ଆଉ ୪୪ ଜଣଙ୍କ ଜୀବନ ନେଲା କରୋନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, June 23, 2021

ଆଉ ୪୪ ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):କରୋନା ମୃତ୍ୟୁରେ ବ୍ରେକ୍‌ ଲାଗୁନି। ଗତ ୨୪ ଘଣଣ୍ଟାରେ ରାଜ୍ୟରେ ଆଉ ୪୪  ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।  ଏଥିରେ  ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯ ଜଣ ଅଛନ୍ତି। ବରଗଡ଼, କଟକରୁ ୫ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଅନୁଗୁଳ, ପୁରୀରୁ ୪ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଗଂଜାମ, କେନ୍ଦ୍ରାପଡ଼ା ଓ ସୁନ୍ଦରଗଡ଼ରୁ ୩ ଲେଖାଏଁ ମୃତ୍ୟୁ ଘଟିଛି। ନୟାଗଡ଼, ସମ୍ବଲପୁରରୁ ୨ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଭଦ୍ରକ, ବୌଦ୍ଧ, ଢେଙ୍କାନାଳ, ମାଲକାନଗିରିରୁ ଜଣେ ଲେଖାଏଁ ମୃତ୍ୟୁ ଘଟିଛି। ଏଥିସହ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୩୭୬୧କୁ ବୃଦ୍ଧି ପାଇଛି।

ସେହିପରି  ଗତ ୨୪ ଘଣ୍ଟାରେ ରାଜ୍ୟରେ ୩, ୬୫୦ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।  ୩୬୫୦ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୨୦୯୮ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍ ହେଉଛି ୧୫୫୨।

୩, ୬୫୦ ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୬୦୪ ପଜିଟିଭ ଚିହ୍ନଟ ହୋଇଥିବା ବେଳେ କଟକରୁ ୪୮୫,  ଯାଜପୁରରୁ ୩୩୨, ବାଲେଶ୍ୱରରୁ ୨୭୮, ଭଦ୍ରକରୁ ୧୭୦, ମୟୂରଭଂଜରୁ ୧୪୫, ଜଗତସିଂହପୁରରୁ ୧୩୮, ନୟାଗଡ଼ରୁ ୧୨୨, ଅନୁଗୁଳରୁ ୧୧୨, ଢେଙ୍କାନାଳରୁ ୧୧୦, ସୁନ୍ଦରଗଡ଼ରୁ ୧୦୬, କେନ୍ଦ୍ରାପଡ଼ାରୁ ୧୦୬, କୋରାପୁଟରୁ ୧୦୪ ପଜିଟିଭ ଚିହ୍ନଟ ହୋଇଛନ୍ତି।

ଏହାବାଦ ବରଗଡ଼ରୁ ୪୫, , ବଲାଙ୍ଗିରରୁ ୧୬, ବୌଦ୍ଧରୁ ୪୧, , ଦେବଗଡ଼ରୁ ୪,   ଗଜପତିରୁ ୮, ଗଂଜାମରୁ ୧୪, , ଝାରସୁଗୁଡ଼ାରୁ ୮, କଳାହାଣ୍ଡିରୁ ୨୩ ଆକ୍ରାନ୍ତ ହୋଇଛନ୍ତି।

ସେହିପରି କନ୍ଧମାଳରୁ ୨୬, କେନ୍ଦୁଝରରୁ ୬୮,  ମାଲକାନଗିରିରୁ ୬୭,  ନବରଙ୍ଗପୁରରୁ ୬୯,  ନୂଆପଡ଼ାରୁ ୧୦, ପୁରୀରୁ ୧୮୭, ରାୟଗଡ଼ାରୁ ୧୦୬, ସମ୍ବଲପୁରରୁ ୩୫, ସୁବର୍ଣ୍ଣପୁରରୁ ୨୨,  ଷ୍ଟେଟପୁଲରୁ ୮୯ ଚିହ୍ନଟ ହୋଇଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟରେ ଗତ ୨୪ ଘଣ୍ଟାରେ ୬୯ ହଜାର ୪୮୦ ସାମ୍ପଲ୍ ଟେଷ୍ଟ ହୋଇଛି।  ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ୯୦ ହଜାର ୫୯୬ରେ ପହଞ୍ଚିଛି।

The post ଆଉ ୪୪ ଜଣଙ୍କ ଜୀବନ ନେଲା କରୋନା appeared first on Odisha Reporter.



from Odisha Reporter https://ift.tt/3zRQVj0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages