ରିଲିଫ୍ ସାମଗ୍ରୀ ଚୋରି ଅଭିଯୋଗରେ ଶୁଭେନ୍ଦୁ ଅଧିକାରୀଙ୍କ ନାଁରେ ମାମଲା ରୁଜୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, June 6, 2021

ରିଲିଫ୍ ସାମଗ୍ରୀ ଚୋରି ଅଭିଯୋଗରେ ଶୁଭେନ୍ଦୁ ଅଧିକାରୀଙ୍କ ନାଁରେ ମାମଲା ରୁଜୁ

କୋଲକାତା: ୭ ଲକ୍ଷ ଟଙ୍କାର ରିଲିଫ୍ ସାମଗ୍ରୀ ଚୋରି କରିବା ଅଭିଯୋଗରେ ବିଜେପି ବିଧାୟକ ଶୁଭେନ୍ଦୁ ଅଧିକାରୀ ଓ ତାଙ୍କ ଭାଇଙ୍କ ବିରୋଧରେ ପୁଲିସ୍ ମାମଲା ରୁଜୁ କରିଛି। ପଶ୍ଚିମବଙ୍ଗର ପୂର୍ବ ମେଦିନିପୁର ଜିଲ୍ଲାର କାନ୍ଥି ମ୍ୟୁନିସିପାଲିଟି ଅଫିସ୍‌ ପରିସରରୁ ସେମାନେ ରିଲିଫ୍ ସାମଗ୍ରୀ ଚୋରି କରିଥିବା ଅଭିଯୋଗ ହୋଇଛନ୍ତି।

କାନ୍ଥି ମ୍ୟୁନିସିପାଲ ଆଡ୍‌ମିନିଷ୍ଟ୍ରେଟିଭ୍ ବୋର୍ଡର ସଦସ୍ୟ ରତନଦୀପ ମନ୍ନାଙ୍କ ଅଭିଯୋଗ କ୍ରମେ ପୁଲିସ୍ ଶୁଭେନ୍ଦୁ ଅଧିକାରୀ ଓ ତାଙ୍କ ଭାଇଙ୍କ ବିରୋଧରେ ମାମଲା ରୁଜୁ କରିଛି।

ରତନଦୀପ ଅଭିଯୋଗ କରିଛନ୍ତି ଯେ ଗତ ମେ’ ୨୯ ତାରିଖ ଦିନ ପ୍ରାୟ ସାଢ଼େ ୧୨ଟା ବେଳେ ଶୁଭେନ୍ଦୁ ଅଧିକାରୀ ଓ ତାଙ୍କ ଭାଇ ତଥା କାନ୍ଥି ମ୍ୟୁନିସିପାଲିଟିର ପୂର୍ବତନ ଅଧ୍ୟକ୍ଷ ସୌମେନ୍ଦୁ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ମ୍ୟୁନିସିପାଲିଟି ଅଫିସ୍‌ର ଗୋଦାମ ଘରୁ ଲକ୍ଷ ଲକ୍ଷ ଟଙ୍କାର ତାରପଲିନ୍ ଜୋରଜବରଦସ୍ତି ନିଆଯାଇଛି। ବେଆଇନ୍ ଭାବେ ଗୋଦାମ ଘର ତାଲା ଖୋଲା ଯାଇ ସେହି ତାରପଲନି ଗୁଡ଼ିକୁ ନିଆଯାଇଛି।

ଅଭିଯୋଗକାରୀ କହିଛନ୍ତି ଯେ ଶୁଭେନ୍ଦୁ ଅଧିକାରୀଙ୍କ ସୁରକ୍ଷାରେ ନିୟୋଜିତ କେନ୍ଦ୍ରୀୟ ସଶସ୍ତ୍ର ବଳର ସୁରକ୍ଷାକର୍ମୀଙ୍କୁ ମଧ୍ୟ ଏହି ଚୋରିରେ ବ୍ୟବହାର କରାଯାଇଥିଲା।

ଶୁଭେନ୍ଦୁ ଅଧିକାରୀଙ୍କ ଜଣେ ଘନିଷ୍ଠ ସହଯୋଗୀ ରାଖଲ ବେରା ଏକ ଠକେଇ ମାମଲାରେ କୋଲକାତା ପୁଲିସ୍ ଦ୍ୱାରା ଗିରଫ ହେବାର ଗୋଟିଏ ଦିନ ପରେ ଏହି ମାମଲା ସାମ୍ନାକୁ ଆସିଛି। ତେବେ ଏ ଘଟଣା ନେଇ ଶୁଭେନ୍ଦୁ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

ସୂଚନାଯୋଗ୍ୟ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସରକାରରେ କ୍ୟାବିନେଟ୍ ମନ୍ତ୍ରୀ ଥିବା ଶୁଭେନ୍ଦୁ ଅଧିକାରୀ ଗତବର୍ଷ ଡିସେମ୍ବରରେ ବିଜେପିରେ ଯୋଗ ଦେଇଥିଲେ। ସେ ଏବେ ପଶ୍ଚିମବଙ୍ଗ ବିଧାନସଭାରେ ବିରୋଧୀ ଦଳ ନେତା ଅଛନ୍ତି। ନିକଟରେ ଶେଷ ହୋଇଥିବା ବିଧାନସଭା ନିର୍ବାଚନରେ ସେ ନନ୍ଦିଗ୍ରାମ ଆସନରେ ମମତା ବାନାର୍ଜୀଙ୍କୁ ପ୍ରାୟ ୧୨ଶହ ଭୋଟରେ ହରାଇଥିଲେ।

The post ରିଲିଫ୍ ସାମଗ୍ରୀ ଚୋରି ଅଭିଯୋଗରେ ଶୁଭେନ୍ଦୁ ଅଧିକାରୀଙ୍କ ନାଁରେ ମାମଲା ରୁଜୁ appeared first on Odisha Reporter.



from Odisha Reporter https://ift.tt/3cnS5Zl

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages