ସୋର (ଓଡ଼ିଶା ରିପୋର୍ଟର): ସୁନା ଦୋକାନୀଙ୍କ ଘରେ ସଶସ୍ତ୍ର ଡକାୟତି। ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ ସାଉଡୁ ଗାଁରେ ବିଳମ୍ୱିତ ରାତିରେ ଦୁର୍ବୃତ୍ତ ମାନେ ଏହି ସଶସ୍ତ୍ର ଡକାୟତି କରିଛନ୍ତି। ରାତି ପ୍ରାୟ ୨ଟା ସମୟରେ ଡକାୟତ ଦଳ ସନାତନ କମିନାଙ୍କ ନାମକ ଜଣେ ବ୍ୟକ୍ତିଙ୍କ ଘରେ ପଶିଥିଲେ।
ପ୍ରାୟ ୧୦ ଲକ୍ଷରୁ ଅଧିକ ଟଙ୍କାର ସୁନା ଅଳଙ୍କାର ଡକାୟତି ଦଳ ଲୁଟି ନେଇଥିବା ଜଣାପଡିଛି। ଦୁର୍ବୃତ୍ତଙ୍କୁ ଦେଖି ଘର ଲୋକ ଚିତ୍କାର କରିବା ପରେ କିଛି ଗ୍ରାମବାସୀ ଧାଇଁ ଆସିଥିଲେ। ଏହି ସମୟରେ ୩ ଜଣ ଗ୍ରାମବାସୀଙ୍କ ଉପରକୁ ଦୁର୍ବୃତ୍ତ ଫାଇରିଂ କରିଥିବା ସୂଚନା ରହିଛି। ନିଜକୁ ସୁରକ୍ଷିତ ରଖିବାକୁ ଯାଇ ଦୁର୍ବୃତ୍ତମାନେ ପ୍ରାୟ ୧୦ ରାଉଣ୍ଡ ଗୁଳି ଚଳାଇ ଖସିଯାଇଥିବା ସୂଚନା ରହିଛି।
ଗୁଳିମାଡ଼ରେ ୩ ଗୁରୁତରଙ୍କୁ ପ୍ରଥମେ ବାଲେଶ୍ୱର ଓ ପରେ କଟକକୁ ସ୍ଥାନାନ୍ତର ହୋଇଛନ୍ତି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ତନାଘନା ଆରମ୍ଭ କରିଛି।
The post ଲୁଟ୍ ପାଇଁ ଫାଇରିଂ, ୩ ଗୁରୁତର କଟକ ସ୍ଥାନାନ୍ତର appeared first on Odisha Reporter.
from Odisha Reporter https://ift.tt/3iaOd1G
No comments:
Post a Comment