ରାଜ୍ୟରେ ୮୩୯୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ଆଉ ୪୦ ଜଣଙ୍କ ମୃତ୍ୟୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, June 1, 2021

ରାଜ୍ୟରେ ୮୩୯୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ଆଉ ୪୦ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଗତ ୨୪ ଘଣ୍ଟାରେ ୮୩୯୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪୭୪୧ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ବାକି ୩୬୫୮ଟି ହେଉଛି ଲୋକାଲ୍ କେସ୍‌। ସେହିପରି ରାଜ୍ୟରେ ଆଉ ୪୦ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।

ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୧୦୨ ଜଣ ଥିବା ବେଳେ କଟକରୁ ୭୬୬, ଯାଜପୁରରୁ ୫୧୪, ମୟୂରଭଞ୍ଜରୁ ୪୮୫, ପୁରୀରୁ ୪୭୫, ସୁନ୍ଦରଗଡ଼ରୁ ୪୭୭ ଓ ଅନୁଗୋଳରୁ ୪୬୮ ଜଣ ଚିହ୍ନଟ ହୋଇଛନ୍ତି।

ବାଲେଶ୍ୱର ଜିଲ୍ଲାରୁ ୨୪୦ ଜଣ ଚିହ୍ନଟ ହୋଇଥିବା ବେଳେ ବରଗଡ଼ରୁ ୧୮୯, ଭଦ୍ରକରୁ ୧୪୭, ବଲାଙ୍ଗିରରୁ ୧୧୬, ବୌଦ୍ଧରୁ ୧୬୬, ଦେବଗଡ଼ରୁ ୮୧, ଢେଙ୍କାନାଳରୁ ୪୫୧, ଗଜପତିରୁ ୮୦, ଗଞ୍ଜାମରୁ ୬୫, ଜଗତସିଂହପୁରରୁ ୨୬୯, ଝାରସୁଗୁଡ଼ାରୁ ୫୩, କଳାହାଣ୍ଡିରୁ ୧୯୦, କନ୍ଧମାଳରୁ ୯୫, କେନ୍ଦ୍ରାପଡ଼ାରୁ ୨୧୦, କେନ୍ଦୁଝରରୁ ୧୮୬, କୋରାପୁଟରୁ ୧୭୮, ମାଲକାନଗିରିରୁ ୧୨୮, ନବରଙ୍ଗପୁରରୁ ୨୦୦, ନୟାଗଡ଼ରୁ ୨୨୩, ନୂଆପଡ଼ାରୁ ୩୪, ରାୟଗଡ଼ାରୁ ୨୯୨, ସମ୍ବଲପୁରରୁ ୧୪୩ ଓ ସୋନପୁରରୁ ୧୪୩ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଷ୍ଟେଟ୍‌ ପୁଲ୍‌ରୁ ୧୮୫ ଜଣ ଚିହ୍ନଟ ହୋଇଛନ୍ତି।

୮୩୯୯ଟି ନୂଆ କେସ୍ ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭ଲକ୍ଷ ୮୨ ହଜାର ୧୩୧ରେ ପହଞ୍ଚିଯାଇଛି। ସେମାନଙ୍କ ମଧ୍ୟରୁ ୬ ଲକ୍ଷ ୯୨ ହଜାର ୦୨୭ ଜଣ ସୁସ୍ଥ ହୋଇସାରିଛନ୍ତି। ୮୭ ହଜାର ୨୨୦ ଜଣ ଏବେ ଚିକିତ୍ସାଧୀନ ଅଛନ୍ତି। ସେହିପରି ଆଉ ୪୦ ଆକ୍ରାନ୍ତଙ୍କ ମୃତ୍ୟୁ ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୮୩୧କୁ ବୃଦ୍ଧି ପାଇଛି।

The post ରାଜ୍ୟରେ ୮୩୯୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ଆଉ ୪୦ ଜଣଙ୍କ ମୃତ୍ୟୁ appeared first on Odisha Reporter.



from Odisha Reporter https://ift.tt/3fJbiqk

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages