ଦିଲ୍ଲୀ ଯିବେ ନୀତୀଶ କୁମାର, ଜୋର ଧରିଲା କେନ୍ଦ୍ର କ୍ୟାବିନେଟ ଅଦଳବଦଳ ଚର୍ଚ୍ଚା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, June 20, 2021

ଦିଲ୍ଲୀ ଯିବେ ନୀତୀଶ କୁମାର, ଜୋର ଧରିଲା କେନ୍ଦ୍ର କ୍ୟାବିନେଟ ଅଦଳବଦଳ ଚର୍ଚ୍ଚା

ନୂଆଦିଲ୍ଲୀ: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ହଠାତ୍‌ ଦିଲ୍ଲୀ ଗସ୍ତ ପାଇଁ ଯୋଜନା ପ୍ରସ୍ତୁତ କରିଛନ୍ତି। ସେ ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବେ ବୋଲି କୁହାଯାଉଛି। ଗୋଟିଏ ପଟେ କେନ୍ଦ୍ର କ୍ୟାବିନେଟ ଅଦଳବଦଳକୁ ନେଇ ଚର୍ଚ୍ଚା ହେଉଥିବା ବେଳେ ନୀତୀଶ କୁମାରଙ୍କ ଏପରି ଦିଲ୍ଲୀ ଗସ୍ତ କରିଛନ୍ତି। ସେ ମୋଦିଙ୍କୁ ଭେଟି ତାଙ୍କ ଦଳର ନେତାଙ୍କୁ କେନ୍ଦ୍ର କ୍ୟାବିନେଟରେ ସାମିଲ କରିବାକୁ କହିପାରନ୍ତି।

ଖବର ଅନୁଯାୟୀ, ଆସନ୍ତାକାଲି ନୀତୀଶ କୁମାର ଦିଲ୍ଲୀରେ ପହଞ୍ଚିବେ। ତେବେ ଜେଡିୟୁ ଏହାକୁ ଏକ ପ୍ରାଇଭେଟ ଗସ୍ତ କହିବା ସହ ମୋଦିଙ୍କ ସହ ନୀତୀଶ କୁମାର ଭେଟିବାର କୌଣସି କାର୍ଯ୍ୟକ୍ରମ ନାହିଁ ବୋଲି କହିଛି। କିନ୍ତୁ ଚର୍ଚ୍ଚା ଅନୁସାରେ କେନ୍ଦ୍ର କ୍ୟାବିନେଟ ଅଦଳବଦଳକୁ ନେଇ ବିଚାର ଚାଲିଥିବାରୁ ନୀତୀଶ କୁମାର ଦିଲ୍ଲୀ ଗସ୍ତ କରିବାକୁ ଯୋଜନା କରିଛନ୍ତି। ସେ ମୋଦି ଓ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଭେଟିବେ ବୋଲି କୁହାଯାଉଛି। ହେଲେ ଦଳ ଏ ସମ୍ପର୍କରେ କିଛି ବି କହିନାହିଁ।

ଜେଡିୟୁ ୨୦୧୯ ମୋଦି ୨.୦ ସରକାର ବେଳ ଠାରୁ କେନ୍ଦ୍ର କ୍ୟାବିନେଟରୁ ବାହାରେ ରହିଛି। ମନ୍ତ୍ରୀ ପଦକୁ ନେଇ ନୀତୀଶ କୁମାର ଓ ବିଜେପି ମଧ୍ୟରେ ଅଙ୍କ ନ ଛିଡ଼ିବାରୁ ଜେଡିୟୁ କେନ୍ଦ୍ର କ୍ୟାବିନେଟରେ ସାମିଲ ହୋଇନି। ସେତେବେଳେ ନୀତୀଶ କୁମାର ୨ ଜଣଙ୍କୁ ମନ୍ତ୍ରୀ ପଦ ଦେବାକୁ ଦାବି କରିଥିବା ବେଳେ ବିଜେପି କେବଳ ଗୋଟିଏ ପଦ ଦେବ ବୋଲି କହିଥିଲା। ଜେଡିୟୁର ଲୋକସଭାରେ ୧୬ ଜଣ ସାଂସଦ ରହିଛନ୍ତି। ତେଣୁ ଦଳ ଏଥର ମୋଦିଙ୍କ କ୍ୟାବିନେଟ୍‌ର ସ୍ଥାନ ଦଖଲ କରିବାକୁ ପ୍ରୟାସ ଆରମ୍ଭ କରିଛି।

ଅନ୍ୟପକ୍ଷରେ ଏଲଜେପିର ବିଦ୍ରୋହୀ ଗୋଷ୍ଠୀ ମୁଖ୍ୟ ପଶୁପତି ପାରସ ମଧ୍ୟ କେନ୍ଦ୍ର କ୍ୟାବିନେଟର ସଦସ୍ୟ ହେବାକୁ ଗୋଡ଼ ଟେକି ବସିଛନ୍ତି। ଚିରାଗ ପାଶ୍ୱାନଙ୍କ ଠାରୁ ଅଲଗା ହୋଇ ପଶୁପତି ଏଲଜେପି ସଂସଦୀୟ ଦଳ ନେତା ହୋଇଛନ୍ତି। ଏବେ ସେ କେନ୍ଦ୍ର କ୍ୟାବିନେଟରେ ସ୍ଥାନ ପାଇବେ ବୋଲି ଆଶା କରିଛନ୍ତି।

ସେ କହିଛନ୍ତି,“ମୁଁ ଯେତେବେଳେ କେନ୍ଦ୍ରୀୟ କ୍ୟାବିନେଟରେ ମନ୍ତ୍ରୀ ଭାବେ ଶପଥ ନେବି ସେତେବେଳେ ଏଲଜେପି ସଂସଦୀୟ ଦଳ ନେତା ପଦରୁ ଇସ୍ତଫା ଦେବି।” ତେଣୁ ସେ ମନ୍ତ୍ରୀ ହେବାକୁ ଯାଉଥିବା ଆଶା କରାଯାଉଛି।

The post ଦିଲ୍ଲୀ ଯିବେ ନୀତୀଶ କୁମାର, ଜୋର ଧରିଲା କେନ୍ଦ୍ର କ୍ୟାବିନେଟ ଅଦଳବଦଳ ଚର୍ଚ୍ଚା appeared first on Odisha Reporter.



from Odisha Reporter https://ift.tt/3xzcVNC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages