ଷ୍ଟାର୍ଟ ହେଉ ନ ଥିଲା କାର୍‌, ଠେଲୁ ଠେଲୁ ପିଟି ଦେଲା ସିଡିଏମ୍‌ଓଙ୍କ ଗାଡ଼ି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, June 24, 2021

ଷ୍ଟାର୍ଟ ହେଉ ନ ଥିଲା କାର୍‌, ଠେଲୁ ଠେଲୁ ପିଟି ଦେଲା ସିଡିଏମ୍‌ଓଙ୍କ ଗାଡ଼ି

ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ): ଷ୍ଟାର୍ଟ ହେଉ ନ ଥିବା କାର୍‌କୁ ଠେଲୁ ଠେଲୁ ପଛରୁ ପିଟି ଦେଲା ଆଉ ଏକ କାର୍‌। କାର୍‌କୁ ଠେଲୁଥିବା ବ୍ୟକ୍ତି ଜଣଙ୍କ ଗୁରୁତର ହୋଇପଡ଼ିଥିବା ବେଳେ ଦୁର୍ଘଟଣା ଘଟାଇଥିବା କାର୍‌ଟି ନୟାଗଡ଼ ସିଡିଏମ୍‌ଓଙ୍କର ବୋଲି ଜଣାପଡ଼ିଛି। ତେବେ ଦୁର୍ଘଟଣା ସମୟରେ ସିଡିଏମ୍‌ଓ କାର୍‌ରେ ନ ଥିଲେ ବୋଲି ଜଣାଯାଇଛି।

ଗୁରୁତର ଜଣଙ୍କ ହେଲେ ଫୁଲବାଣୀ ନଛାପଡ଼ା ଗାଁର ବିଦ୍ୟାଧର ପୃଷ୍ଟି । ଗତକାଲି ବିଳମ୍ବିତ ରାତିରେ ଦଶପଲ୍ଲା ଥାନା ଅଞ୍ଚଳରେ ୪୭ ନମ୍ବର ଜାତୀୟ ରାଜପଥର ରାଜପୁତ ଢାବା ସାମ୍ନାରେ ଘଟିଛି ଏହି ଦୁର୍ଘଟଣା।

କୌଣସି କାରଣରୁ ବିଦ୍ୟାଧରଙ୍କ କାର୍‌ ଷ୍ଟାର୍ଟ ନ ହେବାରୁ ସେ ଏହାକୁ ଠେଲୁ ଥିଲେ। ତେବେ ଏହି ସମୟରେ ପଛ ପଟୁ ଦ୍ରୁତ ଗତିରେ ଯାଉଥିବା ନୟାଗଡ଼ ସିଡିଏମଓଙ୍କ କାର୍‌ ତାଙ୍କୁ ଧକ୍କା ଦେଇଥିଲା । ଦୁର୍ଘଟଣା ବେଳେ ସିଡିଏମଓ କାର୍‌ରେ ନ ଥିବା ବେଳେ ତାଙ୍କ  ଡ୍ରାଇଭର ଏହି କାଣ୍ଡ ଘଟାଇ ଫେରାର ହୋଇଯାଇଥିବା ଜଣାପଡ଼ିଛି।

ଦୁର୍ଘଟଣାର ଶିକାର ବିଦ୍ୟାଧରଙ୍କୁ ପ୍ରଥମେ ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି। ଅନ୍ୟପକ୍ଷରେ ଏହି ଘଟଣା ନେଇ ସିଡିଏମଓଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

The post ଷ୍ଟାର୍ଟ ହେଉ ନ ଥିଲା କାର୍‌, ଠେଲୁ ଠେଲୁ ପିଟି ଦେଲା ସିଡିଏମ୍‌ଓଙ୍କ ଗାଡ଼ି appeared first on Odisha Reporter.



from Odisha Reporter https://ift.tt/3j7mT4S

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages