ପାଟନା: ଜୁନ୍ ୨୧ରୁ ସାରା ଦେଶରେ ଚତୁର୍ଥ ପର୍ଯ୍ୟାୟ ଟିକାକରଣ ଚାଲିଛି। କେନ୍ଦ୍ର ସରକାରଙ୍କ ନେତୃତ୍ୱରେ ଟିକାକରଣ ଚାଲିଛି। ଏହାରି ଭିତରେ ବିହାରରୁ ଏକ ଆଶ୍ଚର୍ଯ୍ୟ କରିବା ଭଳି ଏକ ଖବର ଆସିଛି। ଯଦି ଟିକା ନେଉଥିବା ବ୍ୟକ୍ତିଙ୍କ ସମ୍ପର୍କୀୟ ମୋବାଇଲରେ ଭିଡିଓ ରେକର୍ଡିଂ କରୁନଥାନ୍ତେ ତାହେଲେ ଜଣେ ନର୍ସଙ୍କ କାରସାଦି ଧରାପଡ଼ି ନଥାନ୍ତା।
ଘଟଣାଟି ହେଉଛି ପାଟଣାର ବହରାମପୁର ଇମାମବରାରେ ଥିବା ଉର୍ଦ୍ଦୁ ସ୍କୁଲରେ ଟିକାକରଣ କେନ୍ଦ୍ର ଖୋଲାଯାଇଛି। ଏହି କେନ୍ଦ୍ରକୁ ଜୁନ ୨୧ ତାରିଖ ଦିନ ଆଝାର ହୁସେନ ଟିକା ନେବାକୁ ଯାଇଥିଲେ। ନିୟମ ଅନୁଯାୟୀ ସେ ନର୍ସଙ୍କ ପାଖରେ ଟିକା ନେବାକୁ ପହଞ୍ଚିଥିଲେ। ଏହି ସମୟରେ ନର୍ସ ମଧ୍ୟ ଟିକା ଦେଇଥିଲେ। ଆଉ ଆଝର ଟିକା ନେଉଥିବାର ଏକ ଭିଡିଓ ସୁଟିଂ କରିଥିଲେ ପାଖରେ ଥିବା ତାଙ୍କର ସାଙ୍ଗ ଅମନ ଖାନ୍। ଏହାପରେ ଉଭୟ ଘରକୁ ଫେରିଥିଲେ।
ଏହାପରେ ଆଝାର ଟିକା ନେବା ବେଳର ଭିଡିଓଟିକୁ ତାଙ୍କ ଫେସବୁକରେ ଅପଲୋଡ କରି ଦେଇଥିଲେ। ଯାହାକୁ ତାଙ୍କର ବନ୍ଧୁମାନେ ଦେଖି ଆଶ୍ଚର୍ଯ୍ୟ ପ୍ରକାଶ କରିଥିଲେ। କାରଣ ଭିଡିଓରେ ନର୍ସ ଜଣଙ୍କ ଆଝାରଙ୍କୁ ଯେଉଁ ଇଞ୍ଜେକସନ ସିରିଞ୍ଜ ଫୋଡିଛନ୍ତି ସେଥିରେ କୌଣସି ଟିକା ନଥିଲା। ବରଂ ମହିଳା ନର୍ସ ଜଣଙ୍କ ଖାଲି ସିରିଞ୍ଜଟି ଆଝାରଙ୍କ ବାମ ହାତରେ ଫୋଡ଼ିଥିବା ଦେଖିବାକୁ ମିଳିଛି।
ତେବେ ସୋଶାଲ ମିଡିଆରେ ଏହି ଭିଡିଓ ଚହଳ ପକାଇବା ପରେ ସଂପୃକ୍ତ ନର୍ସଙ୍କୁ ଡ୍ୟୁଟିରୁ ହଟାଇ ଦିଆଯାଇଛି। ଏଥିସହ ତାଙ୍କୁ ଏକ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି ଜିଲ୍ଲା ପ୍ରଶାସନ। ତେବେ ଭିଡିଓଟି ଭାଇରାଲ ହେବା ପରେ ଆଝାର ଏବଂ ତାଙ୍କର ସାଙ୍ଗମାନେ ସେହି ଟିକାକରଣ କେନ୍ଦ୍ରକୁ ଆସିଥିଲେ। ଆଉ ନିଜର ଦାବି ରଖିଥିଲେ। ଏମିତିକି ସଂପୃକ୍ତ ନର୍ସ ଜଣଙ୍କ ଗୋଟିଏ ସିରିଞ୍ଜ ଅନେକ ଲୋକଙ୍କ ଶରୀରରେ ଫୋଡ଼ି ଥାଇପାରନ୍ତି ବୋଲି ଆଶଙ୍କା କରିଥିଲେ ଆଝାର ଏବଂ ତାଙ୍କ ସାଙ୍ଗମାନେ। ଏବେ ଆଝାରଙ୍କୁ ଟିକା ଦେବାକୁ ପ୍ରଶାସନ ବ୍ୟବସ୍ଥା କରିଥିବା ସୂଚନା ରହିଛି।
The post ଟିକା ଦେଲା ବେଳର ଭିଡିଓ ରେକର୍ଡିଂ ଖୋଲିଲା ନର୍ସଙ୍କ କାରସାଦି appeared first on Odisha Reporter.
from Odisha Reporter https://ift.tt/3h4uWN9
No comments:
Post a Comment