ନିଷ୍ଠୁର ମଣିଷର ବର୍ବରକାଣ୍ଡ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, June 6, 2021

ନିଷ୍ଠୁର ମଣିଷର ବର୍ବରକାଣ୍ଡ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜଧାନୀରେ ସାମ୍ନାକୁ ଆସିଛି ଆଉ ଜଣେ ନିଷ୍ଠୁର ମଣିଷର ବର୍ବରକାଣ୍ଡ। ଗାଡ଼ି ଚଢ଼ାଇ ମାରି ଦେଇଛି ୫ଟି କୁକୁର ଛୁଆ। ପୁଲିସ୍ ତାକୁ ଅଟକ ରଖିଥିବା ବେଳେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ହୋଇଛି ଦାବି।

ଘଟଣାଟି ଘଟିଛି ଲିଙ୍ଗରାଜ ଥାନା ଗୋଷଣେଶ୍ୱରୀ ଛକ ନିକଟରେ। ଅଭିଯୁକ୍ତ ପ୍ରଫୁଲ ରାଉତ ଦୁଇ ଦିନ ତଳେ ସେଠାରେ ଗୋଟିଏ କୁକୁର ଛୁଆକୁ ଗାଡ଼ି ଚଢ଼ାଇ ମାରି ଦେଇଥିଲେ। ଗତକାଲି ରାତିରେ ଆଉ ୫ଟି କୁକୁର ଛୁଆଙ୍କ ଉପରେ ଗାଡ଼ି ଚଢ଼ାଇ ଦେଇଥିଲେ। ଫଳରେ ସେଥିରୁ ଚାରିଟି ଛୁଆ ମରି ଯାଇଥିଲେ। ‘ସେବା ହିଁ ସଂକଳ୍ପ’ ସଂସ୍ଥା ପକ୍ଷରୁ ଆହତ କୁକୁର ଛୁଆଟିକୁ ଚିକିତ୍ସା ପାଇଁ ଓୟୁଏଟିକୁ ପଠାଯାଇଛି।

ଘଟଣା ସଂପର୍କରେ ‘ସେବା ହିଁ ସଂକଳ୍ପ’ ପକ୍ଷରୁ ଲିଙ୍ଗରାଜ ଥାନାରେ ଏତଲା ଦିଆଯିବା ପରେ ପୁଲିସ୍ ପ୍ରଫୁଲଙ୍କୁ ଥାନାକୁ ଆଣି ଅଟକ ରଖିଛି। ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଥିବା ବେଳେ ତାଙ୍କ ପତ୍ନୀ ଏହି ଘଟଣା ପାଇଁ କ୍ଷମା ପ୍ରାର୍ଥନା କରିଛନ୍ତି।

ଗତ ମାସରେ ଭୁବନେଶ୍ୱରର ପ୍ରଶାନ୍ତି ବିହାର ଅଞ୍ଚଳରେ କୁକୁର ଆଗକୁ ବିଲେଇ ଛୁଆ ଫିଙ୍ଗି ମାରିବା ମାମଲାରେ ଜଣେ ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀଙ୍କୁ ଗିରଫ କରିଥିଲା ଇନଫୋସିଟି ଥାନା ପୁଲିସ୍‌।

ଘର ଭିତରକୁ ତିନିଟି ବିଲେଇ ଛୁଆ ପଶି ଆସିବାରୁ ସେ ସେଗୁଡ଼ିକୁ ବୁଲା କୁକୁରଙ୍କ ସାମ୍ନାକୁ ଫିଙ୍ଗି ଦେଇଥିଲେ। ୨ଟି ବୁଲା କୁକୁର ଆକ୍ରମଣ କରି ଦୁଇଟି ବିଲେଇ ଛୁଆଙ୍କୁ ମାରି ଦେଇଥିଲେ। ଅନ୍ୟ ଗୋଟିଏ ବିଲେଇ ଛୁଆ ଗୁରୁତର ଆହତ ହୋଇଥିଲା। ଜଣେ ପ୍ରତ୍ୟେକ୍ଷଦର୍ଶୀ ଘଟଣା ସଂପର୍କରେ ଇନଫୋସିଟି ଥାନାରେ ଏତଲା ଦେଇଥିଲେ। ଏହା ପରେ ଭାଇରାଲ ଭିଡିଓ ଆଧାରରେ ପୁଲିସ୍ ତାଙ୍କୁ ଗିରଫ କରିଥିଲା।

The post ନିଷ୍ଠୁର ମଣିଷର ବର୍ବରକାଣ୍ଡ appeared first on Odisha Reporter.



from Odisha Reporter https://ift.tt/3x1G7wk

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages