ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ଯୋଗ ଦିବସ ଉପଲକ୍ଷେ ଦେଶବାସୀଙ୍କୁ ସମ୍ବୋଧନ କରିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏମ ଯୋଗ ଆପ୍ର ଶୁଭାରମ୍ଭ କରିଛନ୍ତି। ଏହି ଯୋଗ ଆପ୍କୁ ଆୟୁଷ ମନ୍ତ୍ରଣାଳୟ ଓ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମିଳିତ ଭାବେ ପ୍ରସ୍ତୁତ କରିଛନ୍ତି। ଏହି ଆପ୍ରେ ଯୋଗାଭ୍ୟାସର ତାଲିମ ଭିଡିଓ ଲୋକଙ୍କ ପାଖରେ ପହଞ୍ଚି ପାରିବ।
ମୋଦି ଆଜି କହିଛନ୍ତି, “ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସହ ମିଶି ଭାରତ ଗୋଟିଏ ବଡ଼ ଓ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି। ବିଶ୍ୱର ବିଭିନ୍ନ ପ୍ରାନ୍ତରେ ରହୁଥିବା ଲୋକଙ୍କ ପାଖରେ ଯୋଗର ଭିଡିଓ ପହଞ୍ଚାଇବା ପାଇଁ ଏମ ଯୋଗ ଆପର ଆରମ୍ଭ କରାଯାଉଛି। ଭିନ୍ନଭିନ୍ନ ଭାଷାରେ ଯୋଗ ତାଲିମର ଭିଡିଓ ଏହି ଆପ୍ରେ ଉପଲବ୍ଧ ହେବ। ଏହା ଆମର ୱାନ ୱାର୍ଲ୍ଡ, ୱାନ ହେଲ୍ଥ ଲକ୍ଷ୍ୟକୁ ପୂରଣ କରିବ।”
ଏହି ଆପ୍ ଜରିଆରେ ଦୈନିକ ୧୨ରୁ ୬୫ ବର୍ଷ ବୟସର ଲୋକମାନେ ଭିଡିଓ ଦେଖି ଯୋଗାଭ୍ୟାସ କରିପାରିବେ। ବିଭିନ୍ନ ବୈଜ୍ଞାନିକ ପଦ୍ଧତି ଓ ଅନ୍ତର୍ଜାତୀୟ ବିଶେଷଜ୍ଞଙ୍କ ପରାମର୍ଶକ୍ରମେ ଏହି ଆପ୍କୁ ପ୍ରସ୍ତୁତ କରାଯାଇଛି। ଲୋକଙ୍କୁ ସହଜ ଉପାୟରେ ଯୋଗର ଉପକାରିତା ସମ୍ପର୍କରେ ଶିକ୍ଷା ଦେବା ପାଇଁ ଏଥିରେ ବ୍ୟବସ୍ଥା ହୋଇଛି।
ଏହି ଆପ୍ ବ୍ୟବହାରୀଙ୍କ କୌଣସି ତଥ୍ୟ ସଂଗ୍ରହ କରିବ ନାହିଁ। ଏହା ସଂପୂର୍ଣ୍ଣ ସୁରକ୍ଷିତ। ବର୍ତ୍ତମାନ ଏହା ଫ୍ରେଞ୍ଚ, ଇଂରାଜୀ ଓ ହିନ୍ଦୀ ଭାଷାରେ ଉପଲବ୍ଧ ହେବ। ଆଗାମୀ ମାସରେ ଆଉ କିଛି ଭାଷା ଜରିଆରେ ଯୋଗ ଭିଡିଓକୁ ପ୍ରସ୍ତୁତ କରାଯିବ। ସ୍ମାର୍ଟଫୋନ ବ୍ୟବହାରକାର ଗୁଗଲ ପ୍ଲେ ଷ୍ଟୋରରୁ ଏହାକୁ ଡାଉନ ଲୋଡ କରିପାରିବେ ବୋଲି କୁହାଯାଇଛି।
The post ମୋଦି ଘୋଷଣା କରିଥିବା ଏମ୍ ଯୋଗ ଆପ୍ କ’ଣ? କେମିତି ଉଠାଇବେ ଲାଭ appeared first on Odisha Reporter.
from Odisha Reporter https://ift.tt/3qbKu5K
No comments:
Post a Comment