ୱାଶିଂଟନ: ବିଶ୍ୱର ସବୁଠାରୁ ଦାମୀ ଫୁଟବଲର ନେମାରଙ୍କୁ ଟୋକିଓ ଅଲିମ୍ପିକ୍ସରେ ଦେଖିବାକୁ ମିଳିବ ନାହିଁ। ଏହି ପ୍ରଖ୍ୟାତ ଷ୍ଟ୍ରାଇକରଙ୍କୁ ବ୍ରାଜିଲର ଟୋକିଓ ଅଲିମ୍ପିକ୍ସ ସ୍କ୍ୱାଡରୁ ବାଦ ଦିଆଯାଇଛି। ତେବେ ସ୍କ୍ୱାଡକୁ ଭେଟରାନ ଡାନିଏଲ ଅଲଭେସ କମବ୍ୟାକ୍ କରିଛନ୍ତି। ସେ ଦୀର୍ଘ ଦିନ ହେଲା ବ୍ରାଜିଲର ସ୍କ୍ୱାଡରେ ନଥିଲେ।
ବର୍ତ୍ତମାନ ଆଣ୍ଠୁ ସମସ୍ୟା ଯୋଗୁ ସେ କୋମା ଆମେରିକା ମଧ୍ୟ ଖେଳୁନାହାନ୍ତି। ଅଲିମ୍ପିକ୍ସରେ ବ୍ରାଜିଲ ତା’ର ପ୍ରଥମ ମ୍ୟାଚ୍ ଜୁଲାଇ ୨୨ରେ ଖେଳିବ। ଏହା ପୂର୍ବରୁ ଅଲଭେସ ଫିଟ ହୋଇଯାଇଥିବେ ବୋଲି ସମସ୍ତେ ଆଶା ରଖିଛନ୍ତି। ପ୍ରଥମ ମ୍ୟାଚ୍ରେ ବ୍ରାଜିଲ ଓ ଜର୍ମାନୀ ମୁହାଁମୁହିଁ ହେବେ।
ସେହିପରି ନେମାରଙ୍କ ପିଏସ୍ଜି ସହଯୋଗୀ ମାରକ୍ୟୁନହୋସ ମଧ୍ୟ ବ୍ରାଜିଲ ଫୁଟବଲ ଟିମର କୋଚ୍ ଆଣ୍ଡ୍ରେ ଜାରଡିନେଙ୍କ ଟୋକିଓ ସ୍କ୍ୱାଡ ତାଲିକାରେ ନାହାନ୍ତି। ୫ ବର୍ଷ ତଳେ ମାରକ୍ୟୁନହୋସ ରିଓ ଅଲିମ୍ପିକ୍ସରେ ବ୍ରାଜିଲ ପାଇଁ ସ୍ୱର୍ଣ୍ଣ ପଦକ ଜିତିଥିଲେ। ହେଲେ ତାଙ୍କୁ ସ୍କ୍ୱାଡରୁ ବାଦ ଦିଆଯାଇଛି।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ବର୍ତ୍ତମାନ ନେମାର ବ୍ରାଜିଲ ପାଇଁ କୋମା ଆମେରିକାରେ ପ୍ରତିନିଧିତ୍ୱ କରୁଛନ୍ତି। ସେ ସଂପୂର୍ଣ୍ଣ ଫିଟ ମଧ୍ୟ ରହିଛନ୍ତି। ହେଲେ ହଠାତ୍ ତାଙ୍କୁ କାହିଁକି ଅଲିମ୍ପିକ୍ସ ଭଳି ଇଭେଣ୍ଟ ପାଇଁ ଘୋଷିତ ସ୍କ୍ୱାଡରୁ ବାଦ ଦିଆଗଲା, ତାହା ଜଣାପଡ଼ିନି।
ଅନ୍ୟପକ୍ଷରେ ରାଫେଲ ନାଡାଲଙ୍କ ପରେ ନେମାର ଏମିତି ଗୋଟିଏ ବଡ଼ ନାଁ ଯାହାଙ୍କ ଝଲକ ଅଲିମ୍ପିକ୍ସରେ ଦେଖିବାକୁ ମିଳିବନି। ୨୦୦୮ରେ ନାଡାଲ ଅଲିମ୍ପିକ୍ସର ଏକକ ବର୍ଗରେ ସ୍ୱର୍ଣ୍ଣ ପଦକ ଜିତିଥିଲେ। ସେ ଏବେ ଆମେରିକା ଓପନ ପାଇଁ ପ୍ରସ୍ତୁତି କରିବାକୁ ଚାହୁଁଥିବାରୁ ଅଲିମ୍ପିକ୍ସରୁ ଓହରି ଯାଇଛନ୍ତି।
The post ଅଲିମ୍ପିକ୍ସରେ ଦେଖିବାକୁ ମିଳିବନି ନେମାରଙ୍କ ଝଲକ appeared first on Odisha Reporter.
from Odisha Reporter https://ift.tt/3wBMg2D
No comments:
Post a Comment