ରାଜ୍ୟରେ ୮ ହଜାର ତଳକୁ ଖସିଲା ଦୈନିକ କରୋନା ସଂକ୍ରମଣ, ଆଉ ୩୯ ମୃତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, June 3, 2021

ରାଜ୍ୟରେ ୮ ହଜାର ତଳକୁ ଖସିଲା ଦୈନିକ କରୋନା ସଂକ୍ରମଣ, ଆଉ ୩୯ ମୃତ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଗତ ୨୪ ଘଣ୍ଟାରେ ୭୭୨୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪୩୩୧ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ବାକି ୩୩୯୮ଟି ହେଉଛି ଲୋକାଲ୍ କେସ୍‌। ସେହିପରି ରାଜ୍ୟରେ ଆଉ ୩୯ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୦୬୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରୁ ୭୨୦, ଅନୁଗୋଳରୁ ୪୪୯, ମୟୂରଭଞ୍ଜରୁ ୪୪୨ ଓ ବାଲେଶ୍ୱର ଜିଲ୍ଲାରୁ ୪୨୬ ଜଣ ଆକ୍ରାନ୍ତ ହୋଇଛନ୍ତି।

ବରଗଡ଼ ଜିଲ୍ଲାରୁ ୧୮୯ ଜଣ ଚିହ୍ନଟ ହୋଇଥିବା ବେଳେ ଭଦ୍ରକରୁ ୨୮୭, ବଲାଙ୍ଗିରରୁ ୬୧, ବୌଦ୍ଧରୁ ୧୨୮, ଦେବଗଡ଼ରୁ ୭୨, ଢେଙ୍କାନାଳରୁ ୨୫୨, ଗଜପତିରୁ ୬୮, ଗଞ୍ଜାମରୁ ୧୫୩, ଜଗତସିଂହପୁରରୁ ୨୫୫, ଯାଜପୁରରୁ ୩୮୮, ଝାରସୁଗୁଡ଼ାରୁ ୭୧, କଳାହାଣ୍ଡିରୁ ୧୬୭, କନ୍ଧମାଳରୁ ୫୨, କେନ୍ଦ୍ରାପଡ଼ାରୁ ୨୨୩, କେନ୍ଦୁଝରରୁ ୧୬୬, କୋରାପୁଟରୁ ୧୮୫, ମାଲକାନଗିରିରୁ ୧୦୪, ନବରଙ୍ଗପୁରରୁ ୨୧୯, ନୟାଗଡ଼ରୁ ୨୧୯, ନୂଆପଡ଼ାରୁ ୪୮, ପୁରୀରୁ ୩୩୩, ରାୟଗଡ଼ାରୁ ୩୧୦, ସମ୍ବଲପୁରରୁ ୧୬୧, ସୋନପୁରରୁ ୬୧ ଓ ସୁନ୍ଦରଗଡ଼ରୁ ୨୭୦ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଷ୍ଟେଟ୍‌ ପୁଲ୍‌ରୁ ୧୮୮ ଜଣ ଚିହ୍ନଟ ହୋଇଛନ୍ତି।

୭୭୨୯ଟି ନୂଆ କେସ୍ ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭ ଲକ୍ଷ ୯୮ ହଜାର ୬୯୯ରେ ପହଞ୍ଚିଯାଇଛି। ସେମାନଙ୍କ ମଧ୍ୟରୁ ୭ ଲକ୍ଷ ୧୩ ହଜାର ୦୫୫ ଜଣ ସୁସ୍ଥ ହୋଇସାରିଲେଣି। ୮୨ ହଜାର ୬୭୯ ଜଣ ଏବେ ଚିକିତ୍ସାଧୀନ ଅଛନ୍ତି।

ସେହିପରି ଆଉ ୩୯ ଜଣଙ୍କ ମୃତ୍ୟୁ ପରେ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୯୧୨କୁ ବୃଦ୍ଧି ପାଇଛି। ଏହି ୩୯ ଜଣଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬ ଜଣ ଅଛନ୍ତି। ଏହା ସହିତ ଏହି ଜିଲ୍ଲାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪୮୫କୁ ବୃଦ୍ଧି ପାଇଛି। ଅନୁଗୋଳ,ଝାରସୁଗୁଡ଼ା,କଳାହାଣ୍ଡି, ରାୟଗଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାରୁ ୩ ଜଣ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ବେଳେ କୌଦ୍ଧ, କଟକ, ଦେବଗଡ଼, ଗଜପତି, ଗଞ୍ଜାମ ଓ ପୁରୀ ଜିଲ୍ଲାରୁ ୨ ଜଣ ଲେଖାଏଁଙ୍କ ଜୀବନ ଯାଇଛି। ବଲାଙ୍ଗିର, ଢେଙ୍କାନାଳ, ଜଗତସିଂହପୁର, କେନ୍ଦ୍ରାପଡ଼ା, ମୟୂରଭଞ୍ଜ ଓ ସମ୍ବଲପୁରରୁ ଜଣେ ଲେଖାଏଁଙ୍କ ମୃତ୍ୟୁ ଘଟିଛି।

ଅନୁଗୋଳ ଜିଲ୍ଲାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୨୪କୁ ବୃଦ୍ଧି ପାଇଥିବା ବେଳେ ବଲାଙ୍ଗିରରେ ୬୪, ବୌଦ୍ଧରେ ୫୦, କଟକରେ ୧୭୬, ଦେବଗଡ଼ରେ ୨୧, ଢେଙ୍କାନାଳରେ ୩୮, ଗଜପତିରେ ୬୨, ଗଞ୍ଜାମରେ ୨୮୭, ଜଗତସିଂହପୁରରେ ୪୫, ଝାରସୁଗୁଡ଼ାରେ ୬୪, କଳାହାଣ୍ଡିରେ ୧୨୮, କେନ୍ଦ୍ରାପଡ଼ାରେ ୫୩, ମୟୂରଭଞ୍ଜରେ ୯୪, ପୁରୀରେ ୧୫୭, ରାୟଗଡ଼ାରେ ୧୧୭, ସମ୍ବଲପୁରରେ ୯୨ ଓ ସୁନ୍ଦରଗଡ଼ ଜିଲ୍ଲାରେ ୨୭୮କୁ ବୃଦ୍ଧି ପାଇଛି।

ସୂଚନାଯୋଗ୍ୟ, ମେ’ ୨୯ ତାରିଖରେ ୯୫୪୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ତା’ପରେ ଲଗାତାର ୪ ଦିନ ଏହି ସଂଖ୍ୟା ୮ ହଜାର ଉପରେ ରହିଥିଲା। ତେବେ ଗତ ୨୪ ଘଣ୍ଟାରେ ଏହା ୮ ହଜାର ତଳକୁ ଖସି ୭୭୨୯ ରହିଛି।

The post ରାଜ୍ୟରେ ୮ ହଜାର ତଳକୁ ଖସିଲା ଦୈନିକ କରୋନା ସଂକ୍ରମଣ, ଆଉ ୩୯ ମୃତ appeared first on Odisha Reporter.



from Odisha Reporter https://ift.tt/3pgu0Ji

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages