ଟିକାକରଣରେ ରେକର୍ଡ କଲା ଏହି ରାଜ୍ୟ, ଦିନକରେ ୧୩ ଲକ୍ଷ ଡୋଜ୍‌ ଟିକା ନେଲେ ଲୋକେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, June 20, 2021

ଟିକାକରଣରେ ରେକର୍ଡ କଲା ଏହି ରାଜ୍ୟ, ଦିନକରେ ୧୩ ଲକ୍ଷ ଡୋଜ୍‌ ଟିକା ନେଲେ ଲୋକେ

ହାଇଦ୍ରାବାଦ: ଟିକାକରଣରେ ନୂଆ ରେକର୍ଡ ସୃଷ୍ଟି କରିଛି ଆନ୍ଧ୍ର ପ୍ରଦେଶ। ଗୋଟିଏ ଦିନରେ ୧୩ ଲକ୍ଷରୁ ଅଧିକ ଡୋଜ୍‌ର ଟିକାକରଣ କରି ଏହି ରେକର୍ଡର ଅଧିକାରୀ ହୋଇଛି ରାଜ୍ୟ। ରାଜ୍ୟରେ ଟିକାକରଣ ଅଭିଯାନକୁ ଜୋରଦାର କରିବାକୁ ସରକାର ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରିଥିଲେ। ଏହା ଜରିଆରେ ରବିବାର ରାତି ୮ଟା ସୁଦ୍ଧା ୧୩,୪୫,୦୦୪ ଡୋଜ୍‌ର ଟିକା ଲୋକଙ୍କୁ ଦିଆଯାଇଛି। ଏଥିରେ ଉଭୟ ପ୍ରଥମ ଡୋଜ୍‌ ଓ ଦ୍ୱିତୀୟ ଡୋଜ୍‌ ନେଇଥିବା ଲୋକ ରହିଛନ୍ତି।

ଏହି ଟିକାକରଣ ପରେ ରାଜ୍ୟରେ ପ୍ରଥମ ଡୋଜ୍‌ ନେଇଥିବା ଲୋକଙ୍କ ସଂଖ୍ୟା ମଧ୍ୟ ୧ କୋଟି ଅତିକ୍ରମ କରିଛି। ରାଜ୍ୟ ସରକାର ଗୋଟିଏ ବିବୃତିରେ କହିଛନ୍ତି, “ରାତି ୮ଟା ସୁଦ୍ଧା ୧୩ ଲକ୍ଷରୁ ଅଧିକ ଡୋଜର ଟିକାକରଣ ସରିଛି। ଏହା ଜାତୀୟ ଟିକାକରଣର ପ୍ରାୟ ୫୦%।

ଯଦି ଭାରତ ସରକାର ଠିକ ଭାବେ ଟିକା ଯୋଗାଇ ଦେବେ, ତା’ହେଲେ ଆମ ମେଡିକାଲ ଟିମ ଓ ଅନ୍ୟ ଅଧିକାରୀମାନେ ଦିନକରେ ୧ କୋଟି ଡୋଜ୍‌ର ଟିକାକରଣ କରିବାକୁ ସକ୍ଷମ ହେବେ। ଏହାର ତା’ର ଏକ ଉଦାହରଣ। ବିଶାଖାପଟନମ, ପୂର୍ବ ଗୋଦବରୀ, ପଶ୍ଚିମ ଗୋଦାବରୀ କ୍ରିଷ୍ଣା ଓ ଗୁଣ୍ଠୁର ଜିଲ୍ଲାପାଳମାନଙ୍କୁ ସ୍ୱତନ୍ତ୍ର ଭାବେ ଧନ୍ୟବାଦ। ସେମାନଙ୍କ ଉଦ୍ୟମ ଯୋଗୁ ଏହି ସବୁ ଜିଲ୍ଲାରେ ଗୋଟିଏ ଦିନକରେ ୧ ଲକ୍ଷ ଡୋଜ୍‌ର ଟିକାକରଣ ହୋଇପାରିଛି।”


ରାଜ୍ୟରେ ଟିକାକରଣର ସ୍ୱତନ୍ତ୍ର ଅଭିଯାନ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କ ନିର୍ଦ୍ଦେଶକ୍ରମେ ଆରମ୍ଭ କରାଯାଇଛି। ପୂର୍ବରୁ ରାଜ୍ୟ ସରକାର ଦିନକରେ ୬ ଲକ୍ଷ ଡୋଜ୍‌ର ଟିକାକରଣ କରି ରେକର୍ଡ ସୃଷ୍ଟି କରିଥିଲେ। ହେଲେ ଏବେ ଏହାର ଦୁଇ ଗୁଣରୁ ଅଧିକ ଡୋଜ୍‌ ଟିକାକରଣ ହୋଇଛି।

The post ଟିକାକରଣରେ ରେକର୍ଡ କଲା ଏହି ରାଜ୍ୟ, ଦିନକରେ ୧୩ ଲକ୍ଷ ଡୋଜ୍‌ ଟିକା ନେଲେ ଲୋକେ appeared first on Odisha Reporter.



from Odisha Reporter https://ift.tt/2SOeicy

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages