ତୃତୀୟ ବିବାହ କରିବାକୁ ମନ, ମୌଲବୀ ସ୍ୱାମୀଙ୍କ ଲିଙ୍ଗ କାଟିଦେଲା ସ୍ତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, June 26, 2021

ତୃତୀୟ ବିବାହ କରିବାକୁ ମନ, ମୌଲବୀ ସ୍ୱାମୀଙ୍କ ଲିଙ୍ଗ କାଟିଦେଲା ସ୍ତ୍ରୀ

ଲକ୍ଷ୍ନୌ: ଜଣେ ୫୭ ବର୍ଷୀୟ ମୌଲବୀ ତୃତୀୟ ବିବାହ କରିବାକୁ ଇଚ୍ଛା ପ୍ରକାଶ କରିବାରୁ ତାଙ୍କ ଧର୍ମ ପତ୍ନୀ ତାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ୟୁପିର ମୁଜାଫରନଗର ଜିଲ୍ଲାରେ ଥିବା ଭୋରାକଲା ଥାନାରେ ଶିକରପୁର ଗାଁରେ ଏପରି ଘଟିଥିବା ଦେଖିବାକୁ ମିଳିଛି। ରିପୋର୍ଟ ଅନୁଯାୟୀ ମୌଲବୀ ରାତିରେ ଶୋଇଥିବା ବେଳେ ତାଙ୍କ ଲିଙ୍ଗକୁ ସ୍ତ୍ରୀ ହାଜରା କାଟି ଦେଇଥିବା ଜଣାପଡ଼ିଛି।

ୟୁପିର ଏହି ମୌଲବୀଙ୍କ ନାମ ମୌଲବୀ ବକିଲ ଅହମଦ। ସେ ତୃତୀୟ ବିବାହ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି ବୋଲି ତାଙ୍କ ଦ୍ୱିତୀୟ ସ୍ତ୍ରୀ ହାଜରାଙ୍କ ପାଖରେ କହିଥିଲେ। ଏହାପରେ ଉଭୟଙ୍କ ମଧ୍ୟରେ ପ୍ରବଳ ପାଟି ତୁଣ୍ଡ ହୋଇଥିଲା। ଗୁରୁବାର ସଂଧ୍ୟାରେ ଉଭୟଙ୍କ ମଧ୍ୟରେ ହୋଇଥିବା ବିବାଦ ପରେ ଥାନାରେ ପହଞ୍ଚିଥିଲା। ଥାନାରେ ହାଜରା ତାଙ୍କ ସ୍ୱାମୀଙ୍କ ବାବଦରେ ସମସ୍ତ କଥା କହିଥିଲେ। ସେ ତାଙ୍କ ସ୍ୱାମୀଙ୍କର ଏପରି ଇଚ୍ଛାକୁ ଦୃଢ଼ ବିରୋଧ କରୁଛନ୍ତି ବୋଲି ଥାନାରେ କହିଥିଲେ। ପରେ ଉଭୟ ଘରକୁ ଫେରିଥିଲେ।

ପରେ ରାତିରେ ମୌଲବୀ ଶୋଇଥିଲେ। ଏହି ସମୟରେ ହାଜରା ରୋଷେଇ ଘରୁ ଏକ ଧାରୁଆ ଛୁରୀ ଆଣି ତାଙ୍କ ସ୍ୱାମୀଙ୍କ ଲିଙ୍ଗକୁ ଛୁରୀରେ କାଟି ଦେଇଥିଲେ। ପରେ ଅତ୍ୟଧିକ ରକ୍ତ ବୋହିଯିବାରୁ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ମୌଲବୀଙ୍କ ମୃତ୍ୟୁ ପରେ ହାଜରା ସମ୍ପର୍କୀୟଙ୍କୁ ଡାକି ଅନ୍ତିମ ସଂସ୍କାର କରିବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ପାଖରେ ଉପସ୍ଥିତ ଥିବା ଜଣେ ବ୍ୟକ୍ତି ଜାଣିବାକୁ ପାଇଥିଲେ ମୌଲବୀ ହତ୍ୟାର ଶିକାର ହୋଇଛନ୍ତି ତାଙ୍କର ସ୍ୱାଭାବିକ ମୃତ୍ୟୁ ହୋଇନାହିଁ।

ଏହାପରେ ସେ ପୁଲିସକୁ ଖବର ଦେଇଥିଲେ। ପୁଲିସ ସଙ୍ଗେସଙ୍ଗେ ଘଟଣାସ୍ଥଳରେ ପହଞ୍ଚି ହାଜରାଙ୍କୁ ଉଠାଇ ନେଇ ଜେରା କରିଥିଲା। ପରେ ହାଜରା ସ୍ୱୀକାର କରିଛନ୍ତି ଯେ ସେ ତାଙ୍କ ସ୍ୱାମୀଙ୍କୁ ଛୁରୀରେ ଭୁସି ହତ୍ୟା କରିଛନ୍ତି। ତାଙ୍କ ସ୍ୱାମୀ ତୃତୀୟ ବିବାହ କରିବାକୁ ଯୋଜନା କରିବାରୁ ସେ ମାନସିକ ଭାରସାମ୍ୟ ହରାଇ ବସିଥିଲେ। ଏହାପରେ ରାଗି ଯାଇ ଏପରି କାଣ୍ଡ ଭିଆଇଥିବା ପୁଲିସ ଆଗରେ ସେ ସ୍ୱୀକାର କରିଥିବା କହିଛନ୍ତି।

ଥାନା ଅଧିକାରୀ ଏବେ ମୃତକଙ୍କ ଶବ ବ୍ୟବଚ୍ଛେଦ କରାଇବାକୁ ପଠାଇଛି। ଏଥିସହ ଏକ ମାମଲା ରୁଜୁ କରି ହାଜରାଙ୍କୁ ଗିରଫ କରାଯାଇଛି।

The post ତୃତୀୟ ବିବାହ କରିବାକୁ ମନ, ମୌଲବୀ ସ୍ୱାମୀଙ୍କ ଲିଙ୍ଗ କାଟିଦେଲା ସ୍ତ୍ରୀ appeared first on Odisha Reporter.



from Odisha Reporter https://ift.tt/3gTMtsC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages