ଗୋ-ଚାଲାଣ ସନ୍ଦେହରେ ପିଟିପିଟି ମାରିଦେଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, June 15, 2021

ଗୋ-ଚାଲାଣ ସନ୍ଦେହରେ ପିଟିପିଟି ମାରିଦେଲେ

ଜୟପୁର: ଭିଡ଼ ହିଂସାର ସମ୍ମୁଖୀନ ହୋଇଛନ୍ତି ଜଣେ ବ୍ୟକ୍ତି ଓ ତାଙ୍କ ସହଯୋଗୀ। ଗୋରୁ ଚାଲାଣ କରୁଥିବା ସନ୍ଦେହରେ କିଛି ଲୋକ ଏକାଠି ହୋଇ ଜଣେ ବ୍ୟକ୍ତିଙ୍କୁ ପିଟିପିଟି ହତ୍ୟା କରିଥିବା ବେଳେ ଆଉ ଜଣେ ଗୁରୁତର ଆହତ ହୋଇଛନ୍ତି। ରାଜସ୍ଥାନର ଚିତ୍ତ୍ରୋଗଡ଼ ଜିଲ୍ଲାରେ ଏପରି ଘଟଣା ଘଟିଛି।

ସୂଚନା ଅନୁସାରେ, ଭିଲଖଣ୍ଡାରେ ଜୁନ୍‌ ୧୩ରୁ ୧୪ ରାତିରେ ଏହି ଘଟଣା ଘଟିଥିଲା। କୃଷିକାମ ପାଇଁ ବାବୁ ଓ ପିଣ୍ଟୁ ନାମକ ଦୁଇ ଜଣ ବ୍ୟକ୍ତି ୩ଟି ବଳଦକୁ ଚିତ୍ତ୍ରୋଗଡ଼ର ବେଗୁନ ସହରରୁ ମଧ୍ୟପ୍ରଦେଶ ନେଉଥିଲେ। ଏହି ସମୟରେ କିଛି ଲୋକ ସେମାନଙ୍କୁ ଅଟକାଇଥିଲେ। ସେମାନେ ଗୋରୁ ଚୋରା ଚାଲଣ କରୁଛନ୍ତି ବୋଲି ଅଭିଯୋଗ କରି ଆକ୍ରମଣ କରିଥିଲେ।

କାଠ ଫାଳିଆ ଓ ଲୁହା ରଡ଼ରେ ଉଭୟଙ୍କୁ ମାଡ଼ ମରାଯାଇଥିଲା। ମଧ୍ୟପ୍ରଦେଶର ଝାବୁଆ ଜିଲ୍ଲାରେ ରହୁଥିବା ବାବୁ ଭିଲ ଓ ପିଣ୍ଟୁ ଭିଲ ଆକ୍ରମଣରେ ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ହସ୍ପିଟାଲ ନିଆଯାଇଥିଲେ ହେଁ ସେଠାରେ ବାବୁଙ୍କର ମୃତ୍ୟୁ ଘଟିଛି।

ଆକ୍ରମଣ ବେଳେ ସେମାନେ କୃଷି କାମ ପାଇଁ ବଳଦ ୩ଟିକୁ କିଣିକି ନେଉଥିବା ବୁଝାଇବାକୁ ଚେଷ୍ଟା କରିଥିଲେ। ଗାଡ଼ିରେ କୌଣସି ପ୍ରକାରର ଗାଈ ନଥିବା ମଧ୍ୟ କହିଥିଲେ। ହେଲେ ଆକ୍ରମଣକାରୀମାନେ କିଛି ଶୁଣି ନଥିଲେ। ସେମାନଙ୍କୁ ଅତ୍ୟନ୍ତ ନିର୍ଦ୍ଦୟ ଭାବେ ଆକ୍ରମଣ କରି ଚାଲିଥିଲେ। ପିଣ୍ଟୁଙ୍କ ବୟାନକୁ ଆଧାର କରି ପୁଲିସ୍‌ ୯ ଜଣଙ୍କୁ ଗିରଫ କରିଛି। ଏବେ ବି ଆଉ ୧୦ ଜଣ ଫେରାର ଅଛନ୍ତି।

The post ଗୋ-ଚାଲାଣ ସନ୍ଦେହରେ ପିଟିପିଟି ମାରିଦେଲେ appeared first on Odisha Reporter.



from Odisha Reporter https://ift.tt/35jyHJ4

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages