ନୂଆଦିଲ୍ଲୀ: ବର୍ତ୍ତମାନ ସାରା ବିଶ୍ୱ କରୋନାର ଡେଲଟା ଭାରିଏଣ୍ଟ ସହ ଲଢ଼େଇ କରୁଥିବା ବେଳେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଆଉ ଗୋଟିଏ ନୂଆ ଷ୍ଟ୍ରେନ ସମ୍ପର୍କରେ ସୂଚନା ଦେଇଛି। କରୋନାର ଏହି ନୂଆ ଭାରିଏଣ୍ଟର ନାଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଲାମ୍ବଡା ରଖିଛି। ବର୍ତ୍ତମାନ ସୁଦ୍ଧା ଏହା ୨୯ଟି ଦେଶରେ ଠାବ ହୋଇଥିବା ଜଣାପଡ଼ିଛି।
ନୂଆ ଭାରିଏଣ୍ଟ ହୋଇଥିବାରୁ ଏହାର ଭୟାବହତା ସମ୍ପର୍କରେ ଏଯାଏ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। ତଥାପି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଏହା ଉପରେ ପରୀକ୍ଷା ଜାରି ରଖିଛନ୍ତି। ଏହାକୁ ଟ୍ରାକ୍ କରିବାକୁ ଉଦ୍ୟମ କରୁଛନ୍ତି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସାପ୍ତାହିକ ବୁଲେଟିନରେ କୁହାଯାଇଛି, ଏହି ଲାମ୍ବଡା ଭାରିଏଣ୍ଟ ପ୍ରଥମେ ପେରୁରେ ଠାବ ହୋଇଥିଲା। ୨୦୨୦ ଅଗଷ୍ଟ ମାସରୁ ଏହି ଭାରିଏଣ୍ଟ ସମ୍ପର୍କରେ ସୂଚନା ମିଳିଥିଲା।
ସେବେଠାରୁ ଏହାକୁ ଟ୍ରାକ୍ କରାଯାଉଥିବା ବେଳେ ବର୍ତ୍ତମାନ ସୁଦ୍ଧା ଏହା ୨୯ଟି ରାଷ୍ଟ୍ରରେ ଚିହ୍ନଟ ହୋଇଛି। ଆର୍ଜେଣ୍ଟିନା ଓ ଚିଲି ସମେତ ଅଧିକାଂଶ ଲାଟିନ ଆମେରିକା ଦେଶଗୁଡ଼ିକରେ ଏହି ଭାରିଏଣ୍ଟରେ ଲୋକମାନେ ସଂକ୍ରମିତ ହୋଇଛନ୍ତି। ୨୦୨୧ ଜୁନ୍ ୧୪ ତାରିଖରେ ଏହି ନୂଆ ଧରଣର ଭାରିଏଣ୍ଟକୁ ଲାମ୍ବଡା ଭାବେ ନାମିତ କରାଯାଇଛି।
ଚଳିତ ବର୍ଷ ଏପ୍ରିଲ ସୁଦ୍ଧା ପେରରୁରେ ଚିହ୍ନଟ ହୋଇଥିବା ସମସ୍ତ କରୋନା ସଂକ୍ରମିତଙ୍କ ମଧ୍ୟରେ ୮୧% ଲୋକ ଲାମ୍ବଡା ଭାରିଏଣ୍ଟରେ ଆକ୍ରାନ୍ତ ହୋଇଛନ୍ତି। ସେହିପରି ଗତ ୬୦ ଦିନ ମଧ୍ୟରେ ଚିଲିରୁ ଜେନୋମ ସ୍ୱିକେନ୍ସିଂ ପାଇଁ ପଠାଯାଇଥିବର ମୋଟ ନମୁନା ମଧ୍ୟରୁ ୩୨% ଲାମ୍ବଡା ଭାରିଏଣ୍ଟ।
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି, ଲାମ୍ବଡା ଭାରିଏଣ୍ଟକୁ ଏବେ ମନିଟର କରାଯାଉଛି। ଏହାକୁ ଏକ ସତର୍କ ସୂଚନା ଭାବେ ବିବେଚନା କରାଯାଇଛି। ଏହା କେତେ ମାରାତ୍ମକ ଓ ଏହାର ସଂକ୍ରମଣ ବେଗ କେତେ, ସେ ବିଷୟରେ ଜାଣିବା ପାଇଁ ଉଦ୍ୟମ ଜାରି ରହିଛି। ଲାମ୍ବଡା ଭାରିଏଣ୍ଟରେ ଅତ୍ୟଧିକ ମ୍ୟୁଟେସନ ହୋଇଥାଏ। ତେଣୁ ଏହା ସଂକ୍ରମଣକୁ ବୃଦ୍ଧି କରିପାରେ। ଏହି ନୂତନ ଭାରିଏଣ୍ଟ କେତେ ପ୍ରଭାବଶାଳୀ, ତାହା ବର୍ତ୍ତମାନ କହିବା ମୁସ୍କିଲ।
The post କରୋନାର ନୂଆ ରୂପ ଲାମ୍ବଡା, ୨୯ ଦେଶରେ ହେଲାଣି ଠାବ appeared first on Odisha Reporter.
from Odisha Reporter https://ift.tt/2SbjaIl
No comments:
Post a Comment