ମାଗଣା ଟିକା ଓ ରାସନ ପାଇଁ ଖର୍ଚ୍ଚ ହେବ ଅତିରିକ୍ତ ୮୦ ହଜାର କୋଟି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, June 8, 2021

ମାଗଣା ଟିକା ଓ ରାସନ ପାଇଁ ଖର୍ଚ୍ଚ ହେବ ଅତିରିକ୍ତ ୮୦ ହଜାର କୋଟି

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଦେଶର ସବୁ ନାଗରିକଙ୍କୁ ମାଗଣା ଟିକା ଯୋଗାଇ ଦେବେ। ସେହିପରି ନଭେମ୍ବର ଯାଏ ପ୍ରାୟ ୮୦ କୋଟି ଲୋକଙ୍କୁ ମାଗଣାରେ ରାସନ ମଧ୍ୟ ମିଳିବ। ଏହି ମାଗଣା ଯୋଜନା ପାଇଁ ଭାରତ ସରକାରଙ୍କୁ ଅତିରିକ୍ତ ୮୦ ହଜାର କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ ବୋଲି ସରକାରୀ ସୂତ୍ରରୁ ଜଣାପଡ଼ିଛି।

ଏହି ସୂତ୍ରରେ କୁହାଯାଇଛି ଯେ ନେଭମ୍ବର ଯାଏ ଗରିବ ଲୋକଙ୍କୁ ମାଗଣାରେ ରାସନ ଯୋଗାଣ ପାଇଁ ଅତିରିକ୍ତ ଭାବେ ପ୍ରାୟ ୭୦ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ସେହିପରି ମାଗଣା ଟିକାକରଣ ପାଇଁ ଅତିରିକ୍ତ ଭାବେ ପ୍ରାୟ ୧୦ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ।

ତେବେ ଏଥିପାଇଁ ସରକାର ଖୋଲା ମାର୍କେଟରୁ କୌଣସି ଋଣ ଆଣିବେ ନାହିଁ। କେନ୍ଦ୍ରୀୟ ବ୍ୟାଙ୍କ ଠାରୁ କେନ୍ଦ୍ର ସରକାର ୯୯,୧୨୦ କୋଟି ଟଙ୍କା ପାଇବେ। ସମ୍ପତ୍ତି ବିକ୍ରି ବାବଦରେ ମଧ୍ୟ ଟଙ୍କା ମିଳିବ। ଏହି ଅତିରିକ୍ତ ଅର୍ଥରେ କେନ୍ଦ୍ର ସରକାର ମାଗଣା ଖାଦ୍ୟ ପାଇଁ ୧.୩ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ଲକ୍ଷ୍ୟ ରଖିଛନ୍ତି। ବଜେଟରେ ଟିକାକରଣ ପାଇଁ ୩୫ ହଜାର କୋଟି ଟଙ୍କାର ବ୍ୟବସ୍ଥା ମଧ୍ୟ କରାଯାଇଥିଲା। ତେବେ ଏ ସମ୍ପର୍କରେ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ କୌଣସି ପ୍ରତିକ୍ରିୟା ଦିଆଯାଇ ନାହିଁ।

ଅନ୍ୟପକ୍ଷରେ ବର୍ତ୍ତମାନ ସୁଦ୍ଧା ଦେଶର ୨୩.୨ କୋଟି ଲୋକଙ୍କୁ କରୋନା ଟିକା ଦିଆଯାଇଛି। ଦେଶର ୩.୪% ଲୋକ କରୋନା ଟିକାର ଡବଲ ଡୋଜ୍‌ ନେଇଛନ୍ତି। ଯଦି ଏଭଳି ଧାରା ଜାରି ରହିବ, ତା’ହେଲେ ଦେଶର ୭୫% ଲୋକଙ୍କ ଟିକାକରଣ ପାଇଁ ଅତିକମରେ ୨୨ ମାସ ଲାଗିବ।

The post ମାଗଣା ଟିକା ଓ ରାସନ ପାଇଁ ଖର୍ଚ୍ଚ ହେବ ଅତିରିକ୍ତ ୮୦ ହଜାର କୋଟି appeared first on Odisha Reporter.



from Odisha Reporter https://ift.tt/2T3mi9j

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages