ଘର ଭିତରୁ ମିଳିଲା ମହିଳାଙ୍କ ମୃତଦେହ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, June 13, 2021

ଘର ଭିତରୁ ମିଳିଲା ମହିଳାଙ୍କ ମୃତଦେହ

କଣ୍ଟାବାଞ୍ଜି (ଅନ୍ତିମ ପାଣିଗ୍ରାହୀ): ଘର ଭିତରୁ ଜଣେ ବିବାହିତ ମହିଳାଙ୍କ ମୃତ ଦେହକୁ ଉଦ୍ଧାର କରିଛି ବେଳପଡା ପୁଲିସ। ମୃତ ବିବାହିତ ମହିଳା ଜଣକ ହେଲେ ବେଳପଡା ଥାନା କର୍ଲ୍ଲlବାହାଲି ଗାଁର ହେମଲତା ବନଗୁଲା। ତେବେ ଏହା ହତ୍ୟା ନା ଆତ୍ମହତ୍ୟା କାରଣ ଅସ୍ପଷ୍ଟ ରହିଛି। ବେକରେ ଏକ କଟା ଦାଗ ଦେଖାଯାଉଥିବାରୁ ହତ୍ୟା ସନ୍ଦେହ କରାଯାଉଛି।

ଘଟଣା ସ୍ଥଳରେ ବେଳପଡା ଆଇଆଇସି, ସାଇଣ୍ଟିଫିକ ଟିମ ସହ ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟ ଦାୟିତ୍ୱରେ ବେଳପଡା ତହସିଲଦାର ପ୍ରଶାନ୍ତି ପ୍ରଧାନଙ୍କ ଉପସ୍ଥିତିରେ ଘର ଭିତରୁ ବିବାହିତ ମହିଳାଙ୍କ ମୃତ ଦେହକୁ ଉଦ୍ଧାର କରାଯାଇଥିଲା।

ସୂଚନାଯୋଗ୍ୟ ଯେ ବେଳପଡା ଥାନା କର୍ଲ୍ଲlବାହାଲି ଗାଁର ଋଷି ବନଗୁଲା ଗତ ଚାରି ବର୍ଷ ତଳେ ମୁରିବାହାଲ ଥାନା ବଡ଼ସାଇମରା ଗାଁର ଦୁତିଆ ଭୋଇଙ୍କ ଝିଅ ହେମଲତାକୁ ବୈଦିକ ରୀତିନୀତିରେ ବିବାହ କରିଥିଲେ। ବିବାହ ପରେ ସୁରୁଖୁରୁରେ ସ୍ୱାମୀ ଓ ସ୍ତ୍ରୀ ରହୁଥିଲେ। ଉଭୟଙ୍କର ଦୁଇ ବର୍ଷର ଝିଅ ଅଛି। ଘରେ କିଛି ଦିନ ହେଲା କେଉଁ କଥାକୁ ନେଇ କଳହ ହୋଇଥିଲା।

ଆଜି ସକାଳେ ଘର ଭିତରେ ଝୁଲନ୍ତା ଅବସ୍ଥାରେ ହେମଲତାଙ୍କ ମୃତଦେହ ଦେଖବାକୁ ମିଳିଥିଲା। ତାଙ୍କ ବେକରେ ଏକ ଦାଗ ଲାଗି ରକ୍ତ ବାହାରୁଥିଲା। ପାରିବାରିକ କଳହରୁ ଏଭଳି ଘଟଣା ଘଟିଥିବା ସନ୍ଦେହ କରାଯାଉଛି। ମୃତ ମହିଳାଙ୍କ ଶ୍ୱଶୁର ସୁରେନ୍ଦ୍ର ବନଗୁଲା କପଡ଼ାରେ ଆତ୍ମହତ୍ୟା କରିଥିବା କହୁଥିବା ବେଳେ ଏ ହତ୍ୟା ନା ଆତ୍ମହତ୍ୟା ଏବେ ବି କାରଣ ଅସ୍ପଷ୍ଟ ରହିଛି। ମୃତ ମହିଳାଙ୍କ ସ୍ୱାମୀ ଋଷି ବନଗୁଲାକୁ ବେଳପଡା ଥାନାରେ ଅଟକ ରଖି ତଦନ୍ତ କରୁଛି।

The post ଘର ଭିତରୁ ମିଳିଲା ମହିଳାଙ୍କ ମୃତଦେହ appeared first on Odisha Reporter.



from Odisha Reporter https://ift.tt/3iDzVqo

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages