ନୂଆଦିଲ୍ଲୀ: ଲୁଟ ପାଇଁ ଅଭିନବ କୌଶଳ ଆପଣାଇଛନ୍ତି କିଛି ଚୋର। ଜାତୀୟ ରାଜଧାନୀ ଦିଲ୍ଲୀରେ ଥିବା ୟୁନିୟନ ବ୍ୟାଙ୍କର ଗୋଟିଏ ଶାଖାରୁ କିଛି ଚୋର ନୂଆ ଶୈଳୀରେ ୫୫ ଲକ୍ଷ ଟଙ୍କା ଲୁଟ କରି ଚାଲି ଯାଇଛନ୍ତି। ରବିବାର ଦିଲ୍ଲୀର ଶାହଦାରା ଅଞ୍ଚଳରେ ଥିବା ବ୍ୟାଙ୍କରେ ଚୋରି ହୋଇଥିବା ବେଳେ ପୁଲିସ୍ ସୋମବାର ଖବର ପାଇଥିଲା।
ଚୋରମାନେ ବ୍ୟାଙ୍କର କାନ୍ଥକୁ ଡ୍ରିଲ ମେସିନ ଦ୍ୱାରା କଣା କରି ଏହା ମଧ୍ୟରେ ପ୍ରବେଶ କରିଥିଲେ। ଏହାପରେ ଗୋଟିଏ ଚ୍ୟାମ୍ବରର ଲକରେ ଥିବା ଟଙ୍କାକୁ ନେଇ ଫେରାର ହୋଇଯାଇଛନ୍ତି। ପୁଲିସ୍ର ସୂଚନା ଅନୁଯାୟୀ, ବ୍ୟାଙ୍କ ନିକଟରେ ଥିବା ଗୋଟିଏ ନିର୍ମାଣଧୀନ ବିଲ୍ଡିଂ ବାଟେ ଚୋରମାନେ ପ୍ରବେଶ କରିଥିଲେ। ଏହି ନିର୍ମାଣଧୀନ ବିଲ୍ଡିଂକୁ ଲାଗି ରହିଥିବା ବ୍ୟାଙ୍କର କାନ୍ଥକୁ ଡ୍ରିଲ ମେସିନ ଦ୍ୱାରା କଣା କରିଥିଲେ।
ଏହାପରେ ସେମାନେ ବ୍ୟାଙ୍କରେ ପଶି କଟର ଦ୍ୱାରା ଚ୍ୟାମ୍ବରର ଲକରରକୁ ଭାଙ୍ଗି ଶୁକ୍ରବାର ଓ ଶନିବାର ଜମା ପାଇଁ ସଂଗ୍ରହ ହୋଇଥିବା ଟଙ୍କାକୁ ନେଇ ଫେରାର ହୋଇଯାଇଥିଲେ। ଡ୍ରିଲ ମେସିନରେ କାନ୍ଥ କଣା କରିବାକୁ ୭ରୁ ୮ ଘଣ୍ଟା ସମୟ ଲାଗିଥିବ। ତଥାପି ଚୋରମାନେ ସବୁ କିଛି ବେଶ ଯୋଜନାବଦ୍ଧ ଭାବେ କରିଛନ୍ତି।
ବ୍ୟାଙ୍କର ଅନ୍ୟ ଲକରରେ ଥିବା ଟଙ୍କା ଓ ସୁନା ଅଳଙ୍କାର ସୁରକ୍ଷିତ ରହିଛି। ସେହିପରି ବ୍ୟାଙ୍କର ସିସିଟିଭରେ ଗୋଟିଏ ଚୋର କଏଦ ହୋଇଛି। ପୁଲିସ୍ ଏହାକୁ ଆଧାର କରିତ ତଦନ୍ତ ଆଗକୁ ବଢ଼ାଇଛି।
ଅନ୍ୟପକ୍ଷରେ ଚୋରି ସମ୍ପର୍କରେ ଖବର ମିଳିବା ପରେ ୟୁନିୟନ ବ୍ୟାଙ୍କ ଶାଖାରେ ଜମା କରିଥିବା ଅର୍ଥ ନେବାକୁ ଲୋକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି।
The post ବ୍ୟାଙ୍କ କାନ୍ଥରେ କଣା କରି ଲୁଟି ନେଲେ ୫୫ ଲକ୍ଷ appeared first on Odisha Reporter.
from Odisha Reporter https://ift.tt/3gPzZAZ
No comments:
Post a Comment