ମୁମ୍ବାଇ: ଟେଲିଭିଜନ ଦୁନିଆର କମେଡି କିଙ୍ଗ କପିଲ ଶର୍ମା। ସେ ତାଙ୍କ ଫ୍ୟାନ୍ଙ୍କୁ ସର୍ବଦା ହସାଇବା ପାଇଁ ଚେଷ୍ଟା କରିଥା’ନ୍ତି। ଏଥିପାଇଁ ସେ ଦେଶ ବିଦେଶରେ ଘରେ ଘରେ ପରିଚିତ। ଏବେ ସେ ନିଜ ଫ୍ୟାନ୍ମାନଙ୍କୁ ଏକ ସୁନ୍ଦର ଭେଟି ଦେଇଛନ୍ତି। ଦୀର୍ଘ ଦିନ ଧରି କ୍ୟାମେରା ଠାରୁ ଦୂରେଇ ରଖିଥିବା ନିଜ ପୁଅକୁ ଏବେ ସେ କ୍ୟାମେରା ସାମ୍ନାକୁ ଆଣିଛନ୍ତି। କପିଲ ସେଆର କରିଛନ୍ତି ତାଙ୍କ ପୁଅ ତ୍ରିଶାନ୍ଙ୍କ ପ୍ରଥମ ଫଟୋ। ଯାହା ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ପିତ୍ରୁ ଦିବସ ଅବସରରେ କପିଲ ନିଜ ଟୁଇଟର ହ୍ୟାଣ୍ଡେଲରେ ପୁଅର ଫଟୋକୁ ସେଆର କରିଛନ୍ତି। ଫଟୋରେ କପିଲ ପୁଅ ତ୍ରିଶାନ୍ ଓ ଝିଅ ଅନାୟାରଙ୍କୁ କୋଳରେ ଧରିଥିବା ଦେଖିବାକୁ ମିଳିଛି। ଏହି ଫଟୋକୁ ସେଆର କରି କପିଲ କ୍ୟାପସନ୍ରେ ଲେଖିଛନ୍ତି, ଦର୍ଶକଙ୍କ ଡିମାଣ୍ଡ ଅନୁସାରେ ପ୍ରଥମ ଥର ପାଇଁ ତ୍ରିଶାନ୍ ଓ ଅନାୟାର ଏକାଠି ହୋଇଛନ୍ତି। କପିଲଙ୍କ ଏହି ଫଟୋକୁ ବର୍ତ୍ତମାନ ଯାଏଁ ୮ ଲକ୍ଷରୁ ଅଧିକ ଲୋକ ପସନ୍ଦ କରି ସାରିଲେଣି।
ସୂଚନା ମୁତାବକ, କପିଲଙ୍କ ପତ୍ନୀ ଗିନ୍ନି ଚଳିତ ବର୍ଷ ଫେବ୍ରୁଆରୀ ମାସରେ ପୁଅ ତ୍ରିଶାନଙ୍କୁ ଜନ୍ମ ଦେଇଥିଲେ। ଏନେଇ କପିଲ ନିଜେ ସୋଶାଲ ମିଡିଆ ଜରିଆରେ ସମସ୍ତଙ୍କୁ ସୂଚନା ଦେଇଥିଲେ।
କମେଡି କିଙ୍ଗ କପିଲ ସୋଶାଲ ମିଡିଆରେ ବେଶ ଆକ୍ଟିଭ। ସେ ସର୍ବଦା ଝିଅ ଅନାୟରାଙ୍କ ଫଟୋ ନିଜ ଫ୍ୟାନ୍ ମାନଙ୍କ ସହ ସେଆର କରିଥାନ୍ତି। କିନ୍ତୁ ପ୍ରଥମ ଥର ପାଇଁ ଏବେ କପିଲ ତାଙ୍କ ପୁଅର ଫଟୋ ସେଆର କରିଛନ୍ତି। ଏହି ଫଟୋକୁ ଦେଖି ତାଙ୍କ ପ୍ରଶଂସକମାନେ ମଧ୍ୟ ବେଶ୍ ଖୁସି ଅଛନ୍ତି।
View this post on Instagram
The post ସାମ୍ନାକୁ ଆସିଲା କମେଡି କିଙ୍ଗ କପିଲଙ୍କ ପୁଅର ପ୍ରଥମ ଫଟୋ appeared first on Odisha Reporter.
from Odisha Reporter https://ift.tt/3iTo7R6
No comments:
Post a Comment