କରଞ୍ଜିଆ (ଦୀପକ କୁମାର ମହାନ୍ତ): ଓଲଟି ପଡ଼ିଲା କାର୍। ଚାଲି ଗଲା ଜଣଙ୍କ ଜୀବନ। ଆଉ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା-କରଞ୍ଜିଆ ରାସ୍ତାର ସୁନାରୀପୋଷି ନିକଟରେ ଆଜି ସକାଳ ପ୍ରାୟ ୯ଟା ବେଳେ ଘଟିଛି ଏହି ଦୁର୍ଘଟଣା।
ମୃତକଙ୍କ ନାଁ ସୌମ୍ୟ ରଞ୍ଜିତା ମାହାଲ (୩୦)। ଗୁରୁତର ଆହତ ଦ୍ୱୟ ହେଲେ ତାଙ୍କ ଭାଇ ଦୁଷ୍ମନ୍ତ ମାହାଲ (୩୫) ଓ ଝିଅ ମୁକ୍ତା (୫)।
ସୂଚନା ଅନୁଯାୟୀ, ଦୁଷ୍ମନ୍ତ ଆଜି ଭଦ୍ରକରୁ କାର୍ରେ ଭଉଣୀ ସୌମ୍ୟ ରଞ୍ଜିତା ଓ ଭାଣିଜୀ ମୁକ୍ତାଙ୍କୁ ଧରି କରଞ୍ଜିଆ ବଣ ସାହି ଅଭିମୁଖେ ଆସୁଥିଲେ। ହେଲେ ସୁନାରୀପୋଷି ନିକଟରେ କାର୍ଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା।
ସ୍ଥାନୀୟ ଲୋକଙ୍କ ସହାୟତାରେ ସେମାନଙ୍କୁ ଉଦ୍ଧାର କରି ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସୌମ୍ୟ ରଞ୍ଜିତାଙ୍କ ମୃତ୍ୟୁ ଘଟିଥିଲା। ଗୁରୁତର ଥିବା ଦୁଷ୍ମନ୍ତ ଓ ମୁକ୍ତାଙ୍କୁ ପ୍ରାଥମିକ ଚିକିତ୍ସା ପରେ କଟକ ସ୍ଥାନାନ୍ତର କରାଯାଇଛି।
ପୁଲିସ୍ ଦୁର୍ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି।
The post ଭଉଣୀ ଓ ଭାଣିଜୀଙ୍କୁ ନେଇ ଯାଉଥିଲେ, ଓଲଟି ପଡ଼ିଲା କାର୍ appeared first on Odisha Reporter.
from Odisha Reporter https://ift.tt/3czm4gS
No comments:
Post a Comment