ରାଜ୍ୟରେ ୩୮୦୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ଆଉ ୩୭ ମୃତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, June 17, 2021

ରାଜ୍ୟରେ ୩୮୦୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ଆଉ ୩୭ ମୃତ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଗତ ୨୪ ଘଣ୍ଟାରେ ୩୮୦୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୧୭୨ ଜଣ କ୍ୱାରେଣ୍ଟାଇନ୍‌ ଥିଲେ। ବାକି ୧୬୩୪ଟି ହେଉଛି ଲୋକାଲ୍ କେସ୍। ସେହିପରି ରାଜ୍ୟରେ କରୋନାରେ ଆକ୍ରାନ୍ତ ହୋଇ ଆଉ ୩୭ ଜଣ ଜୀବନ ହାରିଛନ୍ତି।

୩୮୦୬ ନୂଆ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬୧୭ ଜଣ ଥିବା ବେଳେ କଟକରୁ ୩୯୩, ଯାଜପୁରରୁ ୩୪୬ ଓ ବାଲେଶ୍ୱର ଜିଲ୍ଲାରୁ ୨୨୦ ଜଣ ଅଛନ୍ତି।

ଅନୁଗୋଳ ଜିଲ୍ଲାରୁ ୧୭୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବରଗଡ଼ରୁ ୫୮, ଭଦ୍ରକରୁ ୧୫୮, ବଲାଙ୍ଗିରରୁ ୨୮, ବୌଦ୍ଧରୁ ୩୫, ଦେବଗଡ଼ରୁ ୩୦, ଢେଙ୍କାନାଳରୁ ୪୩, ଗଜପତିରୁ ୪୫, ଗଞ୍ଜାମରୁ ୩୬, ଜଗତସିଂହପୁରରୁ ୧୩୦, ଝାରସୁଗୁଡ଼ାରୁ ୧୯, କଳାହାଣ୍ଡିରୁ ୪୩, କନ୍ଧମାଳରୁ ୩୪, କେନ୍ଦ୍ରାପଡ଼ାରୁ ୧୪୫, କେନ୍ଦୁଝରରୁ ୮୧, କୋରାପୁଟରୁ ୭୭, ମାଲକାନଗିରିରୁ ୭୫, ମୟୂରଭଙ୍ଗରୁ ୧୫୯, ନବରଙ୍ଗପୁରରୁ ୮୮, ନୟାଗଡ଼ରୁ ୧୩୪, ନୂଆପଡ଼ାରୁ ୩୧, ପୁରୀରୁ ୨୦୦, ରାୟଗଡ଼ାରୁ ୧୧୧, ସମ୍ବଲପୁରରୁ ୪୫, ସୋନପୁରରୁ ୩୬ ଓ ସୁନ୍ଦରଗଡ଼ ଜିଲ୍ଲାରୁ ୧୧୯ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଷ୍ଟେଟ୍‌ ପୁଲ୍‌ରୁ ୯୫ ଜଣ ଚିହ୍ନଟ ହୋଇଛନ୍ତି।

ସେହିପରି ୩୭ ମୃତକଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫ ଜଣ ଥିବା ବେଳେ କଟକ ଓ କଳାହାଣ୍ଡିରୁ ୪ ଜଣ ଲେଖାଏଁ, ବରଗଡ଼, ଝାରସୁଗୁଡ଼ା, ପୁରୀ ଓ ସୁନ୍ଦରଗଡ଼ରୁ ୩ ଜଣ ଲେଖାଏଁ, ବଲାଙ୍ଗିର, ଦେବଗଡ଼, କେନ୍ଦ୍ରାପଡ଼ା ଓ ରାୟଗଡ଼ା ଜିଲ୍ଲାରୁ ୨ ଜଣ ଲେଖାଏଁ ଅଛନ୍ତି। ସେହିପରି ଗଜପତି, ମୟୂରଭଂଜ ଓ ସମ୍ବଲପୁର ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।

୩୮୦୬ଟି ନୂଆ ମାମଲା ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ୭୦ ହଜାର ୪୯୮ରେ ପହଞ୍ଚିଯାଇଛି। ସେମାନଙ୍କ ମଧ୍ୟରୁ ୮ ଲକ୍ଷ ୨୩ ହଜାର ୫୯୯ ଜଣ ସୁସ୍ଥ ହୋଇସାରିଛନ୍ତି। ୪୩ ହଜାର ୩୩୮ ଜଣ ଏବେ ଚିକିତ୍ସାଧୀନ ଅଛନ୍ତି। ସେହିପରି ଆଉ ୩୭ ଜଣ ଆଖି ବୁଜିବା ପରେ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୫୦୮କୁ ବୃଦ୍ଧି ପାଇଛି।

The post ରାଜ୍ୟରେ ୩୮୦୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ଆଉ ୩୭ ମୃତ appeared first on Odisha Reporter.



from Odisha Reporter https://ift.tt/3xuq7TN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages