରେ ମୁଖ୍ୟତଃ ଛାତ୍ରଛାତ୍ରୀ କିଭଳି କୁଶଳୀ ହେବେ ତାଉପରେ ଗୁରୁତ୍ୱ ଦେଇଛନ୍ତି ସରକାର। ସିବିଏସଇ ଯେଉଁ ଡାଟା ସାଇନ୍ସ ଓ କୋର୍ଡିଂ ପାଠ୍ୟକ୍ରମ ସାମିଲ୍ କରିଛି ଏବେର ଦୁନିଆରେ ସାଧାରଣତଃ ଗ୍ରାଜୁଏସନ ପରେ ଏହି ପାଠ ପଢିବାର ସୁଯୋଗ ରହିଛି। ନେହେଲେ ଅନ୍ ଲାଇନ୍ ବିଭିନ୍ନ ଶିକ୍ଷାନୁଷ୍ଠାନ ଏହି ପାଠକୁ ଜାଣିବାର ସୁଯୋଗ ରହିଛି।
The post ନୂଆ ଶିକ୍ଷା ନୀତି: କୋଡିଂ ଏବଂ ଡାଟା ସାଇନ୍ସ ପାଠ୍ୟକ୍ରମରେ ସାମିଲ୍ appeared first on Odisha Reporter.
from Odisha Reporter https://ift.tt/2S848mI
No comments:
Post a Comment