ବାଇକ୍‌ରେ ଯାଉଥିଲେ ୨ ସାଙ୍ଗ, ପିଟି ଦେଲା ଡ଼ମ୍ଫର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, June 23, 2021

ବାଇକ୍‌ରେ ଯାଉଥିଲେ ୨ ସାଙ୍ଗ, ପିଟି ଦେଲା ଡ଼ମ୍ଫର

ବୀରମିତ୍ରପୁର(ରାକେଶ ସାହୁ): ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ଥାନା ଅନ୍ତର୍ଗତ ୧୪୩ ନଂ ଜାତୀୟ ରାଜପଥର ରାମପାଲ ଛକ ନିକଟରେ ଏକ ଡ଼ମ୍ଫର- ବାଇକ ମଧ୍ୟରେ ଧକ୍କା ହେବାରୁ ଜଣଙ୍କର ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ଆଉ ଜଣେ ସାମାନ୍ୟ ଆହତ ହୋଇଥିବା ଜଣାପଡିଛି।

ସୂଚନା ମୁତାବକ, ଏକ ପଥର ବୋଝେଇ ଡ଼ମ୍ଫର ନଂ(ଓଆର-୧୪କ୍ୟୁ-୩୯୯୧) ବୀରମିତ୍ରପୁରରୁ ରାଉରକେଲା ଆଡ଼କୁ ଯାଉଥିଲା। ଏହି ସମୟରେ ଏକ ବାଇକ୍‌ ନଂ(ଓଡ଼ି-୧୪ବି-୬୯୧୫)ରେ ଦୁଇ ସାଙ୍ଗ ଯାଉଥିଲେ।  ରାମପାଲ ଛକ ନିକଟରେ ୨ ଗାଡ଼ି ମଧ୍ୟରେ ଧକ୍କା ହୋଇଥିଲା। ଘଟଣାସ୍ଥଳରେ ବାଇକ୍‌ ଚାଳକ ରୋହିତ ରାଏ(୧୮)ଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଯୁବକ ମିଥିଲେସ ରାଏ (୨୧) ସାମାନ୍ୟ ଆହତ ହୋଇଛନ୍ତି।

ପୁଲିସ୍‌ ଘଟଣାସ୍ଥଳକୁ ପହଞ୍ଚି ମିଥିଲେସଙ୍କୁ  ଚିକିତ୍ସା ପାଇଁ ଡାକ୍ତରଖାନାକୁ ପଠାଇଛି। ଏଥିସହ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଗାଡ଼ିକୁ ଜବତ କରିଛି । ଉଭୟଙ୍କ ଘର ବୀରମିତ୍ରପୁର ଥାନା ଅନ୍ତର୍ଗତ ସଣ୍ଡେ ମାର୍କେଟ ବୋଲି ଜଣାପଡିଛି ।

The post ବାଇକ୍‌ରେ ଯାଉଥିଲେ ୨ ସାଙ୍ଗ, ପିଟି ଦେଲା ଡ଼ମ୍ଫର appeared first on Odisha Reporter.



from Odisha Reporter https://ift.tt/35LdIiL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages