ଆବଶ୍ୟକ ସାମଗ୍ରୀ: ପନୀର, କ୍ରିମ୍, ରିଫାଇନ୍ ତେଲ, ଜିରା , ପିଆଜ, ଅଦା,ରୁସଣ, କ୍ୟାପସିକମ୍, ଟମାଟୋ, ଧନିଆ ପାଉଡ଼ର, ହଳଦି, ଲୁଣ, ଲଙ୍କା ଗୁଣ୍ଡ, ଗରମ ମସଲା, ଧନିଆ ପତ୍ର।
ପ୍ରସ୍ତୁତି ପ୍ରଣାଳୀ: ପ୍ୟାନରେ ତେଲ ଗରମ କରି ସେଥିରେ ଜିରା ପକାନ୍ତୁ। ଜିରା ଫୁଟିଲେ ସେଥିରେ ସ୍ଲାଇସ୍ କଟା ଯାଇଥିବା ପିଆଜ, କ୍ୟାପସିକମ୍, ଟମାଟୋ ପକାଇ ହାଲକା ଫ୍ରାଏ କରନ୍ତୁ। ଏବେ ସେଥିରେ ଅଦାରୁସଣ ପେଷ୍ଟ, ଧନିଆ ପାଉଡ଼ର, ହଳଦି, ଟମାଟୋ ପ୍ୟୁରି, ଲୁଣ, ଲଙ୍କା ଗୁଣ୍ଡ ଓ ପକାଇ ଗୋଳାନ୍ତୁ।
ପାଣି ଫୁଟିଲେ ଆଞ୍ଚକୁ ସିମ୍ କରି କ୍ୟୁବ ସାଇଜର କଟା ହୋଇଥିବା ପନୀରକୁ ମସଲାରେ ପକାନ୍ତୁ । ଏବେ ସେଥିରେ କ୍ରିମ୍ ପକାନ୍ତୁ। ଏହାପରେ ଗରମ ମସଲା, ଧନିଆ ପତ୍ର ପକାନ୍ତୁ।
ଏବେ ଏହାକୁ ବାଉଲରେ ସର୍ଭ କରନ୍ତୁ। ଏହାକୁ ଗରମାଗରମ ରୁଟି କିମ୍ବା ଭାତ ସହ ଖାଇପାରିବେ।
The post ଘରେ କମ୍ ସମୟରେ ପ୍ରସ୍ତୁତ କରନ୍ତୁ ସ୍ୱାଦିଷ୍ଟ ରେଶମୀ ପନିର appeared first on Odisha Reporter.
from Odisha Reporter https://ift.tt/3qBo9yO
No comments:
Post a Comment