ସୁସ୍ଥ ହେଉଛନ୍ତି ପ୍ରଦୀପ୍ତ, ଖୁବ ଶୀଘ୍ର ଘରକୁ ଫେରିବେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, June 20, 2021

ସୁସ୍ଥ ହେଉଛନ୍ତି ପ୍ରଦୀପ୍ତ, ଖୁବ ଶୀଘ୍ର ଘରକୁ ଫେରିବେ

ଭୁବନେଶ୍ୱର (ଓଡିଶା ରିପୋର୍ଟର): କୋଭିଡରେ ସଂକ୍ରମିତ ହେବା ପରେ ମାସେରୁ ଅଧିକ ଦିନ ହେବ ଭୁବନେଶ୍ୱର ସ୍ଥିତ ଏମ୍ସରେ ଚିକିତ୍ସାଧୀନ ରହିଛନ୍ତି ବିଜେପି ନେତା ତଥା ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାୟକ। ଏବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତୀ ଆସିଛି। ଯଦି ସ୍ୱାସ୍ଥ୍ୟାବସ୍ଥା ଏହିଭଳି ରୁହେ କିମ୍ୱା ଅଧିକ ଭଲ ହୁଏ ତାହାଲେ ଚାରି ଦିନ ଭିତରେ ପ୍ରଦୀପ୍ତ ନାୟକ ହସ୍ପିଟାଲରୁ ଡିସଚାର୍ଜ ହୋଇପାରନ୍ତି। ଏହି ସୂଚନା ଦେଇଛନ୍ତି ଭୁବନେଶ୍ୱର ସ୍ଥିତ ଏମ୍ସର ସୁପରିଟେଣ୍ଡେଣ୍ଟ ଡାକ୍ତର ସଚ୍ଚିଦାନନ୍ଦ ମହାନ୍ତି।

ଆଜି ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇ ସେ କହିଛନ୍ତି, ଏବେ ପ୍ରଦୀପ୍ତ ନାୟକଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତୀ ଆସୁଛି। ବିଗତ ୧୫ ଦିନ ହେବ ପ୍ରଦୀପ୍ତଙ୍କ କୋଭିଡ୍ ରିପୋର୍ଟ ନେଗେଟିଭ୍ ରହିଛି। ସେ ଏବେ ଚଲାବୁଲା କରିବା ସହିତ ଫୋନରେ ଘର ଲୋକଙ୍କ ସହ କଥା ମଧ୍ୟ ହେଉଛନ୍ତି। ଏବେ ସେ କୌଣସି ପ୍ରକାର ଲାଇଫ୍ ସପୋର୍ଟ ସିଷ୍ଟମ ସହ ନାହାନ୍ତି। ତେଣୁ ଆଇସିୟୁ ବାହାରେ ରହିଛନ୍ତି। ହସ୍ପିଟାଲର ସାଧାରଣ ଓ୍ୱାର୍ଡରେ ବିରୋଧୀ ଦଳର ନେତା ଏବେ ରହିଛନ୍ତି। ତାଙ୍କୁ ତରଳ ଓ ଅର୍ଦ୍ଧ ତରଳ ଖାଦ୍ୟ ଦିଆଯାଉଛି। ପ୍ରଦୀପ୍ତଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତୀ ଆସୁଥିବାରୁ ତାଙ୍କୁ ଚାରି ଦିନ ମଧ୍ୟରେ ହସ୍ପିଟାଲରୁ ଡିସଚାର୍ଜ ହୋଇପାରନ୍ତି ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ଏପ୍ରିଲ ମାସେ ୧୯ ତାରିଖରେ ପ୍ରଦୀପ୍ତ କୋଭିଡରେ ସଂକ୍ରମିତ ହୋଇଥିଲେ। ଏହାପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ଏପ୍ରିଲ ୨୦ରେ ଭୁବନେଶ୍ୱର ଏମ୍ସରେ ତାଙ୍କୁ ଭର୍ତ୍ତି କରାଯାଇଥିଲା। ଏହାପରେ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ପ୍ରଦୀପ୍ତଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା। ଏମିତିକି ଆବଶ୍ୟକ ପଡ଼ିଲେ ନୂଆଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତର କରିବାକୁ ଯୋଜନା କରାଯାଇଥିଲା। ତେବେ ଏହି ସମୟରେ ଏକ ଚାରି ଜଣିଆ ଟିମ୍ ତିଆରି କରାଯାଇ ପ୍ରଦୀପ୍ତଙ୍କ ସ୍ୱାସ୍ଥ୍ୟାବସ୍ଥାର ମନିଟରିଂ କରା ଯାଉଥିଲା। ଯେଉଁଥିରୁ ଏମ୍ସ ଭୁବନେଶ୍ୱରର ଦୁଇ ଜଣ ଏବଂ ଏସସିବି ମେଡିକାଲର ଦୁଇ ଡାକ୍ତର ମିଶି ପ୍ରଦୀପ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ତଦାରଖ କରୁଥିଲେ। ଏବେ ପ୍ରଦୀପ୍ତ ଆରୋଗ୍ୟ ହେଉଥିବା ଜଣାପଡ଼ିଛି।

The post ସୁସ୍ଥ ହେଉଛନ୍ତି ପ୍ରଦୀପ୍ତ, ଖୁବ ଶୀଘ୍ର ଘରକୁ ଫେରିବେ appeared first on Odisha Reporter.



from Odisha Reporter https://ift.tt/3xB8vpy

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages