ଆଉ ୪୦ ଆଖି ବୁଜିଲେ, ଖୋର୍ଦ୍ଧାରେ ମୃତ୍ୟୁ ସଂଖ୍ୟା ୬୦୦ ଡେଇଁଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, June 24, 2021

ଆଉ ୪୦ ଆଖି ବୁଜିଲେ, ଖୋର୍ଦ୍ଧାରେ ମୃତ୍ୟୁ ସଂଖ୍ୟା ୬୦୦ ଡେଇଁଲା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆଉ ୪୦ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ପକ୍ଷରୁ ଏହି ତଥ୍ୟ ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୮୦୧କୁ ବୃଦ୍ଧି ପାଇଛି।

ଏହି ୪୦ ମୃତକଙ୍କ ମଧ୍ୟରେ ୧୪ ଜଣ ମହିଳା ଅଛନ୍ତି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ବରଗଡ଼, କଟକ ଓ ନୟାଗଡ଼ ଜିଲ୍ଲାରୁ ୫ ଜଣ ଲେଖାଏଁ, ଅନୁଗୋଳରୁ ୩, ବାଲେଶ୍ୱର, ଭଦ୍ରକ ବଲାଙ୍ଗିର, ବୌଦ୍ଧ, ପୁରୀ ଓ ସୁନ୍ଦରଗଡ଼ ଜିଲ୍ଲାରୁ ୨ ଜଣ ଲେଖାଏଁଙ୍କ ଜୀବନ ଯାଇଛି। ଗଞ୍ଜାମ ଜିଲ୍ଲାରୁ ଜଣଙ୍କର ମୃତ୍ୟୁ ଘଟିଛି।

ଆଉ ୯ ଜଣ ଆଖି ବୁଜିବା ସହିତ ଖୋର୍ଦ୍ଧା ଜିଲ୍ଲାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୬୦୦ ପାର୍ କରିଛି। ଏହି ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ୬୦୬ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇସାରିଛି। ବରଗଡ଼, କଟକ ଓ ନୟାଗଡ଼ ଜିଲ୍ଲାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ଯଥାକ୍ରମେ ୧୧୫, ୨୬୨ ଓ ୬୯କୁ ବୃଦ୍ଧି ପାଇଛି। ଅନୁଗୋଳ ଜିଲ୍ଲାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୬୮କୁ ବୃଦ୍ଧି ପାଇଥିବା ବେଳେ ବାଲେଶ୍ୱରରେ ୧୨୭, ଭଦ୍ରକରେ ୪୪, ବଲାଙ୍ଗିରରେ ୮୨, ବୌଦ୍ଧରେ ୮୦, ପୁରୀରେ ୨୧୫, ସୁନ୍ଦରଗଡ଼ରେ ୩୩୯ ଓ ଗଞ୍ଜାମ ଜିଲ୍ଲାରେ ୩୨୨କୁ ବୃଦ୍ଧି ପାଇଛି।

ସେହିପରି ବର୍ତ୍ତମାନ ସୁଦ୍ଧା ଦେବଗଡ଼ ଜିଲ୍ଲାରେ କରୋନା ୩୨ ଜଣଙ୍କ ଜୀବନ ନେଇଥିବା ବେଳେ ଢେଙ୍କାନାଳରେ ୫୭, ଗଜପିରେ ୬୯, ଜଗତସିଂହପୁରରେ ୭୨, ଯାଜପୁରରେ ୩୮, ଝାରସୁଗୁଡ଼ାରେ ୧୧୯, କଳାହାଣ୍ଡିରେ ୧୬୭, କନ୍ଧମାଳରେ ୪୭, କେନ୍ଦ୍ରାପଡ଼ାରେ ୭୭, କେନ୍ଦୁଝରରେ ୬୭, କୋରାପୁଟରେ ୫୬, ମାଲକାନଗିରିରେ ୪୦, ମୟୂରଭଞ୍ଜରେ ୧୨୪, ନବରଙ୍ଗପୁରରେ ୪୩, ନୂଆପଡ଼ାରେ ୬୮, ରାୟଗଡ଼ାରେ ୧୪୪, ସମ୍ବଲପୁରରେ ୧୧୩ ଓ ସୁବର୍ଣ୍ଣପୁର ଜିଲ୍ଲାରେ ୩୯ ଜଣଙ୍କ ମୃତ୍ୟୁ ଘଟିଛି।

ସୂଚନାଯୋଗ୍ୟ, ଗତ ୨୪ ଘଣ୍ଟାରେ ରାଜ୍ୟରେ ୬୪ ହଜାର ୨୫୫ ସାମ୍ପଲ ଟେଷ୍ଟ କରାଯାଇଥିବା ବେଳେ ୨୯୧୨ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୦୧ ଜଣ ଅଛନ୍ତି। ନୂଆପଡ଼ା ଓ ଦେବଗଡ଼ ଆଦି ଜିଲ୍ଲାରେ ଏହି ସଂଖ୍ୟା ୧୦ରୁ କମ୍ ରହିଛି।

The post ଆଉ ୪୦ ଆଖି ବୁଜିଲେ, ଖୋର୍ଦ୍ଧାରେ ମୃତ୍ୟୁ ସଂଖ୍ୟା ୬୦୦ ଡେଇଁଲା appeared first on Odisha Reporter.



from Odisha Reporter https://ift.tt/3j8bUbn

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages