ଆଜି ଅପରାହ୍ନରେ ମୁଖ୍ୟ ଶାସନ ସଚିବଙ୍କ ପ୍ରେସମିଟ୍‌, ଜୁଲାଇ ଗାଇଡଲାଇନ୍‌ ନେଇ ହୋଇପାରେ ଘୋଷଣା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, June 29, 2021

ଆଜି ଅପରାହ୍ନରେ ମୁଖ୍ୟ ଶାସନ ସଚିବଙ୍କ ପ୍ରେସମିଟ୍‌, ଜୁଲାଇ ଗାଇଡଲାଇନ୍‌ ନେଇ ହୋଇପାରେ ଘୋଷଣା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଉପରମୁହାଁ କରୋନା ସଂକ୍ରମଣକୁ ନିୟନ୍ତ୍ରଣକୁ ଆଣିବାକୁ ରାଜ୍ୟ ସରକାରଙ୍କ ଦ୍ୱାରା ଲାଗୁ କରାଯାଇଥିବା  ଆଂଶିକ ଲକଡାଉନ କଟକଣାର ଅବଧୀ ଆସନ୍ତାକାଲି ସକାଳେ ଶେଷ ହେଉଛି । ତେଣୁ ଆସନ୍ତାକାଲିଠୁ କ’ଣ ରହିବ ନିୟମାବଳୀ, କେଉଁଠି କଟକଣା କୋହଳ ହେବ ଓ କେଉଁଠି ପୂର୍ବ ପରି ଲାଗୁ ରହିବ ସେ ନେଇ  ଆଜି ବଡ଼ ଘୋଷଣା କରିପାରନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ।

ଆଜି  ଅପରାହ୍ନ ୨ଟାରୁ ୨ଟା ୩୦ ମଧ୍ୟରେ ମୁଖ୍ୟ ଶାସନ ସଚିବ ଗଣମାଧ୍ୟମକୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ  ରହିଛି।  ତେଣୁ  ଆସନ୍ତାକାଲିଠୁ କେଉଁ ନିୟମାବଳୀ ଲାଗୁ କରାଯିବ, ଜୀବନ ସାଙ୍ଗକୁ ଜୀବିକାକୁ ପ୍ରଧାନ୍ୟ ଦିଆଯିବ ନା ନାହିଁ ତାହା ଉପରୁ ଆଜି ସ୍ପଷ୍ଟ ମତ ରଖି ପାରନ୍ତି ମୁଖ୍ୟ ଶାସନ ସଚିବ।

ସୂଚନା ଅନୁଯାୟୀ, ରାଜ୍ୟରେ କୋଭିଡ୍ ସଂକ୍ରମଣ ହାର ୫ ପ୍ରତିଶତ ଥିଲେ ମଧ୍ୟ ଅଳ୍ପ କେତେକ ଜିଲ୍ଲାରେ ଉଚ୍ଚ ସଂକ୍ରମଣ ହାର ରହିଛି।    ସେସବୁ ଜିଲ୍ଲା ଉପରେ ଫୋକସ୍ କରିବା ସହ କୋଭିଡ୍ ନିୟମକୁ କଡ଼ାକଡ଼ି ପାଳନ ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି ଆୟୋଜିତ ଏକ ଉଚ୍ଚସ୍ତରୀୟ ବୈଠକରେ ନିର୍ଦ୍ଦେଶ ଦେଇଥିଲେ। ରାଜ୍ୟର ଉପକୂଳ ଓ ଉତ୍ତର ଓଡ଼ିଶାର ଅବିଭକ୍ତ ୪ଟି ଜିଲ୍ଲାରେ ସଂକ୍ରମଣ ହାର ଅଧିକ ଥିବାରୁ ସରକାରଙ୍କ ପକ୍ଷରୁ ଏହା ଉପରେ ଅଧିକ ସତର୍କ ଦୃଷ୍ଟି ରଖାଯାଇଛି।

ରାଜ୍ୟରେ ଏବେ ପଜିଟିଭ ହାର ଦ୍ରୁତଗତିରେ କମିବାରେ ଲାଗିଥିଲେ ମଧ୍ୟ ମୃତ୍ୟୁରେ ଲାଗୁନି ବ୍ରେକ୍‌। ବହୁ ଜିଲ୍ଲାରେ ସଂକ୍ରମଣ ହାର ଏବେ ୫% ତଳକୁ ଖସି ଆସିଥିବା ବେଳେ ଦୈନିକ ମୃତ୍ୟୁ ସଂଖ୍ୟା କିନ୍ତୁ ରାଜ୍ୟରେ ଏବେ ୪୦ରୁ ଊର୍ଦ୍ଧ୍ୱରେ ରହିଛି।  ଆମ ରାଜ୍ୟରେ ସଂକ୍ରମଣ ଏବେ କମୁଥିଲେ ବି ଏହାକୁ ହାଲକା ଭାବେ ନ ନେବାକୁ ଚେତାବନୀ ଦେଇ ସାରିଲେଣି ସ୍ୱାସ୍ଥ୍ୟ ବିଶେଷଜ୍ଞ। ତେଣୁ ସ୍ଥିତିର ସମୀକ୍ଷା ସହ ପରିସ୍ଥିତିକୁ ଆକଳନ କରି ରାଜ୍ୟ ସରକାର ପରବର୍ତ୍ତୀ ପଦକ୍ଷେପ ନେବେ ବୋଲି କୁହାଯାଉଛି।

ରାଜ୍ୟର ଦକ୍ଷିଣ ଓ ପଶ୍ଚିମାଂଚଳର ୧୭ଟି ଜିଲ୍ଲାରେ ଆଂଶିକ ଅନଲକ୍ ପରେ ମଧ୍ୟ କୋଭିଡ୍ ସଂକ୍ରମଣ ମାମଲା ବୃଦ୍ଧି ହୋଇନାହିଁ। କିନ୍ତୁ ଉପକୂଳ ଓ ଉତ୍ତର ଓଡ଼ିଶାର ଅବିଭକ୍ତ ୪ଟି ଜିଲ୍ଲା ପୁରୀ, କଟକ, ବାଲେଶ୍ୱର ଓ ମୟୂରଭଞ୍ଜରେ ସଂକ୍ରମଣ ହାର ବେଶୀ ଥିବାରୁ ଅଧିକ ସତର୍କ ଦୃଷ୍ଟି ରଖାଯାଇଛି ଗତକାଲି ସୂଚନା ଦେଇଥିଲେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ।

ଖୋର୍ଦ୍ଧା ଓ ପୁରୀ ଜିଲ୍ଲାରେ ସଂକ୍ରମଣ ହାର ୯-୧୫ ପ୍ରତିଶତ ରହୁଥିବାରୁ ଅଧିକ ଫୋକସ କରାଯାଇଛି। ଲକଡାଉନ କଡ଼ାକଡ଼ି ସହିତ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍‌, ଟେଷ୍ଟିଂ ଆଦି ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଛି ବୋଲି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପିକେ ମହାପାତ୍ର ଗତକାଲି କହିଥିଲେ ।

ବିଭିନ୍ନ ରାଜ୍ୟରେ ତୃତୀୟ ଲହର ଲାଗି ପ୍ରସ୍ତୁତି ଆରମ୍ଭ ହୋଇଯାଇଥିବା ବେଳେ ଶିଶୁ ରୋଗ ଚିକିତ୍ସା ପାଇଁ ସମସ୍ତ ବ୍ୟବସ୍ଥା ଓ ଡାକ୍ତରମାନଙ୍କୁ ତାଲିମ ପ୍ରଦାନକୁ ପ୍ରାଥମିକତା ଦେଇ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିବାକୁ  ଗତକାଲି ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ଏହାବାଦ ବିଭିନ୍ନ ଡାକ୍ତରଖାନାଗୁଡ଼ିକରେ ଅକ୍ସିଜେନ୍ ପ୍ଲାଣ୍ଟ ଗୁଡ଼ିକ ଯେପରି ନିର୍ଦ୍ଧିଷ୍ଟ ସମୟସୀମା ମଧ୍ୟରେ କାର୍ଯ୍ୟକ୍ଷମ ହୋଇପାରିବ, ତାହା ସୁନିଶ୍ଚିତ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏବେ ଦୈନିକ ୩ଲକ୍ଷ ଟିକା ଦିଆଯାଉଛି ଓ  ଆଗାମୀ କିଛିମାସ ପାଇଁ ଶୀଘ୍ର ଟିକାକରଣ ସରକାରଙ୍କ ମୁଖ୍ୟ ଫୋକସ ହୋଇରହିବ ବୋଲି ଜଣାଯାଇଛି ।

The post ଆଜି ଅପରାହ୍ନରେ ମୁଖ୍ୟ ଶାସନ ସଚିବଙ୍କ ପ୍ରେସମିଟ୍‌, ଜୁଲାଇ ଗାଇଡଲାଇନ୍‌ ନେଇ ହୋଇପାରେ ଘୋଷଣା appeared first on Odisha Reporter.



from Odisha Reporter https://ift.tt/3hiMHbN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages