କରୋନାର ଡେଲଟା ଭାରିଏଣ୍ଟ ବିରୋଧରେ କୋଭିସିଲ୍ଡର ଗୋଟିଏ ଡୋଜ ୬୧% ସଫଳ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, June 16, 2021

କରୋନାର ଡେଲଟା ଭାରିଏଣ୍ଟ ବିରୋଧରେ କୋଭିସିଲ୍ଡର ଗୋଟିଏ ଡୋଜ ୬୧% ସଫଳ

ନୂଆଦିଲ୍ଲୀ: ସେରମ ଇନଷ୍ଟିଚ୍ୟୁଟ ଉତ୍ପାଦନ କରୁଥିବା କୋଭିସିଲ୍ଡ ଟିକାର ଦୁଇଟି ଡୋଜ୍‌ ମଧ୍ୟରେ ଥିବା ବ୍ୟବଧାନକୁ ନେଇ ବିତର୍କ ଚାଲିଥିବା ବେଳେ ନୂଆ ତଥ୍ୟ ସାମ୍ନାକୁ ଆସିଛି। ଭାରତରେ ପ୍ରଥମଥର ପାଇଁ ଠାବ ହୋଇଥିବା କରୋନାର ମାରାତ୍ମକ ଡେଲଟା ଭାରିଏଣ୍ଟ ବିରୋଧରେ କୋଭିସିଲ୍ଡର ଗୋଟିଏ ଡୋଜ୍‌ ୬୧% ପ୍ରଭାବ ଦେଖାଉଥିବା ଜଣାପଡ଼ିଛି। ଏଭଳି ସୂଚନା ଦେଇଛନ୍ତି କରୋନା ୱାର୍କିଂ ଗ୍ରୁପର ମୁଖ୍ୟ ଡା ଏନକେ ଅରୋରା।

ସେ କହିଛନ୍ତି, ଦେଶରେ କୋଭିସିଲ୍ଡ ଟିକାର ଦୁଇଟି ଡୋଜ୍‌ ମଧ୍ୟରେ ପ୍ରଥମେ ବ୍ୟବଧାନ ୪ ସପ୍ତାହ ଥିଲା। ଏହା ରୋଗ ପ୍ରତିରୋଧ ଶକ୍ତି ବୃଦ୍ଧି କରିବାରେ ସହାୟକ ହେଉଥିବା ପ୍ରମାଣ ମିଳିଛି। ବ୍ରିଟେନରେ ଏହି ସମୟରେ କୋଭିସିଲ୍ଡର ଦୁଇଟି ଡୋଜ୍‌ ମଧ୍ୟରେ ଥିବା ବ୍ୟବଧାନକୁ ୧୨ ସପ୍ତାହ କରାଯାଇଥିଲା।

ଏହାର ୬ ସପ୍ତାହ ପରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କୋଭିସିଲ୍ଡ ଟିକାର ଦୁଇଟି ଡୋଜ୍‌ ମଧ୍ୟରେ ବ୍ୟବଧାନ ୬ରୁ ୮ ସପ୍ତାହ କରିବାକୁ ପ୍ରସ୍ତାବ ଦେଇଥିଲା। ତେବେ ୱାର୍କିଂ ଗ୍ରୁପ୍‌ର ଏହାର ଫଳାଫଳକୁ ବ୍ରିଟେନରୁ ଆସିବାକୁ ଅପେକ୍ଷା କରିଥିଲା। ଏପ୍ରିଲ ମାସରେ ପବ୍ଲିକ ହେଲଥ ଇଂଲଣ୍ଡ କହିଥିଲା ଯେ ୧୨ ସପ୍ତାହ ବ୍ୟବଧାନରେ ଟିକା ନେବା ଦ୍ୱାରା ଏହାର ପ୍ରଭାବ ୬୫%ରୁ ୮୦% ରହୁଛି।

ଏହାର କିଛି ଦିନ ପରେ କୋଭିସିଲ୍ଡର ଗୋଟିଏ ଡୋଜ୍‌ କରୋନା ବିରୋଧରେ ୩୩% ସଫଳ ବୋଲି ତଥ୍ୟ ମିଳିଥିଲା। କିନ୍ତୁ ଏହି ଟ୍ରାଏଲରେ ସାମିଲ ହୋଇଥିବା ଲୋକଙ୍କ ସଂଖ୍ୟା ବହୁତ କମ ରହିଥିଲା।

ସବୁ ପ୍ରକାରର ତଥ୍ୟକୁ ବିଚାର କରି ମେ’ ୧୩ରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କୋଭିସିଲ୍ଡ ଟିକା ମଧ୍ୟରେ ବ୍ୟବଧାନକୁ ୬ରୁ ୮ ସପ୍ତାହ ବଦଳରେ ୧୨ରୁ ୧୬ ସପ୍ତାହ କରିବାକୁ ଘୋଷଣା କରିଥିଲା ବୋଲି ସେ କହିଛନ୍ତି।

ସେ ଆହୁରି କହିଛନ୍ତି, ଡେଲଟା ଭାରିଏଣ୍ଟ ଉପରେ କରୋନା ଟିକାର ପ୍ରଭାବ ଜାଣିବା ପାଇଁ ବ୍ରିଟେନରେ ପରୀକ୍ଷା କରାଯାଇଥିଲା। ହେଲେ ଏହାର ରେଜଲ୍ଟ ଡା ଅରୋରା କିମ୍ବା ତାଙ୍କ ଟିମକୁ ସନ୍ତୁଷ୍ଟ କରି ପାରି ନଥିଲା। ଭେଲ୍ଲୋରରେ ଥିବା ଖ୍ରୀଷ୍ଟିଆନ ମେଡିକାଲ କଲେଜ ପକ୍ଷରୁ ବିସ୍ତୃତ ଭାବେ ଗବେଷଣା କରାଯାଇଥିଲା।

ଡେଲଟା ଭାରିଏଣ୍ଟର ପିକ୍‌ ବେଳେ ହଜାର ହଜାର ନମୁନାକୁ ନେଇ ପରୀକ୍ଷା କରିଥିଲା ଏହି କଲେଜ। ଶେଷରେ ପରୀକ୍ଷାରୁ ଜଣାପଡ଼ିଛି ଯେ କୋଭିସିଲ୍ଡର ଗୋଟିଏ ଡୋଜ୍‌ କରୋନାର ଡେଲଟା ଭାରିଏଣ୍ଟ ବିରୋଧରେ ୬୧% ଫଳପ୍ରଦ ହେଉଥିବା ବେଳେ ଦୁଇଟି ଟିକାର ଡୋଜ୍‌ ୬୫% ପ୍ରଭାବ ଦେଖାଇ ପାରୁଛି ବୋଲି ସେ କହିଛନ୍ତି।

The post କରୋନାର ଡେଲଟା ଭାରିଏଣ୍ଟ ବିରୋଧରେ କୋଭିସିଲ୍ଡର ଗୋଟିଏ ଡୋଜ ୬୧% ସଫଳ appeared first on Odisha Reporter.



from Odisha Reporter https://ift.tt/2S4DXxl

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages