ନୂଆ ଜୀବନ ପାଇଁ ବ୍ଲାକ ଫଙ୍ଗସ ରୋଗୀ ଖର୍ଚ୍ଚ କଲେ ଦେଢ଼ କୋଟି ଟଙ୍କା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, June 8, 2021

ନୂଆ ଜୀବନ ପାଇଁ ବ୍ଲାକ ଫଙ୍ଗସ ରୋଗୀ ଖର୍ଚ୍ଚ କଲେ ଦେଢ଼ କୋଟି ଟଙ୍କା

ନାଗପୁର: କରୋନାରୁ ସୁସ୍ଥ ହେଉଥିବା ଲୋକଙ୍କ ଶରୀରରେ ବ୍ଲାକ ଫଙ୍ଗସ ବା ମ୍ୟୁକ୍ରମାଇକୋସିସି ରୋଗ ଦେଖା ଯାଉଛି। ଏହା ମଧ୍ୟ ଏକ ମାରାତ୍ମକ ରୋଗ। ସରକାର ଏହାକୁ ମହାମାରୀ ଭାବେ ମଧ୍ୟ ବିବେଚନା କରିଛନ୍ତି। ବ୍ଲାକ ଫଙ୍ଗସରେ ଆକ୍ରାନ୍ତ ହେଉଥିବା ଲୋକଙ୍କୁ ସୁସ୍ଥ କରିବା ପାଇଁ ଅପରେସନ ମଧ୍ୟ କରାଯାଉଛି। ସେହିପରି ସଂକ୍ରମଣ ଅଧିକ ରହିଥିଲେ ଲୋକଙ୍କ ଜୀବନ ବଞ୍ଚାଇବାକୁ ଆଖିକୁ ବାହାର କରି ଦିଆଯାଉଛି।

ଏହା ବଦଳରେ କୃତ୍ରିମ ଆଖି ମଧ୍ୟ ଲଗାଯାଉଛି। ତେବେ ବ୍ଲାକ ପଙ୍ଗସରେ ଆକ୍ରାନ୍ତ ହୋଇଥିବା ଜଣେ ବ୍ୟକ୍ତି ନୂଆ ଜୀବନ ପାଇଁ ପ୍ରାୟ ୧.୫ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। କେନ୍ଦ୍ରୀୟ ଭାରତ ତଥା ବିର୍ଦ୍ଦଭରେ ପ୍ରଥମ ବ୍ୟକ୍ତି ଭାବେ ସେ ବ୍ଲାକ ଫଙ୍ଗସରୁ ଆରୋଗ୍ୟ ଲାଭ କରିବାକୁ ଏତେ ଟଙ୍କା ଖର୍ଚ୍ଚ କରିଛନ୍ତି।

୪୬ ବର୍ଷୀୟ ନବୀନ ପଲ ହେଉଛନ୍ତି ଜଣେ ରାଜ୍ୟ ସରକାରଙ୍କ କର୍ମଚାରୀ। ସେପ୍ଟେମ୍ବର ମାସରେ ସେ କରୋନାରେ ଆକ୍ରାନ୍ତ ହୋଇଥିଲେ। ସୁସ୍ଥ ହୋଇ ଘରକୁ ଫେରିବା ପରେ ତାଙ୍କ ଦାନ୍ତ ଓ ଆଖିରେ ସମସ୍ୟା ସୃଷ୍ଟି ହୋଇଥିଲା। ଏହି ସମୟରେ ଡାକ୍ତରମାନେ ବ୍ଲାକ ଫଙ୍ଗସକୁ ଏତେ ଗୁରୁତ୍ୱ ଦେଉ ନଥିଲେ। କିନ୍ତୁ ଭିତରେ ଭିତରେ ବ୍ଲାକ ଫଙ୍ଗସ ତାଙ୍କ ଶରୀରରେ ମାଡ଼ି ଚାଲିଥିଲା।

ଅକ୍ଟୋବର ମାସରେ ତାଙ୍କର ବିଭିନ୍ନ ଲକ୍ଷଣମାନ ଦେଖା ଦେଇଥିଲା। ଶେଷରେ ଫେବୃଆରୀ ମାସରେ ତାଙ୍କର ଅପରେସନ ହୋଇଥିଲା ଓ ଗୋଟିଏ ଆଖିକୁ ଡାକ୍ତରମାନେ ତାଙ୍କ ଶରୀରରୁ ବାହାର କରିଦେଇଥିଲେ। ଏସବୁ ପାଇଁ ପଲ ୧.୪୮ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ସେ ପ୍ରାୟ ୬ଟି ହସ୍ପିଟାଲରେ ଚିକିତ୍ସିତ ହୋଇଥିଲେ ଓ ତାଙ୍କ ବାମ ଆଖି ବାହାର କରାଯିବା ପୂର୍ବରୁ ତାଙ୍କୁ ୧୩ଟି ଅପରେସନ ପ୍ରୋସିଡିୟରର ସମ୍ମୁଖୀନ ହେବାକୁ ପଡ଼ିଥିଲା।

ପଲ୍‌ ଚିକିତ୍ସା ବେଳେ ରେଳବାଇ ଠାରୁ କୋଟିଏ ଟଙ୍କା ପାଇଥିଲେ। ଭାରତୀୟ ରେଳବାଇରେ ତାଙ୍କ ପତ୍ନୀ କାମ କରନ୍ତି। ବାକି ୪୮ ଲକ୍ଷ ଟଙ୍କା ସେ ବିଭିନ୍ନ ସୂତ୍ରରୁ ଯୋଗାଡ଼ କରିଥିଲେ। ନବୀନ ପଲ କହିଛନ୍ତି, ମୁଁ ଏଥିପାଇଁ ପ୍ରସ୍ତୁତ ରହିଥିଲି। ଯଦି ମୋ ଜୀବନ ବଞ୍ଚିପାରିବ, ତା’ହେଲେ ମୁଁ ଡାକ୍ତରମାନଙ୍କୁ ଆଖି ବାହାର କରିଦେବାକୁ କହିଥିଲି। ପ୍ରଥମେ ମୁଁ ନ୍ୟୁରୋଲଜି ହସ୍ପିଟାଲରେ ଭର୍ତ୍ତି ହୋଇଥିଲି। ସେଠାରୁ ମୋତେ ହାଇଦ୍ରାବାଦର ଗୋଟିଏ ଆଖି ଡାକ୍ତରଖାନାକୁ ନିଆଯାଇଥିଲା।

ଦୁଇଟି ହସ୍ପିଟାଲରେ କିଛି ଦିନ ରହିବା ପରେ ମୋତେ ନାଗପୁର ଅଣା ଯାଇଥିଲା। ଶେଷରେ ମୁମ୍ବାଇରେ ଥିବା ଗୋଟିଏ କର୍ପୋରେଟ ହସ୍ପିଟାଲକୁ ନିଆଯାଇଥିଲା ବୋଲି ସେ କହିଛନ୍ତି। ମୁମ୍ବାଇରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କ ଠାରୁ ୩୯ ଲକ୍ଷ ଟଙ୍କା ଚାର୍ଜ କରାଯାଇଥିଲା। ଏଠାରେ ଅଧିକ ଖର୍ଚ୍ଚ ହେଉଥିବାରୁ ପଲଙ୍କ ପରିବାର ଲୋକ ତାଙ୍କୁ ନାଗପୁରରେ ଥିବା ଘରୋଇ ହସ୍ପିଟାଲକୁ ଆଣିଥିଲେ। ସେଠାରେ ତାଙ୍କର ଗୋଟିଏ ଆଖିକୁ ବାହାର କରାଯାଇଥିଲା।

The post ନୂଆ ଜୀବନ ପାଇଁ ବ୍ଲାକ ଫଙ୍ଗସ ରୋଗୀ ଖର୍ଚ୍ଚ କଲେ ଦେଢ଼ କୋଟି ଟଙ୍କା appeared first on Odisha Reporter.



from Odisha Reporter https://ift.tt/34YQ2a6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages