ଡେରାଡୁନର ଆଏମ୍ଏରେ ସ୍ଥାନ ପାଇବ ତ୍ରିଲୋଚନଙ୍କ କଳାକୃତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, June 23, 2021

ଡେରାଡୁନର ଆଏମ୍ଏରେ ସ୍ଥାନ ପାଇବ ତ୍ରିଲୋଚନଙ୍କ କଳାକୃତି

ଆଳି (ବନମାଳି ସାହୁ): ଚର୍ଚ୍ଚାରେ ପଲ୍ଲୀ ଅଞ୍ଚଳର ଶିଳ୍ପୀ ତ୍ରିଲୋଚନ ବେହେରା ।  କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକ ବ୍ରାହ୍ମଣସାହି ଗାଁର ଯୁବ କାରିଗର  ତ୍ରିଲୋଚନଙ୍କ କଳାକୃତି ଏବେ ଡେରାଡୁନ ସ୍ଥିତ ଆଏମ୍ଏରେ ସ୍ଥାନ ପାଇବ।  ପିଲାଟି ଦିନରୁ ମୂର୍ତ୍ତି ନିର୍ମାଣରେ ସଉକ ରଖିଥିବା ତ୍ରିଲୋଚନ ଭାରତୀୟ ସେନା ଠାରୁ ଏକ ବଡ଼ କଣ୍ଟ୍ରାକ୍ଟ  ପାଇବା ପରେ ଜୋରସୋରରେ ମୂର୍ତ୍ତି ନିର୍ମାଣ କାମରେ ଲାଗିଛନ୍ତି । ତ୍ରିଲୋଚନଙ୍କ ଘର ହେଉଛି  ରାଜକନିକା ବ୍ଲକ ବ୍ରାହ୍ମଣସାହି ଗାଁର।

ଓଡ଼ିଆ କାରିଗର ତ୍ରିଲୋଚନ ବେହେରାଙ୍କୁ INDIAN MILITARY ACADEMY  ବା ଆଇଏମଏ ତରଫରୁ ମିଳଛି ମୂର୍ତ୍ତି ନିର୍ମାଣ କରିବାର କଣ୍ଟ୍ରାକ୍ଟ୍  । ଭାରତୀୟ ସେନାରେ ବୀରତ୍ୱ ପ୍ରଦର୍ଶନ କରୁଥିବା ବୀରଙ୍କ ମୂର୍ତ୍ତି ନିର୍ମାଣରେ ଲାଗି ପଡିଛନ୍ତି  ରାଜକନିକା ବ୍ଲକ ବ୍ରାହ୍ମଣସାହିର ତ୍ରିଲୋଚନ ବେହେରା ଓ ତାଙ୍କ ସହଯୋଗୀ ।  ଭାରତୀୟ ସେନାର ବୀର ଯବାନଙ୍କ ମୂର୍ତ୍ତିକୁ ନିଜର ସ୍ପର୍ଶ ଦେବା ଲାଗି ସୁଯୋଗ ମିଳିଥିବାରୁ ତ୍ରିଲୋଚନ ବି ବେଶ ଖୁସ୍ । ତାଙ୍କର ଏହି କଳାକୃତି ଡେରାଡୁନ ସ୍ଥିତ ଆଇଏମ୍ଏରେ ସ୍ଥାନ ପାଇବ ।

ଟିଣ ଛପର ସେଡ୍ ଭିତରେ ଗଢ଼ା ଚାଲିଛି ମୂର୍ତ୍ତି ର୍ନିମାଣ କାମ ।  ଭଗବାନ ବିଷ୍ଣୁ , ବରାହ, ପର୍ଶୁରାମଙ୍କ ମୂର୍ତ୍ତି ଠାରୁ ଆରମ୍ଭ କରି ଚାଣକ୍ୟ ଓ ଦ୍ରୋଣାଚାର୍ଯ୍ୟଙ୍କ ମୂର୍ତ୍ତି ନର୍ମାଣ ସରିଛି । ୧୫ ବର୍ଷ ହେବ ଅକ୍ଳାନ୍ତ ପରିଶ୍ରମ ପରେ ଶେଷରେ ତ୍ରିଲୋଚନ ନିଜର କଳାକୁ ଦେଶର ବିଭିନ୍ନ  ସ୍ଥାନରେ ପହଞ୍ଚାଇପାରିଥିବା ଯୋଗୁଁ ଗ୍ରାମବାସୀ ଗର୍ବ ଅନୁଭବ କରୁଛନ୍ତି। ପ୍ରଥମେ ପଲ୍ଲୀ ଓ ପରେ ଦେଶର ବିଭିନ୍ନ କୋଣରେ ନିଜର କଳା ପ୍ରଦର୍ଶନ କରି ଓଡ଼ିଆ ଶିଳ୍ପୀ ତ୍ରିଲୋଚନ ରାଜ୍ୟ ଲାଗି ଗୌରବ ଆଣିଛନ୍ତି।

The post ଡେରାଡୁନର ଆଏମ୍ଏରେ ସ୍ଥାନ ପାଇବ ତ୍ରିଲୋଚନଙ୍କ କଳାକୃତି appeared first on Odisha Reporter.



from Odisha Reporter https://ift.tt/3h3IJTY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages