ରାଜଧାନୀରେ ନକଲି ଟିଭି ରାକେଟ୍‌ର ପର୍ଦ୍ଦାଫାସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, June 1, 2021

ରାଜଧାନୀରେ ନକଲି ଟିଭି ରାକେଟ୍‌ର ପର୍ଦ୍ଦାଫାସ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରେ ନକଲି ଟିଭି କାରବାରର ପର୍ଦ୍ଦାଫାସ ହୋଇଛି। ୧୫୦ରୁ ଅଧିକ ନକଲି ଟିଭି ଜବତ କରାଯାଇଥିବା ବେଳେ ୪ ଜଣଙ୍କୁ ଗିରଫ କରିଛି କମିଶନରେଟ୍‌ ପୁଲିସ୍‌।

ଭୁବନେଶ୍ୱର ଡିସିପିଙ୍କ ସୂଚନା ଅନୁଯାୟୀ, ଗୁଇନ୍ଦା ସୂଚନା ପ୍ରକାରେ ରାଜଧାନୀର ବିଭିନ୍ନ ସ୍ଥାନରେ ଚଢ଼ାଉ ବେଳେ ଦେଢ଼ ଶହରୁ ଅଧିକ ନକଲି ଟିଭି ଜବତ କରାଯାଇଛି। ଲକ୍ଷ୍ମୀସାଗର, ବଡ଼ଗଡ଼, ଏୟାରପୋର୍ଟ ଓ ମଞ୍ଚେଶ୍ୱର ଅଞ୍ଚଳରେ ଏହି ଚଢ଼ାଉ କରାଯାଇଥିଲା।

ଡିସିପି କହିଛନ୍ତି, ଏକ ନିର୍ଦ୍ଦିଷ୍ଟ ବ୍ରାଣ୍ଡେଣ୍ଡ କଂପାନୀର ଲୋଗୋ ଲଗାଇ ଅଭିଯୁକ୍ତମାନେ ଟିଭି ଗୁଡ଼ିକୁ ବିକ୍ରି କରୁଥିଲେ। ଅରିଜିନାଲ ଟିଭିର ଦାମ୍‌ ଠାରୁ ପ୍ରାୟ ଅଧା ଦାମ୍‌ରେ ସେମାନେ ଏହି ଟିଭି ଗୁଡ଼ିକୁ ବିକ୍ରି କରୁଥିଲେ। ବିଶେଷତଃ ବସ୍ତି ଓ ଶସ୍ତାରେ ନାମୀଦାମୀ ବ୍ରାଣ୍ଡର ଟିଭି ଖୋଜୁଥିବା ଲୋକଙ୍କୁ ସେମାନେ ଟାର୍ଗେଟ୍ କରୁଥିଲେ। ଟିଭି ଗୁଡ଼ିକ ସିଧାସଳଖ ପାରାଦୀପ ବନ୍ଦରରୁ ଆସୁଥିବାରୁ ଟ୍ୟାକ୍ସ ପଡ଼ୁନଥିବା ସେମାନେ ଗ୍ରାହକମାନଙ୍କୁ କହୁଥିଲେ। ତେବେ ସେମାନେ କେତେ ଦିନ ହେଲାଣି ଏ ବ୍ୟବସାୟରେ ଲିପ୍ତ ଥିଲେ ଓ କେତେ ଟିଭି ବିକ୍ରି କରିଛନ୍ତି, ତାହା ତଦନ୍ତ ପରେ ଜଣାପଡ଼ିବ।

ସେ ଆହୁରି କହିଛନ୍ତି, ଅଭିଯୁକ୍ତମାନେ କୋଲକାତାରୁ ଅନ୍‌ବ୍ରାଣ୍ଡେଣ୍ଡ ଟିଭି ଗୁଡ଼ିକୁ ଆଣି ଏଠାରେ ଏକ ଦାମୀ ବ୍ରାଣ୍ଡର ଲୋଗୋ ଆଦି ଲଗାଇ ବିକ୍ରି କରୁଥିଲେ। ଯେଉଁ ବ୍ରାଣ୍ଡର ନକଲି ଟିଭି ସେମାନେ ବିକ୍ରି କରୁଥିଲେ ସେହି ବ୍ରାଣ୍ଡର ଇଞ୍ଜିନିୟରମାନଙ୍କୁ ଡକାଯାଇଥିଲା। ଯାଞ୍ଚ ପରେ ଜବତ ଟିଭି ଗୁଡ଼ିକ ସେମାନଙ୍କ କମ୍ପାନୀର ନୁହେଁ ବୋଲି ସେମାନେ ସ୍ପଷ୍ଟ କରିଥିଲେ।

The post ରାଜଧାନୀରେ ନକଲି ଟିଭି ରାକେଟ୍‌ର ପର୍ଦ୍ଦାଫାସ appeared first on Odisha Reporter.



from Odisha Reporter https://ift.tt/3c8N2vQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages