ଇସ୍ରାଏଲରେ ସରିଲା ବେଞ୍ଜାମିନ ନେତାନ୍ୟାହୁ ଯୁଗ, ନଫତାଲି ନୂଆ ପ୍ରଧାନମନ୍ତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, June 13, 2021

ଇସ୍ରାଏଲରେ ସରିଲା ବେଞ୍ଜାମିନ ନେତାନ୍ୟାହୁ ଯୁଗ, ନଫତାଲି ନୂଆ ପ୍ରଧାନମନ୍ତ୍ରୀ

ଜେରୁଜେଲମ: ଇସ୍ରାଏଲର ସଂସଦ (Knesset) ନୂଆ ସରକାର ଗଠନକୁ ଅନୁମୋଦନ ଦେଇଛି। ଏଥିସହ ଇସ୍ରାଏଲର ଦୀର୍ଘ ୧୨ ବର୍ଷ ଧରି ପ୍ରଧାନମନ୍ତ୍ରୀ ପଦରେ ଥିବା ବେଞ୍ଜାମିନ ନେତାନ୍ୟାହୁ ସରକାର ଗାଦିଚ୍ୟୁତ ହୋଇଛନ୍ତି। ଏବେ ଇସ୍ରାଏଲର ନୂଆ ପ୍ରଧାନମନ୍ତ୍ରୀ ହୋଇଛନ୍ତି ନଫତାଲି ବେନ୍ନେଟ୍ଟ (Naftali Bennett)। ଖୁବଶୀଘ୍ର ନଫତାଲି ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ।

ଇସ୍ରାଏଲର ସମସ୍ତ ବିରୋଧୀ ଦଳ ମିଶି ମେଣ୍ଟ କରିବାରୁ ବେଞ୍ଜାମିନ ନେତାନ୍ୟାହୁ ସରକାର ଗାଦିଚ୍ୟୁତ ହୋଇଛନ୍ତି। ସଂସଦରେ ସରକାର ଗଢ଼ିବା ନେଇ ମତଦାନ ହୋଇଥିଲା। ଏଥିରେ ନଫତାଲିଙ୍କ ନେତୃତ୍ୱାଧୀନ ମେଣ୍ଟ ସପକ୍ଷରେ ପ୍ରଥମ ରାଉଣ୍ଡରେ ୬୦ ଖଣ୍ଡ ଭୋଟ୍ ପଡ଼ିଥିବା ବେଳେ ଦ୍ୱିତୀୟ ରାଉଣ୍ଡରେ ୫୯ ଖଣ୍ଡ ଭୋଟ୍ ପଡ଼ିଥିଲା।

୪୯ ବର୍ଷୀୟ ନଫତାଲି ନେତାନ୍ୟାହୁଙ୍କ ନେତୃତ୍ୱାଧୀନ ସରକାରରେ ଶିକ୍ଷା, ଅର୍ଥ ଏବଂ ପ୍ରତିରକ୍ଷା ବିଭାଗର ମନ୍ତ୍ରୀ ଭାବେ କାମ କରିଥିଲେ। ଯେହେତୁ ବିଭିନ୍ନ ଦଳ ମିଶି ଦେଶରେ ମେଣ୍ଟ ସରକାର ଗଠନ କରିଛନ୍ତି ତେଣୁ ନଫତାଲି ଦୁଇ ବର୍ଷ ପାଇଁ ପ୍ରଧାନମନ୍ତ୍ରୀ ଆସନରେ ବସିବେ ପରେ ୟେଶ ଅଟିଡ ପାର୍ଟିର ନେତା ୟାଇର ଲାପିଡ ପ୍ରଧାନମନ୍ତ୍ରୀ ଆସନରେ ବସିବେ। ନଫତାଲି ୟମିନା ପାର୍ଟିର ନେତା।

ଇସ୍ରାଏଲର ଦୀର୍ଘତମ ପ୍ରଧାନମନ୍ତ୍ରୀ ହେଉଛନ୍ତି ବେଞ୍ଜାମିନ୍ ନେତାନ୍ୟାହୁ। ଏହା ପୂର୍ବରୁ ଇସ୍ରାଏଲର ପ୍ରତିଷ୍ଠାତା ଡାଭିଡ ବେନ-ଗୁରିଅନ ଅଧିକ ସମୟ ଦେଶରେ ପ୍ରଧାନମନ୍ତ୍ରୀ ଆସନରେ ବସିଥିଲେ। ପରେ ନେତନ୍ୟାହୁ ଏହି ସମ୍ମାନର ଅଧିକାରୀ ହୋଇଥିଲେ।୨୦୦୯ରୁ ବେଞ୍ଜାମିନ ନେତାନ୍ୟାହୁ ପ୍ରଧାନମନ୍ତ୍ରୀ ଭାବରେ ଇସ୍ରାଏଲରେ କ୍ଷମତାରେ ଥିଲେ। ହେଲେ ୨୦୧୯ ମସିହାରେ ହୋଇଥିବା ନିର୍ବାଚନ ପାଖରୁ ତାଙ୍କ ସରକାର କ୍ରମଶଃ ଦୁର୍ବଳ ହୋଇଯାଇଥିଲା। ନେତାନ୍ୟାହୁ ୨୦୧୯ରେ ମେଣ୍ଟ ସରକାର ଗଠନ କରିଥିଲେ। କିନ୍ତୁ ନିଜେ ନେତାନ୍ୟାହୁ ଏବଂ ତାଙ୍କ ସରକାର ଦୁର୍ନୀତି ମାମଲାରେ ଛନ୍ଦି ହୋଇଯାଇଥିଲେ। କିନ୍ତୁ ସେ କୌଣସି ବେଆଇନ କାମରେ ସଂଶ୍ଳିଷ୍ଚ ନାହାନ୍ତି ବୋଲି କହିଛନ୍ତି।

ଇସ୍ରାଏଲର ପୂର୍ବତନ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଜଣେ ଅନ୍ତର୍ଜାତୀୟ ସ୍ତରରେ ଜଣାଶୁଣା ନେତା। ସେ ବିଶ୍ୱ ରାଜନୀତିରେ ସକ୍ରିୟ ରହିଛନ୍ତି। ନୂଆ ସରକାର ଗଠନ ପରେ ନେତାନ୍ୟାହୁ ଲିକୁଡ ପାର୍ଟିର ନେତା ତଥା ସଂସଦରେ ବିରୋଧୀ ଦଳର ନେତା ଭାବରେ କାର୍ଯ୍ୟ କରିବେ।

The post ଇସ୍ରାଏଲରେ ସରିଲା ବେଞ୍ଜାମିନ ନେତାନ୍ୟାହୁ ଯୁଗ, ନଫତାଲି ନୂଆ ପ୍ରଧାନମନ୍ତ୍ରୀ appeared first on Odisha Reporter.



from Odisha Reporter https://ift.tt/3cBnYOo

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages