ମୁମ୍ବାଇ: ବଲିଉଡର ଟ୍ରାଜେଡି କିଙ୍ଗ ପୁଣି ଅସୁସ୍ଥ ହୋଇ ପଡିଛନ୍ତି। ଅଭିନେତା ଦୀଲିପ କୁମାରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମଙ୍ଗଳବାର ତାଙ୍କୁ ମୁମ୍ବାଇର ହିନ୍ଦୁଜା ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ନେଇ ସୂଚନା ମିଳିଛି।
ସୂଚନା ମୁତାବକ ମଙ୍ଗଳବାର ଦୀଲିପ କୁମାରଙ୍କୁ ପୁଣି ଥରେ ନିଶ୍ୱାସ ନେବାରେ ଅସୁବୁଧା ହୋଇଥିଲା। ଏହାପରେ ତୁରନ୍ତ ତାଙ୍କୁ ହସ୍ପିଟାଲକୁ ଅଣାଯାଇଥିଲା। ହସ୍ପିଟାଲରୁ ମିଳିଥିବା ସୂଚନା ଅନୁସାରେ ପୂର୍ବ ଅପେକ୍ଷା ଏବେ ଦୀଲିପଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଅଛି। ତଥାପି ତାଙ୍କୁ ଡାକ୍ତରଙ୍କ ଦେଖାରେଖାରେ ଆଇସିୟୁରେ ରଖାଯାଇଛି।
ଏହାପୂର୍ବରୁ ମଧ୍ୟ ଦୀଲିପ କୁମାରଙ୍କୁ ଜୁନ୍ ୬ ତାରିଖରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ନିଶ୍ୱାସ ପ୍ରଶ୍ୱାସ ନେବାରେ ସେ ଅସୁବିଧା ଅନୁଭବ କରିବା ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡି ଥିଲା। ତାଙ୍କ ଫୁସ୍ଫୁସ୍ରେ ପାଣି ଜମି ରହିଥିବା ଯୋଗୁଁ ଏକ ମାଇନର ସର୍ଜରୀ କରାଯାଇଥିଲା। ହସ୍ପିଟାଲରେ ୫ ଦିନ ରହିବା ପରେ ୧୧ ଜୁନ୍ରେ ଦୀଲିପଙ୍କୁ ଡିସଚାର୍ଜ କରାଯାଇଥିଲା।
The post ପୁଣି ହସ୍ପିଟାଲ ଗଲେ ଦୀଲିପ କୁମାର appeared first on Odisha Reporter.
from Odisha Reporter https://ift.tt/3hiweEu
No comments:
Post a Comment