ମୁମ୍ବାଇ: କରୋନା ମହାମାରୀ ଯୋଗୁଁ ଏବେ ପ୍ରାୟତଃ ମଦ ଦୋକାନ ବନ୍ଦ ରହିଛି। ହେଲେ ମଦ ପ୍ରେମିଙ୍କ ପାଇଁ ଜାରି ରହିଛି ମଦର ହୋମ୍ ଡେଲିଭରୀ। ଅନ୍ଲାଇନ୍ରେ ମଦ ମଗାଇ ଲୋକେ ଏହାର ମଜା ନେଉଛନ୍ତି। ଏଭଳି ହିଁ କିଛି କରିବାକୁ ଚେଷ୍ଟା କରିଥିଲେ ବଲିଉଡର ଭେଟେରାନ୍ ଅଭିନେତ୍ରୀ ଶବାନା ଆଜମୀ। ହେଲେ ତାଙ୍କ ଅନ୍ଲାଇନ୍ରେ ମଦ ମଗାଇ ପିଇବା ନିଶା ପୂରାପୁରି ଉତୁରି ଯାଇଛି। ସେ ଅନ୍ଲାଇନ୍ ଠକେଇର ଶିକାର ହୋଇଛନ୍ତି। ଏନେଇ ସେ ନିଜେ ସୂଚନା ଦେଇଛନ୍ତି।
ଗୁରୁବାର ସକାଳେ ସେ ଠକେଇର ଶିକାର ହୋଇଥିବା ନେଇ ନିଜ ଟୁଇଟର ହ୍ୟାଣ୍ଡେଲରେ ସେଆର କରିଛନ୍ତି। ଏଥିସହ ଅନ୍ଲାଇନ୍ କିଣାକିଣି କାଳରେ ଠକଙ୍କ ପ୍ରତି ସାବଧାନ ରହିବାକୁ ଶବାନା ସତର୍କ କରାଇଦେଇଛନ୍ତି।
ଶବାନା ତାଙ୍କ ଟୁଇଟର ହ୍ୟାଣ୍ଡେଲରେ ଲେଖିଛନ୍ତି, ‘ସାବାଧାନ ମୁଁ ଏହି ଲୋକଙ୍କ ଦ୍ୱାରା ଠକେଇର ଶିକାର ହୋଇଛି। କମ୍ପାନୀର ନାଁ ଲିଭିଂ ଲିକ୍ୱିଡ୍। ମୁଁ ତାଙ୍କୁ ପେଟିଏମ୍ ସାହାଯ୍ୟରେ ପୂରା ଟଙ୍କା ପଇଠ କରିଦେଇଥିଲେ । ଅର୍ଡର କିନ୍ତୁ ମୋତେ ରିସିଭ୍ ହୋଇନଥିଲା। ଏଥିସହ ଡେଲିଭରି ହେବା ଆଗକୁ ସେମାନେ ମୋ ଫୋନ୍ ମଧ୍ୟ ଉଠାଇନଥିଲେ।’
BEWARE I have been cheated by them. #Living Liquidz I paid upfront and when the ordered item didnt turn up they stopped picking up my calls!
I paid Account no.919171984427
IFSC- PYTM0123456
Name living liquidz
Paytm payment bank— Azmi Shabana (@AzmiShabana) June 24, 2021
ଏହି ଟୁଇଟ୍ରେ ସେ ନିଜର ଯେଉଁ ଆକାଉଣ୍ଟରୁ ଯାହାଙ୍କୁ ଟଙ୍କା ଟ୍ରାନ୍ସଫର କରିଛନ୍ତି, ତା’ର ଆଇଏଫ୍ଏସ୍ କୋଡ ସହ ନମ୍ବର ମଧ୍ୟ ଉଲ୍ଲେଖ ରହିଛି। ଶବାନାଙ୍କ ଏହି ଟୁଇଟ୍ ଏବେ ଜୋରସୋର୍ରେ ଭାଇରାଲ ହେବାରେ ଲାଗିଛି। ତାଙ୍କ ପ୍ରଶଂସକମାନେ ତୁରନ୍ତ ଏନେଇ ପୁଲିସରେ ଅଭିଯୋଗ କରିବା ପାଇଁ ତାଙ୍କୁ ପରାମର୍ଶ ଦେଇଛନ୍ତି।
ଅନ୍ଧେରୀ ଲୋଖଣ୍ଡୱାଲା ଓସିୱରା ସିଟିଜେନ୍ସ ଅର୍ଗାନାଇଜେସନ ଶବାନାଙ୍କୁ ସହଯୋଗର ହାତ ବଢାଇଛନ୍ତି। ଗୁଗଲରେ ଯେଉଁ ସବୁ ନମ୍ବର ଉପଲବ୍ଧ ତାହା ଫେକ୍ ଓ ଅନ୍ଲାଇନ ଠକଙ୍କର ବୋଲି ସୂଚିତ କରିଛନ୍ତି।
ସେପଟେ ତଦନ୍ତରୁ ଜଣାପଡିଛି ଯେ, ଏହା ଏକ ଲିଭିଂ ଲିକ୍ୱିଡ୍ କମ୍ପାନୀ ନାଁରେ କିଛି ଠକ ବ୍ୟକ୍ତି ମୁମ୍ବାଇରେ ଏଭଳି ଲୋକଙ୍କୁ ଠକି ଆସୁଛନ୍ତି। ଯେଉଁମାନେ ଶବାନାଙ୍କୁ ସହ ଠକାମୀ କରିଛନ୍ତି ତାଙ୍କର ଲିଭିଂ ଲିକ୍ୱିଡ୍ କମ୍ପାନୀ ସହ କୌଣସି ସମ୍ପର୍କ ନାହିଁ। ତେଣୁ ଶବାନା ଏଭଳି ଠକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ମୁମ୍ବାଇ ପୁଲିସକୁ ନିବେଦନ କରିଛନ୍ତି।
Finally traced the owners of @living_liquidz & it turns out that the people who cheated me are fraudsters who have nothing to do with Living Liquidz! I urge @mumbaipolice and @cybercrime to take action to stop these crooks from using names of legitimate businesses & scamming us https://t.co/AUobsRg0on
— Azmi Shabana (@AzmiShabana) June 24, 2021
The post ଅନ୍ଲାଇନ୍ରେ ମଦ ମଗାଇବା ନିଶା ଉତୁରିଗଲା appeared first on Odisha Reporter.
from Odisha Reporter https://ift.tt/2UBN7Cl
No comments:
Post a Comment