ଭଞ୍ଜନଗର (ରାଜେଶ କୁମାର ପଣ୍ଡା): ଖାଦ୍ୟ ଅନ୍ୱେଷଣରେ ଘୁରି ବୁଲୁଥିବା ଏକ ଦନ୍ତାହାତୀର ଶୁଣ୍ଢ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିବାରୁ ତା’ର ଶୋଚନୀୟ ମୃତ୍ୟୁ ଘଟିଛି। ଗଞ୍ଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡର କେନ୍ଦ୍ରୀୟ ବନାଞ୍ଚଳ ଅଧୀନ ଲାଠିପଡ଼ା ବିଟ୍ ଢଉପଲ୍ଲୀ କାଜୁ ଜଙ୍ଗଲରୁ ଏହି ଦନ୍ତା ହାତୀଟିର ମୃତଦେହ ଉଦ୍ଧାର କରାଯାଇଛି। ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହଟିକୁ ଜବତ କରିଛନ୍ତି।
ସୂଚନା ଅନୁଯାୟୀ, ଗତକାଲି ଏକ ଆଠ ଟିକିଆ ହାତୀପଲ ଖାଦ୍ୟ ସନ୍ଧାନରେ ଢଉପଲ୍ଲୀ କାଜୁ ଜଙ୍ଗଲ ଅତିକ୍ରମ କରୁଥିଲେ। ଏହି ସମୟରେ ଏହି ଦନ୍ତାଟିର ଶୁଣ୍ଢ ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଯାଇଥିଲା। ଫଳରେ ଘଟଣାସ୍ଥଳରେ ତାର ମୃତ୍ୟୁ ହୋଇଯାଇଥିଲା। ହାତୀଟିର ବୟସ ୨୫ ରୁ ୩୦ ବର୍ଷ ହେବ ବୋଲି ଅନୁମାନ କରାଯାଉଛି।
ସ୍ଥାନୀୟ ଲୋକେ ବନ ବିଭାଗକୁ ଖବର ଦେବା ପରେ ଘଟଣା ସ୍ଥଳରେ ବନ କର୍ମଚାରୀ ପହଞ୍ଚି ଥିଲେ। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହାତୀଟିର ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ସହକାରୀ ବନ ସରଂକ୍ଷକ ସୁଦର୍ଶନ ବାଦି କହିଛନ୍ତି।
The post ବିଦ୍ୟୁତ୍ ତାରରେ ବାଜିଗଲା ଶୁଣ୍ଢ, ଟଳି ପଡ଼ିଲା ଦନ୍ତା appeared first on Odisha Reporter.
from Odisha Reporter https://ift.tt/3inY444
No comments:
Post a Comment