ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗତ ମେ’ ମାସରେ ରାଜ୍ୟରୁ ୧ କୋଟି ୪୦ ଲକ୍ଷ ୯ ହଜାର ଟଙ୍କା ଲୁଟିଛନ୍ତି ସାଇବର ଲୁଟେରା। କେବଳ ଭୁବନେଶ୍ୱରରୁ ୭୦ ଲକ୍ଷ ୭୮ ହଜାର ୭୧୪ ଟଙ୍କାର ଚୁନ ଲଗାଇଛନ୍ତି ସାଇବର ଠକ। ଆଉ ଏହି ସମୟ ମଧ୍ୟରେ ୧୨ ଲକ୍ଷ ୫ ହଜାର ଟଙ୍କା ବ୍ଲକ ଓ ରିଫଣ୍ଡ ହୋଇଛି।
ମେ’ ମାସରେ ଲକ୍ଡାଉନ୍ ଓ ସପ୍ତାହାନ୍ ଶଟ୍ଡାଉନ୍ ଯୋଗୁ ଲୋକେ ଅନଲାଇନ ଉପରେ ଅଧିକ ନିର୍ଭର କରୁଥିଲେ। ଆଉ ସାଇବର ଠକମାନେ ବି ବିଭିନ୍ନ ଉପାୟରେ ସେମାନଙ୍କୁ ଚୂନ ଲଗାଇଥିଲେ।
ଭୁବନେଶ୍ୱର ସାଇବର ହେଲ୍ପ ଡେସ୍କର ତଥ୍ୟ ଅନୁଯାୟୀ, କେବଳ ମେ’ ମାସରେ ୧୭ଟି ମାମଲା ଥାନାରେ ରୁଜୁ ହୋଇଛି। ସାଇବର ଡେସ୍କକୁ ଠକେଇ ନେଇ ୫୨୯ଟି କଲ୍ ଆସିଥିବା ବେଳେ ସେଥିରୁ ଭୁବନେଶ୍ୱରରୁ କେବଳ ୨୫୬ କଲ୍ ରହିଛି।
UPIରେ ୧୬୦ଟି ଠକେଇ ହୋଇଥିବା ବେଳେ କ୍ରେଡିଟ ଓ ଡେବିଟ କାର୍ଡ ମାଧ୍ୟମରେ ୧୦୦ଟି ଠକେଇ ଓ କଲ୍ ମାଧ୍ୟମରେ ୨୬୯ଟି ଠକେଇ ସାମ୍ନାକୁ ଆସିଛି। ୫୬ଟି ନମ୍ବରକୁ ବ୍ଲକ କରାଯାଇଥିବା ନେଇ ସୂଚନା ଦେଇଛି ସାଇବର ହେଲ୍ପ ଡେସ୍କ।
The post ଲକ୍ଡାଉନ୍ରେ ମାତିଲେ ସାଇବର ଲୁଟେରା, ମେ’ ମାସରେ ରାଜ୍ୟରୁ ଲୁଟିଛନ୍ତି ୧.୪୦ କୋଟି appeared first on Odisha Reporter.
from Odisha Reporter https://ift.tt/2SF6v0d
No comments:
Post a Comment