ଆଉ ନାହାନ୍ତି ଏସିଆନ୍ସ ଗେମ୍ସ ସ୍ୱର୍ଣ୍ଣ ପଦକ ବିଜେତା ବକ୍ସର ଡିଙ୍ଗେକା ସିଂ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, June 9, 2021

ଆଉ ନାହାନ୍ତି ଏସିଆନ୍ସ ଗେମ୍ସ ସ୍ୱର୍ଣ୍ଣ ପଦକ ବିଜେତା ବକ୍ସର ଡିଙ୍ଗେକା ସିଂ

ନୂଆଦିଲ୍ଲୀ: ଭାରତୀୟ ବକ୍ସିଂ ଜଗତରୁ ଆସିଛି ଦୁଃଖଦ ଖବର। ବ୍ୟାଙ୍କକ୍ ଏସିଆନ୍ସ ଗେମ୍ସର ସ୍ୱର୍ଣ୍ଣ ପଦକ ବିଜେତା ବକ୍ସର ଡିଙ୍ଗକୋ ସିଂହଙ୍କ ଗୁରୁବାର ଦେହାନ୍ତ ହୋଇଯାଇଛି। ଡିଙ୍ଗକୋ ଦୀର୍ଘଦିନ ହେବ ଅସୁସ୍ଥ ଥିଲେ। ୨୦୧୭ରୁ ତାଙ୍କର ଲିଭର୍ କ୍ୟାନସରର ଚିକିତ୍ସା ଚାଲିଥିଲା। ହେଲେ ଗୁରୁବାର ଶେଷ ଏହି ଲଢ଼େଇରେ ହାରି ଯାଇଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୪୨ ବର୍ଷ ହୋଇଥିଲା।

ଗତ ବର୍ଷ ଏହି କିମ୍ବଦନ୍ତୀ ବକ୍ସର କରୋନା ଭାଇରସରେ ସଂକ୍ରମିତ ହୋଇଥିଲେ। ତେବେ କରୋନାକୁ ମାତ୍ ଦେବାରେ ସେ ସଫଳ ହୋଇଥିଲେ। ୨୦୨୦ରେ ଡିଙ୍ଗକୋଙ୍କୁ ଦିଲ୍ଲୀର ଇନଷ୍ଟିଚ୍ୟୁଟ୍ ଅଫ୍ ଲିଭର୍ ଆଣ୍ଡ ବିଲିୟାରୀ ସାଇନ୍ସେସ (ଆଇଏଲବିଏସ)ରେ ରେଡିଏସନ୍ ଥେରାପି ଦିଆଯାଇଥିଲା। ଏହା ପରେ ସେ ଇମ୍ଫାଲ ଫେରିଯଇଥିଲେ।

୧୯୯୮ରେ ତାଙ୍କୁ ଅର୍ଜୁନ ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ୨୦୧୩ରେ ତାଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯାଇଥିଲା। କ୍ରୀଡ଼ାମନ୍ତ୍ରୀ କିରନ୍ ରିଜିଜୁଙ୍କ ସମେତ ଅନେକ ଖେଳାଳି ଡିଙ୍ଗକୋଙ୍କ ପରଲୋକରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

କ୍ରୀଡ଼ା ମନ୍ତ୍ରୀ ରିଜିଜୁ ଟୁଇଟ୍ କରି ଲେଖିଛନ୍ତି, ଡିଙ୍ଗକୋ ସିଂଙ୍କ ଦେହାନ୍ତରେ ମୁଁ ବହୁତ ଦୁଃଖି। ସେ ଭାରତର ଅନ୍ୟତମ ସର୍ବଶ୍ରେଷ୍ଠ ବକ୍ସର। ଡିଙ୍ଗକୋ ୧୯୯୮ ବ୍ୟାଙ୍କକ୍ ଏସିଆନ୍ ଗେମ୍ସରେ ସ୍ୱର୍ଣ୍ଣ ପଦକ ଜିତି ଭାରତରେ ବକ୍ସିକୁ ନୂଆ ପରିଚୟ ଦେଇଥିଲେ। ତାଙ୍କର ଶୋକ ସନ୍ତପ୍ତ ପରିବାର ପ୍ରତି ମୋର ଗଭୀର ସମବେଦନା। ଭଗବାନ ତାଙ୍କର ଆତ୍ମାକୁ ଶାନ୍ତି ପ୍ରଦାନ କରନ୍ତୁ।

ଭାରତର ପ୍ରଥମ ଅଲିମ୍ପିକ୍ ପଦକ ବିଜେତା ବିଜେନ୍ଦର ସିଂହ ଟୁଇଟ୍ କରି ଲେଖିଛନ୍ତି, ଏଭଳି ଅପୂରଣୀୟ କ୍ଷତି ପ୍ରତି ମୋର ହାର୍ଦ୍ଦିକ ସମବେଦନା। ତାଙ୍କର ଜୀବନ ଓ ସଂଘର୍ଷ ସବୁଦିନ ପାଇଁ ପରବର୍ତ୍ତୀ ପିଢ଼ି ପାଇଁ ପ୍ରେରଣାର ସ୍ରୋତ ହୋଇ ରହିବ। ତାଙ୍କର ଶୋକ ସନ୍ତପ୍ତ ପରିବାରକୁ ଏଭଳି ଦୁଃଖ ସମୟରେ ଭଗବାନ ଶକ୍ତି ପ୍ରଦାନ କରନ୍ତୁ।

ସେହିପରି ଅଲିମ୍ପିଆନ୍ ଏମସି ମ୍ୟାରୀ କମ୍ ଲେଖିଛନ୍ତି, ଆପଣ ଦେଶର ପ୍ରକୃତ ହିରୋ। ଆପଣ ଆଜି ଦୁନିଆ ଛାଡ଼ି ଚାଲିଯାଇଛନ୍ତି, କିନ୍ତୁ ଆପଙ୍କ ଉତ୍ତରାଧିକାରୀ ଆମ ସହ ଚିରଦିନ ପାଇଁ ରହିବ।

ବକ୍ସିଂରୁ ସନ୍ନ୍ୟାସ ନେବା ପରେ ନାଭିରେ କାର୍ୟ୍ୟ ରତ ଡିଙ୍ଗକୋ ସିଂ କୋଚିଂରେ ନିଜର ଯୋଗଦାନ କରିଥିଲେ। ଡିଙ୍ଗକୋ ସିଂହ ୬ଥରର ବିଶ୍ୱ ଚାମ୍ପିୟନ୍ ଏମସି ମ୍ୟାରୀ କମ୍ ଓ ଅଭିଜ୍ଞ ବକ୍ସର ଏଲ୍ ସରିତା ଦେବୀଙ୍କ ପାଇଁ ପ୍ରେରଣା ସ୍ରୋତ ଥିଲେ ।

The post ଆଉ ନାହାନ୍ତି ଏସିଆନ୍ସ ଗେମ୍ସ ସ୍ୱର୍ଣ୍ଣ ପଦକ ବିଜେତା ବକ୍ସର ଡିଙ୍ଗେକା ସିଂ appeared first on Odisha Reporter.



from Odisha Reporter https://ift.tt/356sxw0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages