ଚେନ୍ନାଇ: ଭାରତରେ ପ୍ରଥମଥର ଠାବ ହୋଇଥିବା ଡେଲଟା ଭାରିଏଣ୍ଟ ଏବେ ପଶୁମାନଙ୍କୁ ସଂକ୍ରମିତ କରିବା ଆରମ୍ଭ କରିଛନ୍ତି। ତାମିଲନାଡୁର ଭାନଦାଲୁର ସ୍ଥିତ ଅରିଙ୍ଗନର ଆନ୍ନା ଜୁଲୋଜିକାଲ ପାର୍କରେ ଥିବା ୪ଟି ସିଂହ ଏହି ଡେଲଟା ଭାରିଏଣ୍ଟ ଦ୍ୱାରା ସଂକ୍ରମିତ ହୋଇଛନ୍ତି।
କିଛି ଦିନ ତଳେ ସିଂହ ଗୁଡ଼ିକ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା। ଏହାପରେ ସେମାନଙ୍କ ନମୁନାର ଜେନୋମ ସିକ୍ୱେନ୍ସିଂ କରାଯାଇଥିଲେ। ଏହି ପରୀକ୍ଷା ସମୟରେ ସମସ୍ତେ ମାରାତ୍ମକ ଡେଲଟା ଭାରିଏଣ୍ଟ ଦ୍ୱାରା ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ସିଂହମାନଙ୍କ ଶରୀରରୁ ଡେଲଟା ଭାରିଏଣ୍ଟ ଠାବ ହୋଇଥିବାରୁ ଚିଡ଼ିଆଖାନା କର୍ତ୍ତୃପକ୍ଷ ଏବେ ଚିନ୍ତାରେ ପଡ଼ିଛନ୍ତି।
ମିଳିଥିବା ସୂଚନା ଅନୁସାରେ, ମେ’ ୨୪ରେ ଚିଡ଼ିଆଖାନା କର୍ତ୍ତୃପକ୍ଷ ପ୍ରଥମେ ୪ଟି ଓ ମେ’ ୨୯ରେ ଆଉ ୭ଟି ସିଂହ ନମୁନା କରୋନା ପରୀକ୍ଷା ପାଇଁ ପଠାଇଥିଲେ। ଭୋପାଲରେ ଥିବା National Institute of High Security Animal Diseases (NIHSAD) ଏହି ନମୁନା ଗୁଡ଼ିକର ପରୀକ୍ଷା କରାଯାଇଥିଲା।
ପରୀକ୍ଷା ପରେ ଜୁନ୍ ୩ରେ ଏନଆଇଏଚ୍ଏସଏଡି ପକ୍ଷରୁ ୯ଟି ସିଂହ କରୋନାରେ ଆକ୍ରାନ୍ତ ହୋଇଥିବା ଚିଡ଼ିଆଖାନା କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ। ଏହାପରେ ସମସ୍ତଙ୍କ ଚିକିତ୍ସା ଆରମ୍ଭ କରାଯାଇଥିଲା। ଚିଡ଼ିଆଖାନା କର୍ତ୍ତୃପକ୍ଷ ସିଂହମାନଙ୍କ ଜେନୋମ ସିକ୍ୱେନ୍ସିଂ ବା ସେମାନେ କେଉଁ ଧରଣର ଭାରିଏଣ୍ଟ ଦ୍ୱାରା ସଂକ୍ରମିତ ହୋଇଛନ୍ତି, ସେକଥା ଜାଣିବାକୁ ଚାହିଁଥିଲେ।
ନମୁନାର ଅଧିକ ପରୀକ୍ଷା ପାଇଁ ସେମାନେ ଏନଆଇଏଚ୍ଏସଏଡିକୁ ଅନୁରୋଧ କରିଥିଲେ। ଏହାପରେ ୪ଟି ସିଂହ ଡେଲଟା ଭାରିଏଣ୍ଟ ଦ୍ୱାରା ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା। ସୂଚନାଯୋଗ୍ୟ, ଚଳିତ ମାସରେ ଗୋଟିଏ ୯ ବର୍ଷୀୟ ସିଂହୀ ଓ ୧୨ ବର୍ଷୀୟ ସିଂହ କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିଲେ। ତେବେ ଏମାନେ ଡେଲଟା ଭାରିଏଣ୍ଟରେ ଆକ୍ରାନ୍ତ ହୋଇଥିଲେ କି ନାହିଁ ସେକଥା ଜଣାପଡ଼ିନି।
The post ୪ ସିଂହ ଡେଲଟା ଭାରିଏଣ୍ଟରେ ସଂକ୍ରମିତ, ଚିନ୍ତାରେ ଚିଡ଼ିଆଖାନା କର୍ତ୍ତୃପକ୍ଷ appeared first on Odisha Reporter.
from Odisha Reporter https://ift.tt/3gGSb0W
No comments:
Post a Comment