ଭୁବନେଶ୍ୱର(ଓଡିଶା ରିପୋର୍ଟର): କରୋନା ମହାମାରୀ ପାଇଁ ଯୁକ୍ତ 2 ପରୀକ୍ଷା ବାତିଲ ହୋଇଥିବା ବେଳେ ମୂଲ୍ୟାୟନ ପ୍ରକ୍ରିୟା ପାଇଁ ପ୍ରସ୍ତୁତ ହୋଇପାରୁନି ମାପଦଣ୍ଡ। ତିନି ତିନି ଥର ବୈଠକ ବସିଥିଲେ ମଧ୍ୟ ମୂଲ୍ୟାୟନ ନେଇ ନିଷ୍କର୍ସ ବାହାରିପାରୁନି। ଆଜି ମଧ୍ୟ ମାନସମନ୍ଥନ ହେବାର ଅଛି ବୋଲି ଜଣାପଡ଼ିଛି।
ବୁଧବାର ବିଶେଷଜ୍ଞ କମିଟିର ତୃତୀୟ ବୈଠକ ବସିଥିଲା। ବିଜ୍ଞପ୍ତି ପ୍ରକାଶ ପାଇବାର ୧୦ ଦିନ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ୧୪ ଜଣିଆ ବିଶେଷଜ୍ଞ କମିଟିକୁ ପରିଷଦ ପକ୍ଷରୁ କୁହାଯାଇଥିଲା।
ଦୁଇ ଥର ବୈଠକ ପରେ ମଧ୍ୟ ସଦସ୍ୟମାନେ କିଛି ନିଷ୍ପତ୍ତିରେ ପହଞ୍ଚି ନ ପାରିବାରୁ ଗତକାଲି ବୈଠକ ଡକାଯାଇଥିଲା। କିନ୍ତୁ ଏହି ବୈଠକରେ କମିଟି ଏଯାଏ କୌଣସି ରିପୋର୍ଟ ଦେଇପାରିନି। ବୈଠକରେ ବିଭିନ୍ନ ପ୍ରକାର ପ୍ରସ୍ତାବ ଆସିଥିଲା। ସେଥିରୁ କିଛି ପ୍ରୋପୋଜାଲକୁ ଆଖି ଆଗରେ ରଖା ଯାଇଥିବା ସୂଚନା ମିଳିଛି।
ସୂଚନା ଅନୁସାରେ ଆଜି ପୁଣି ବସିପାରେ ବୈଠକ। ଦିନେ ଦୁଇ ଦିନ ଭିତରେ ଏ ନେଇ ନିଷ୍ପତ୍ତି ନିଆଯିବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଉପାଧ୍ୟକ୍ଷ କହିଛନ୍ତି l
The post + ୨ ପରୀକ୍ଷା ମୂଲ୍ୟାୟନ; ବାହାରି ପାରିଲାନି ନିଷ୍କର୍ସ appeared first on Odisha Reporter.
from Odisha Reporter https://ift.tt/3vuPd3z
No comments:
Post a Comment