ଜେନେଭା: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି ଡେଲଟା ପ୍ଲସ ଭେରିଆଣ୍ଟ ଏବେ ବିଶ୍ୱର ୮୫ଟି ଦେଶରେ ଚିହ୍ନଟ ହୋଇଛି। କୋଭିଡର ଏହି ନୂଆ ମ୍ୟୁଟାଣ୍ଟ ଏବେ ଶୀଘ୍ର ବ୍ୟାପୁଛି ଯାହାକି ଅନ୍ୟ ମ୍ୟୁଟାଣ୍ଟ ଠାରୁ ସର୍ବାଧିକ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ୨୨ ଜୁନରେ କୋଭିଡ ପ୍ରସଙ୍ଗରେ ପ୍ରକାଶିତ ସାପ୍ତାହିକ ରିପୋର୍ଟରେ ଏହା କହିଛି। ବ୍ରିଟନର ଆଲଫା ଭେରିଆଣ୍ଟ ୧୭୦ଟି ଦେଶରେ ଚିହ୍ନଟ ହୋଇଥିବା ବେଳେ ବିଟା ଭେରିଆଣ୍ଟ ୧୧୯ଟି ଦେଶରେ ଏବଂ ଗାମା ଭେରିଆଣ୍ଟ ୭୧ ଦେଶ ଏବଂ ଡେଲଟା ଭାରିଆଣ୍ଟ ୮୫ ଦେଶରେ ବ୍ୟାପିଛି।
ବିଶ୍ୱବ୍ୟାପୀ ୮୫ଟି ଦେଶରେ ମିଳିଥିବା ଡେଲଟା ଭେରିଆଣ୍ଟ ବର୍ତ୍ତମାନ ସମସ୍ତ WHO ଅଞ୍ଚଳରେ ଚିହ୍ନଟ ହୋଇଛି। ଗତ ଦୁଇ ସପ୍ତାହ ମଧ୍ୟରେ ମୋଟ୍ ୧୧ଟି ଦେଶକୁ ଏହା ବ୍ୟାପିଛି। WHO କହିଛି ଯେ କୋଭିଡର ଚାରୋଟି ଭେରିଆଣ୍ଟ ଉପରେ ତୀକ୍ଷ୍ଣ ନଜର ରହିଛି। ଏହି ଭେରିଆଣ୍ଟ ହେଲା ଆଲଫା, ବିଟା, ଗାମା ଏବଂ ଡେଲଟା ପ୍ଲସ। ସମସ୍ତ WHO ଅଞ୍ଚଳରେ ଏହା ଦେଖିବାକୁ ମିଳିଛି। ଆଲଫା ଅପେକ୍ଷା ଡେଲଟା ଭେରିଆଣ୍ଟ ଅଧିକ ଦ୍ରୁତ ବିସ୍ତାର କରୁଛି। ଏହା ସାଂଘାତିକ ମଧ୍ୟ। ଯଦି ଏଭଳି ଧାରା ଅବ୍ୟାହତ ରହିବ, ତେବେ ଏହା ଆହୁରି ଅଧିକ ବ୍ୟାପିବ ଲୋକେ ମଧ୍ୟ ଅଧିକ ଗୁରୁତର ହେବେ।
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ତାର ରିପୋର୍ଟରେ କହିଛି ଗତ ସପ୍ତାହରେ (ଜୁନ୍ ୧୪-୨୦) ଭାରତରେ ସର୍ବାଧିକ ୪,୪୧,୯୭୬ ଜଣ କୋଭିଡରେ ସଂକ୍ରମିତ ହୋଇଛନ୍ତି। ଏହି ସମୟରେ ୧୬,୩୨୯ ଜଣଙ୍କର ମୃତ୍ୟୁ ଘଟିଛି।
ଗତ ସପ୍ତାହ ତୁଳନାରେ ଦକ୍ଷିଣ-ପୂର୍ବ ଏସିଆ ଅଞ୍ଚଳରେ ୬ ଲକ୍ଷରୁ ଅଧିକ ସଂକ୍ରମିତ ହୋଇଥିବା ବେଳେ ୧୯ ହଜାରରୁ ଅଧିକ ସଂକ୍ରମିତଙ୍କର ମୃତ୍ୟୁ ଘଟିଛି। ତେବେ ପୂର୍ବ ସପ୍ତାହ ତୁଳନାରେ ଏହା ଯଥାକ୍ରମେ ୨୧ ପ୍ରତିଶତ ଏବଂ ୨୬ ପ୍ରତିଶତ ହ୍ରାସ ପାଇଛି।
The post ୮୫ଟି ଦେଶରେ ଡେଲଟା ପ୍ଲସ: WHO appeared first on Odisha Reporter.
from Odisha Reporter https://ift.tt/3xSom3e
No comments:
Post a Comment