ବାଘ ମାରି ଛାଲ ଓ ହାଡ଼ ଲୁଚାଇ ରଖିଥିଲେ, ଗିରଫ ହେଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, June 9, 2021

ବାଘ ମାରି ଛାଲ ଓ ହାଡ଼ ଲୁଚାଇ ରଖିଥିଲେ, ଗିରଫ ହେଲେ

ଫୁଲବାଣୀ (ତ୍ରିନାଥ ସାହୁ): ଚିତା ବାଘର ଛାଲ, ନଖ ଓ ହାଡ଼ ଜବତ କରିବା ସହିତ ଜଣେ ଶିକାରୀକୁ ଗିରଫ କରିଛନ୍ତି ଫୁଲବାଣୀ ବନଖଣ୍ଡର ସୁଡ଼ରୁକୁମ୍ପା ବନାଞ୍ଚଳର ବନ କର୍ମଚାରୀ।

ଗିରଫ ଅଭିଯୁକ୍ତର ନାମ କବି ଚନ୍ଦ୍ର କହଁର। ତା’ ଘର ସେହି ବନାଞ୍ଚଳର କୁଟିବାଡ଼ି ଗାଁରେ।

ସୁଡ଼ରୁକୁମ୍ପା ବନାଞ୍ଚଳର ରେଞ୍ଜର ଶିଶିର କୁମାର ଝାଙ୍କରଙ୍କ ଠାରୁ ମିଳିଥିବା ସୂଚନା ଅନୁସାରେ, ଅଭିଯୁକ୍ତ ଗାଁ ନିକଟ ଜଙ୍ଗଲରେ ଏହି ଚିତା ବାଘକୁ ଗୁଳି କରି ମାରିଥିଲା। ବାଘର ଛାଲ, ନଖ, ନିଶ ଏବଂ ହାଡ଼ ପ୍ରଭୃତିକୁ ବାହାର କରି ସେସବୁକୁ ବିକ୍ରି କରିବା

ଉଦେଶ୍ୟରେ ଜଙ୍ଗଲରେ ଲୁଚାଇ ରଖିଥିଲା। ଏ ସଂପର୍କରେ ବନ ବିଭାଗକୁ ବିଶେଷ ସୂତ୍ରରୁ ଖବର ମିଳି ଥିଲା। ଏହା ପରେ ଏକ ସ୍ୱତନ୍ତ୍ର ଟିମ୍‌ ଅଭିଯୁକ୍ତକୁ ଗିରଫ କରିବା ସହିତ ତା’ଠାରୁ ଏକ ବନ୍ଧୁକ ଜଗତ କରାଯାଇଥିଲା। ଏହା ସହିତ ସେ ଜଙ୍ଗଲରେ ଏକ ଗଛରେ ଲୁଚାଇ ରଖିଥିବା ବାଘ ଛାଲ ଓ ୧୦ ଖଣ୍ଡ ହାଡ଼କୁ ଜବତ କରାଯାଇଛି।

The post ବାଘ ମାରି ଛାଲ ଓ ହାଡ଼ ଲୁଚାଇ ରଖିଥିଲେ, ଗିରଫ ହେଲେ appeared first on Odisha Reporter.



from Odisha Reporter https://ift.tt/3x9pDlP

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages