ଶହୀଦ ହେମନ୍ତଙ୍କୁ ନେଇ ପୁଣିଥରେ ଆପତ୍ତି ଉଠାଇଲେ ବିଜେପି ସାଂସଦ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, June 26, 2021

ଶହୀଦ ହେମନ୍ତଙ୍କୁ ନେଇ ପୁଣିଥରେ ଆପତ୍ତି ଉଠାଇଲେ ବିଜେପି ସାଂସଦ

ନୂଆଦିଲ୍ଲୀ: ମୁମ୍ୱାଇ ଆକ୍ରମଣରେ ଶହୀଦ ହୋଇଥିବା ହେମନ୍ତ କରକରେଙ୍କୁ ନେଇ ବିଜେପି ସାଂସଦ ସାଧ୍ୱୀ ପ୍ରଜ୍ଞା ଠାକୁର ପୁଣି ଥରେ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ସାଧ୍ୱୀ କହିଛନ୍ତି ପ୍ରକୃତ ଦେଶପ୍ରେମୀ ମହାରାଷ୍ଟ୍ରର ଆଇପିଏସ୍ ଅଧିକାରୀ କରକରେଙ୍କୁ ଦେଶପ୍ରେମୀ ବୋଲି ଡାକିବେନି ବା ସମ୍ବୋଧନ କରିବେ ନାହିଁ।

୨୦୦୮ ମାଲେଗାଓଁ ବିସ୍ଫୋରଣ ମାମଲାର ଯାଞ୍ଚ କରିଥିବା ମହାରାଷ୍ଟ୍ରର ପୂର୍ବତନ ଆତଙ୍କବାଦୀ ବିରୋଧୀ ସ୍କ୍ୱାର୍ଡ (ଏଟିଏସ) ମୁଖ୍ୟ ହିମନ୍ତ କରକରେ ତାଙ୍କୁ ଜେରା ବେଳେ ଅନେକ ହଇରାଣ କରିଥିବା ଶୁକ୍ରବାର ଏହି ବିଜେପି ସାଂସଦ ଅଭିଯୋଗ କରିଛନ୍ତି। ମାଲେଗାଓଁ ବିସ୍ଫୋରଣ ମାମଲାରେ ସାଧ୍ୱୀ ହେଉଛନ୍ତି ଅନ୍ୟତମ ଅଭିଯୁକ୍ତ।

ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ପ୍ରଜ୍ଞା ଠାକୁର କହିଛନ୍ତି ଯେ ୨୦୦୮ ମସିହାରେ ଯେତେବେଳେ ତାଙ୍କୁ ମିଛ ମାମଲାରେ ଗିରଫ କରାଯାଇଥିଲା ସେତେବେଳେ ଜରୁରୀକାଳୀନ ପରିସ୍ଥିତି ଉପୁଜିଥିଲା। ସେ ଅଭିଯୋଗ କରିଛନ୍ତି ଯେ କରକରେ ତଦନ୍ତ କରୁଥିବା ବେଳେ ତାଙ୍କ ଆଙ୍ଗୁଠି ଭାଙ୍ଗି ଦେଇଥିଲେ।

ପ୍ରଜ୍ଞା ଠାକୁର କହିଛନ୍ତି ଯେ ତାଙ୍କ ବିରୋଧରେ ଲଗାଯାଇଥିବା ମାମଲା ମିଛ। ବିଭିନ୍ନ ମିଛ ପ୍ରମାଣ ପତ୍ର ଯୋଗାଡ କରାଯାଇ ମିଛ ମାମଲାକୁ ସତ ବୋଲି ପ୍ରମାଣ କରିବାକୁ ଚେଷ୍ଟା କରାଯାଉଛି। ସେ କହିଛନ୍ତି ଯେ ପ୍ରକୃତ ଦେଶପ୍ରେମୀ କେବେ ମହାରାଷ୍ଟ୍ରର ଆଇପିଏସ୍ ଅଧିକାରୀ କରକରେଙ୍କୁ ଦେଶପ୍ରେମୀ ବୋଲି କହିବେନି।

ଏହାପୂର୍ବରୁ ୨୦୧୯ ମସିହାରେ ମଧ୍ୟ ପ୍ରଜ୍ଞା ଠାକୁର ତାଙ୍କର ଏକ ବିବୃତ୍ତିରେ କହିଥିଲେ ଯେ କରକରେ ତାଙ୍କୁ ଅସଦାଚରଣ ପାଇଁ ଅଭିଶାପ ଦେଇଥିଲେ, ତେଣୁ କରକରେଙ୍କର ମୃତ୍ୟୁ ହୋଇଥିଲା। ଏହି ମନ୍ତବ୍ୟକୁ ସମାଲୋଚନା କରାଯିବା ପରେ ସାଧ୍ୱୀ ପ୍ରଜ୍ଞା ଠାକୁର କ୍ଷମା ମାଗିଥିଲେ।

The post ଶହୀଦ ହେମନ୍ତଙ୍କୁ ନେଇ ପୁଣିଥରେ ଆପତ୍ତି ଉଠାଇଲେ ବିଜେପି ସାଂସଦ appeared first on Odisha Reporter.



from Odisha Reporter https://ift.tt/2T8aSS3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages