୩ ହଜାର ଡାକ୍ତରଙ୍କ ସାମୁହିକ ଇସ୍ତଫା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, June 3, 2021

୩ ହଜାର ଡାକ୍ତରଙ୍କ ସାମୁହିକ ଇସ୍ତଫା

ଭୋପାଳ: ବିଭିନ୍ନ ଦାବି ନେଇ ମଧ୍ୟପ୍ରଦେଶର ୬ଟି ମେଡିକାଲ କଲେଜର ଡାକ୍ତର ହରତାଳ କରିଥିଲେ। ମାମଲା ମଧ୍ୟପ୍ରଦେଶ ହାଇକୋର୍ଟରେ ପହଞ୍ଚିବା ପରେ କୋର୍ଟ ୨୪ ଘଣ୍ଟା ମଧ୍ୟରେ ହରତାଳ କରୁଥିବା ଜୁନିୟର ଡାକ୍ତରଙ୍କୁ ନିଜ ନିଜ କାର୍ଯ୍ୟରେ ଯୋଗ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ହାଇକୋର୍ଟଙ୍କ ନିର୍ଦ୍ଦେଶର କିଛି ଘଣ୍ଟା ପରେ କିନ୍ତୁ ୩ ହଜାର ଡାକ୍ତର ସାମୁହିକ ଭାବରେ ଇସ୍ତଫା ଦେଇଛନ୍ତି। ମଧ୍ୟପ୍ରଦେଶ ଜୁନିୟର ଡାକ୍ତର ଆସୋସିଏସନର ଅଧ୍ୟକ୍ଷ ଅରବିନ୍ଦ ମିଣା କହିଛନ୍ତି ଗୁରୁବାର ୩ ହଜାର ଡାକ୍ତର ନିଜ ନିଜ ମେଡିକାଲ କଲେଜର ଡିନଙ୍କୁ ଇସ୍ତଫା ପତ୍ର ଦେଇଛନ୍ତି।

ଇସ୍ତଫା ଦେଇଥିବା ଡାକ୍ତର ଅରବିନ୍ଦ ମିଣା କହିଛନ୍ତି, ତୃତୀୟ ବର୍ଷର ଜୁନିୟର ଡାକ୍ତରଙ୍କ ଏନରୋଲମେଣ୍ଟକୁ ରଦ୍ଦ କରି ଦେଇଛନ୍ତି ସରକାର। ସରକାର ଏଭଳି କରିବା ଦ୍ୱାରା ଆଗାମୀ ଦିନରେ ହେବାକୁ ଥିବା ପରୀକ୍ଷାରେ ସେମାନେ ବସି ପାରିବେ ନାହିଁ ବୋଲି କହିଛନ୍ତି। ପିଜି କରୁଥିବା ଏହି ଜୁନିୟର ଡାକ୍ତରମାନେ କହିଛନ୍ତି ତିନି ବର୍ଷରେ ଡିଗ୍ରୀ ସାର୍ଟିଫିକେଟ ମିଳେ ଦୁଇ ବର୍ଷ କଲେ ଡିପ୍ଲୋମା ସାର୍ଟିଫିକେଟ ମିଳିବ। ତେଣୁ ଏନରୋଲମେଣ୍ଟ ରଦ୍ଦ କରିବା ନିଷ୍ପତ୍ତିକୁ ସେମାନେ ବିରୋଧ କରୁଛନ୍ତି।

ଆଗାମୀ ଦିନରେ ହାଇକୋର୍ଟଙ୍କ ଆଦେଶକୁ ଚ୍ୟାଲେଞ୍ଜ କରି ସେମାନେ ସୁପ୍ରିମକୋର୍ଟ ଯିବେ ବୋଲି ଏହି ଡାକ୍ତର ସଂଘ କହିଛନ୍ତି। ତାଙ୍କ ସମର୍ଥନରେ ମେଡିକାଲ ଆଫାୟାର୍ସ ଆସୋସିଏସନ ଏବଂ ଫେଡେରେସନ ଅଫ୍ ରେସିଡେଣ୍ଟ ଡକ୍ଟର ଆସୋସିଏସନ ରହିଥିବା କହିଛନ୍ତି। ସେହିପରି ଛତିଶଗଡ଼, ୟୁପି, ରାଜସ୍ଥାନ, ତାମିଲନାଡୁ, କର୍ଣ୍ଣାଟକ ସହିତ ଏମ୍ସ ଏବଂ ଘରୋଇ ଡାକ୍ତରଖାନାର ଜୁନିୟର ଡାକ୍ତରମାନେ ମଧ୍ୟ ତାଙ୍କର ଦାବିକୁ ସମର୍ଥନ କରୁଥିବା ମିଣା କହିଛନ୍ତି।

ଏହି ସମୟରେ ସ୍ୱାସ୍ଥ୍ୟ ବିଭାଗର ଶିକ୍ଷା ମନ୍ତ୍ରୀ ବିଶ୍ୱ ସାରଙ୍ଗ ହରତାଳ କରୁଥିବା ଡାକ୍ତରଙ୍କୁ ୨୪ ଘଣ୍ଟିଆ ଅଲ୍ଟିମେଟମ୍ ଦେଇଛନ୍ତି। ସେମାନଙ୍କୁ ନିଜ ନିଜ କାର୍ଯ୍ୟକୁ ଫେରିବାକୁ କହିଛନ୍ତି। ଯଦି ସେମାନେ କାର୍ଯ୍ୟରେ ଯୋଦ ନ ଦିଅନ୍ତି ତେବେ ସରକାର ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ଅନ୍ୟପଟେ ସେ କହିଛନ୍ତି ଯେ ଡାକ୍ତରଙ୍କ ସମସ୍ତ ଦାବି ଗ୍ରହଣ କରାଯାଇଛି।

ସୂଚନାଯୋଗ୍ୟ, କରୋନା ମହାମାରୀ ବେଳେ ମଧ୍ୟପ୍ରଦେଶରେ ଭୋପାଳ, ଇନ୍ଦୋର, ଗ୍ୱାଲିଅର, ଜବଲପୁର, ସାଗର ଏବଂ ରେୱାରେ ଥିବା ୬ଟି ସରକାରୀ ମେଡିକାଲ କଲେଜର ପ୍ରାୟ ୩ ହଜାର ଜୁନିୟର ଡାକ୍ତର ସୋମବାରଠାରୁ ୬ଟି ଦାବି ନେଇ ଧାରଣା ଦେଇଛନ୍ତି। ଜୁନିୟର ଡାକ୍ତରମାନେ ମୁଖ୍ୟତଃ ସରକାରଙ୍କ ଠାରୁ କରୋନା ସଂକ୍ରମଣ ବେଳେ ସେମାନଙ୍କର ଦରମା ବୃଦ୍ଧି କରିବାକୁ ଦାବି କରିବା ସହିତ ତାଙ୍କ ପରିବାରକୁ ମାଗଣା ଚିକିତ୍ସା ପାଇଁ ଦାବି କରିଛନ୍ତି। ରାଜ୍ୟ ସରକାର ସେମାନଙ୍କ ଦାବି ପୂରଣ କରିବାକୁ ୨୮ ଦିନ ପୂର୍ବରୁ ପ୍ରତିଶ୍ରୁତି ଦେଇଥିଲେ, ହେଲେ ସରକାର କୌଣସି ପଦକ୍ଷେପ ନେଇନଥିବା ସେମାନେ କହିଛନ୍ତି।

The post ୩ ହଜାର ଡାକ୍ତରଙ୍କ ସାମୁହିକ ଇସ୍ତଫା appeared first on Odisha Reporter.



from Odisha Reporter https://ift.tt/3pi8mEm

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages